ବରଗଡ (ମୁକୁନ୍ଦ ଦାସ): ଗତ ୮ ରୁ ୧୦ ଫେବ୍ରୁଆରି ୨୦୨୫ ମାସରେ ସୁନ୍ଦରଗଡ଼ ଜିଲ୍ଲାର ବଣାଇଗଡ଼ ଠାରେ ଅନୁଷ୍ଠିତ ହୋଇଥିବା ରାଜ୍ୟସ୍ତରୀୟ ଓଡିଶା ଲୋକକଳା ମହୋତ୍ସବ ଉଦଘାପିତ ହୋଇଯାଇଛି l ଏହି ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଦିବ୍ୟଶଙ୍କର ଜୟ ପୁରୀଆ ଯୋଗଦାନ କରିଥିବା ବେଳେ, ଓଡିଶା କଳାକାର ମହାସଂଘର ସଭାପତି ଶ୍ରୀ ଚୈତନ୍ୟ ପାଇକ ଯୋଗଦାନ କରିଥିଲେ l ଏହି ଅବସରରେ ଜିଲ୍ଲା, ରାଜ୍ୟ ତଥା ଦେଶ ପାଇଁ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ବିଭିନ୍ନ ବ୍ୟକ୍ତିବିଶେଷ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l
ସେଥିମଧ୍ୟରୁ କ୍ରୀଡା କ୍ଷେତ୍ରରେ ଆନ୍ତର୍ଜାତିକ ସ୍ତରରେ ସୁନାମ ଅର୍ଜନ କରିଥିବା ଶ୍ରୀ ସନ୍ତୋଷ କୁମାର ପଧାନ ଙ୍କୁ, ପୁଷ୍ପ ଗୁଚ୍ଛ, ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିବା ବେଳେ, ପଶ୍ଚିମ ଓଡିଶାରେ ନିଜର କବିତା ମାଧ୍ୟମରେ ଚହଳ ସୃଷ୍ଟି କରିଥିବା ହାସ୍ୟକବି ଶ୍ରୀ ଦେବେନ୍ଦ୍ର ସାହୁ, ଏବଂ ସମାଜସେବୀ ଶ୍ରୀ ଶ୍ରୀକାନ୍ତ ପଣ୍ଡା ଙ୍କୁ ମଧ୍ୟ ମାନପତ୍ର ଏବଂ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା l ଏହି ମହୋତ୍ସବ ବଣାଁଇ ଗଡ଼ ରାଜ ଧରଣୀ ଧର ବହୁମୂଖୀ ପଡିଆ ଠାରେ ରାଜ୍ୟସ୍ତରୀୟ ଓଡିଶା ଲୋକକଳା ମହୋତ୍ସବ ରେ ମହାନ୍ ବ୍ୟକ୍ତିତ୍ୱ ଶ୍ରୀ ବୀରକେଶରୀ ଇନ୍ଦ୍ରଦେବଙ୍କ କରକମଳରେ ଉଦଘାଟନ ହୋଇଥିବା ବେଳେ ବଣାଁଇ ଗଡ଼ ର ଆୟୋଜନ ଙ୍କ ତତ୍ତ୍ଵାବଧାନରେ ଓଡିଶା ରୁ 30 ଟି ଜିଲ୍ଲାରୁ ଲୋକ କଳାକାର ଓ କଳାକାରୀ ଙ୍କ ଝଲକ୍ ଦେଖାଇଥିଲେ l
ବିଭିନ୍ନ ଅଞ୍ଚଳରୁ କୀର୍ତ୍ତନ, ସମ୍ପ୍ରଦା,କିଶାନ ନାଚ, ଓରାମ୍ ନାଚ, ଇତ୍ୟାଦି ତାଙ୍କର କଲା ପ୍ରଦର୍ଶନ କରି ଦର୍ଶକ ଙ୍କ ମନ ବିମୋସିତ କରିଥିଲେ l ଏହି କାର୍ଯ୍ୟକ୍ରମ କୁ ଆୟୋଜନ ଅନୁଷ୍ଠାନ ର କାର୍ଯ୍ୟ କାରୀ ସଭାପତି ଶ୍ରୀ ପଦ୍ମ ଚରଣ ଆଚାର୍ଯ୍ୟ ମଞ୍ଚର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ, ବରିଷ୍ଟ କଳାକାର, ତଥା ସଙ୍ଗୀତ ନିର୍ଦ୍ଦେଶକ ଆକାଶବାଣୀ ସମ୍ବଲପୁର ର ଶ୍ରୀଯୁକ୍ତ ରମେଶ ସୁନା ସହଯୋଗ କରିଥିଲେ l