ଶ୍ରୀକ୍ଷେତ୍ରର ବିଭିନ୍ନ ଥାନା ଅଧିନରେ ଚାଲିଛି ମୋଟର ଭେଇକିଲ ଚେକିଙ୍ଗ।

ପୁରୀ (ଜିତେନ୍ଦ୍ର କୁମାର ସାବୁତ): ସହରର ବିଭିନ୍ନ ଥାନା ଅଧିନରେ ଚାଲିଛି ମୋଟର ଭେଇକିଲ ଚେକିଙ୍ଗ। ସହରର ବିଭିନ୍ନ ଛକ ଜାଗା ମୁଣ୍ଡରେ ଚେକ ପୋଷ୍ଟ କରି ଜଗିରହିଛନ୍ତି ଆରକ୍ଷୀ ଅଧିକାରୀ ବୃନ୍ଦ କିନ୍ତୁ ନାହାନ୍ତି ମୋଟର ଭେଇକିଲ ଅଧିକ୍ଷକ ବା ଏମ ଭି ଆଈ।

ଏପରି କି ଆରକ୍ଷୀ ଅଧିକାରୀ ମାନେ ଜବରଦସ୍ତି ଗାଡି କୁ ଅଟକେଇବା, ଗାଡିରୁ ଚାବି କାଢି ନେବା ଏବଂ ସମ୍ପୂର୍ଣ ବେପରୁଆ ଭାବେ ଗାଡି ଚାଳକଙ୍କ ସହ ବ୍ୟବହାର କରିବା ସହର ରେ ଚର୍ଚ୍ଚା ର ବିଷୟ ପାଲିଟିଛି।

କିଛି କିଛି ତ କହୁଛନ୍ତି ନଗଦ ରେ ଥାନା ବାବୁ ମାନଙ୍କୁ ଅଦଳ ବଦଳ କରି ଥାନା ର ଆୟ ବଢେଇବା ପାଇଁ ଜୋର ସୋର ରେ ଲାଗିପଡିଛନ୍ତି କିଛି ଅଧିକାରୀ। ଏପରି କି ସାମ୍ବାଦିକ ଓ ବରିଷ୍ଟ ବୁଦ୍ଧିଜୀବୀ ମାନଙ୍କୁ ମଧ୍ୟ ଛଡା ଯାଉନି। ଯାହାକୁ ନେଇ ବୁଦ୍ଧିଜୀବୀ ମହଲ ରେ ଘୋର ନିନ୍ଦା କରାଯାଇଛି।

Leave a Reply

Your email address will not be published. Required fields are marked *

Powered by Joinchat