ବରଗଡ (ମୁକୁନ୍ଦ ଦାସ) : ଟ୍ରସ୍ଟଫନ୍ଡ ଡିଗ୍ରୀକଲେଜ ବରଗଡ ଠାରେ ମହିଳା ମାନଙ୍କ ପାଇଁ ଆଇନ ସଚେତନା କାର୍ଯ୍ୟକ୍ରମ ପାଳନ କରାଯାଇଥିଲା | ଏହି କାର୍ଯ୍ୟକ୍ରମ ରେ ମାନନୀୟା ଅତିରିକ୍ତ ଜିଲ୍ଲାପାଳ ମୋହଦୟା ଶ୍ରୀମତୀ ମଧୁଛନ୍ଦା ସାହୁ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ ଆତ୍ମନିର୍ଭରଶୀଳ ହୋଇ ନିଜର ସୁରକ୍ଷା ନିଜେ କିଭଳି କରିପାରିବେ ସେହି ବିଷୟ ରେ ଉତଵୋଧନ ଦେଇଥିଲେ | ଏହି କାର୍ଯ୍ୟକ୍ରମ ରେ ଶ୍ରୀମତୀ ସନ୍ଧ୍ୟାରାଣୀ ନେପାକ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ , ବରଗଡ଼ ଅଧ୍ୟକ୍ଷତା କରି କାର୍ଯ୍ୟକ୍ରମ ର ଉଦ୍ଧେଶ୍ୟ ବିଷୟ ରେ ଆଲୋକପାତ କରିଥିଲେ |ଶ୍ରୀଯୁକ୍ତ କମଳକାନ୍ତ ରାଉତ ,ସେକ୍ରେଟାରୀ DLSA,ବରଗଡ଼ ଲିଙ୍ଗଗତ ନିର୍ଯ୍ୟାତନା ଓ ମହିଳା ମାନ ଙ୍କ ସାମାଜିକ ,ଆର୍ଥିକ,ଓ ଶିକ୍ଷାଗତ ଉପରେ ଥିବା ଅଧିକାର ର ସମସ୍ତ ଧାରା ଗୁଡିକ ଉପରେ ପୁଙ୍ଖା ନୁ ପୁଙ୍ଖ ଭାବରେ ଆଲୋଚନା କରି ସଚେତନ କରାଇ ଥିଲେ |
ଶ୍ରୀମତୀ କଲ୍ପନା ମାଝି ,ଅଧକ୍ଷ୍ୟା ବରଗଡ ମୁନ୍ସିପାଲିଟି ମହିଳା ମନ ଙ୍କ ଶିଖ୍ୟାଗତା ଅଧିକାର ଓ ଶାରୀରିକ କୌଶଳ ଉପରେ ସୁନ୍ଦର ଭାବରେ ବୁଝାଇ ଥିଲେ । ଜିଲ୍ଲା ସୁରକ୍ଷା ଅଧିକାରୀ ଶ୍ରୀମତୀ ମାଙ୍ଗଳିକା ଦାଶ ମହିଳା ଓ ଶିଶୁ ମାନଙ୍କ ପ୍ରତି ହେଉଥିବା ଘରୋଇ ହିଂସା , ତାର ପ୍ରତିକାର ଓ ସୁରକ୍ଷା ବିଷୟ ରେ ଆଲୋକପାତ କରିଥିଲେ | ଟ୍ରସ୍ଟ ଫନ୍ଡ ମହା ବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ସରୋଜ କୁମାର ଦେବତା ଉପସ୍ଥିତି ଛାତ୍ର ଛାତ୍ରୀ ତଥା ସମସ୍ତ ସଭ୍ୟ ସଭ୍ୟା ମାନଙ୍କୁ ରାମାୟଣ ର ଉଦାହରଣ ଦେଇ ପ୍ରତେକ ଘରେ ଝିଅ ର ମାନ୍ୟତା ପୁଅ ଠାରୁ ଅଧିକ ବଳି ଅଭିଭାଷଣ ଦେଇଥିଲେ | DSP ଶ୍ରୀମତୀ ରିନା ବେହେରା ମହାଶୟ| ମହିଳା ମାନଙ୍କୁ ଆଇନ କିଭଳି ଅସୁବିଧା ସମୟ ରେ ସହାୟତା କରିବ ବୋଲି କହିଥିଲେ | ଆଇନଜୀବୀ ଶ୍ରୀମତୀ ଜୟଶ୍ରୀ ମହାପାତ୍ର ମହିଳା ମାନ ଙ୍କ ଆଇନଗତ ଯୋଜନା ଉପରେ ବୁଝାଇ ଥିଲେ ।
ଏଟ୍ ଆକ୍ସନ ଓ ୟୁନିସେଫ ର ଶ୍ରୀଯୁକ୍ତ ତରୁନସେନ ପୁରୁସେଠ୍ ଜିଲ୍ଲା ପରାମର୍ଶ ଦାତା ଶିଶୁ ସୁରକ୍ଷା, ବାଲ୍ୟ ବିବାହ ଓ ଶିଶୁ ଶ୍ରମିକ ରୋକିବା ଉପରେ ଆଲୋକପାତ କରିଥିଲେ ଏବଂ ସମସ୍ତ ବିଭାଗ ସହିତ ଯୋଗାଯୋଗ କରି ସଭାକୁ ସଂଭଲରୂପାୟନ କରିଥିଲେ ଓ ଶେଷ ରେ ଶ୍ରୀଯୁକ୍ତ ଅଶୋକ ବେହେରା , ଇତିହାସ ବିଭାଗ ର ଆଧ୍ୟାପକ କାର୍ଯ୍ୟ ର ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ସୁନ୍ଦର ଭାବରେ ପରିଚାଳନ କରି ସଭା ଶେଷ ରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମର ସମାପ୍ତି କରିଥିଲେ ।