ଚିକିତ୍ସା ଅଭାବରୁ ଯୁବକଙ୍କ ମୃତ୍ୟୁ।

ରାୟଗଡ଼ (ଗୋପୀନାଥ ଗୌଡ଼): ଜଗନ୍ନାଥ ମନ୍ଦିରସ୍ଥିତ ପଦ୍ମନାଭ ବେହେରା ଡାକ ନାମ ଶ୍ୟାମ (୪୫) ବର୍ଷ ଯୁବକ ଜଣକ ଗତ ୧୩ତାରିଖ ଦିନ ନିଜକୁ ଅସୁସ୍ଥତା ଅନୁଭବ କରିଥିଲେ। ପରିବାର ଲୋକେ ତୁରନ୍ତ ନିକଟସ୍ଥ ରାୟଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। କିନ୍ତୁ, ବିଡ଼ମ୍ବନାର ବିଷୟ ଏହା ଯେ, ଯୁବକଙ୍କୁ ଅକ୍ସିଜେନର ଆବଶ୍ୟକତା ଥିଲା। କିନ୍ତୁ, ପରିତାପର ବିଷୟ ମେଡିକାଲ ରେ ଦୁଇଘଣ୍ଟା ପର୍ୟ୍ୟନ୍ତ ସରିଯାଇଥିବା ଖାଲି ସିଲିଣ୍ଡର ବ୍ୟବହାର କରାଯାଇଥିଲା ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ଅନ୍ୟପଟେ ଯୁବକଙ୍କ ସ୍ବାସ୍ଥ୍ୟାବସ୍ଥା ଅଧିକ ବିଗିଡିଯିବାରୁ ବିଶାଖାପାଟଣା ନେଇଯିବା ପାଇଁ ମେଡିକାଲରେ ନିର୍ଦ୍ଧେଶ ଦେଇଥିଲେ ।

ପରିବାର ଲୋକେ ରାତିଅଧିଆ ଗାଡ଼ିର ବ୍ୟବସ୍ଥା କରି ବିଶାଖାପାଟଣା ନେଉଥିବା ବେଳେ, ପାର୍ବତିପୁରମ୍ ନିକଟରେ ଯୁବକଙ୍କ ପ୍ରାଣବାୟୁ ଚାଲି ଯାଇଥିଲା। ମୃତ୍ୟୁ ର ଖବର ପାଇ ପଦ୍ମନାଭ ବେହେରାଙ୍କ (ଶ୍ୟାମ )ଙ୍କ ୯ବର୍ଷର ଝିଅ ଏବଂ ୧୪ମାସର ପୁଅ ଏବଂ ସ୍ତ୍ରୀ ରୀତା ବେହେରା ଦୁଃଖରେ ଭାଙ୍ଗି ପଡିଛନ୍ତି। କିଛି ବର୍ଷ ତଳେ ଶ୍ୟାମଙ୍କ ମା ଦମୟନ୍ତୀ ବେହେରା ୨୦୧୮ରେ ମୃତ୍ୟୁ ବରଣ କରିଥିବା ବେଳେ, ୨୦୨୦ରେ ପିତା ଋଷିକେଶ ବେହେରାଙ୍କ ମୃତ୍ୟୁ ବରଣ କରିଥିଲେ। ବର୍ତ୍ତମାନ ପଦ୍ମନାଭ ବେହେରା (ଶ୍ୟାମ) ଙ୍କ ମୃତ୍ୟୁର ଖବର ପାଇ ବଡ଼ ଭଉଣୀ ଗୋଦାବରୀ ବେହେରା, ସାନ ଭଉଣୀ ଶାନ୍ତି ବେହେରା ଗୋଭିର ଦୁଃଖ ପ୍ରକାଶ କରିଛନ୍ତି। ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ସୁସ୍ଥ ସବଳ ଥିବା ଯୁବକ ଙ୍କ ଅଚାନକ ମୃତ୍ୟୁ ଘଟଣାକୁ ବିଶ୍ୱାସ କରି ପାରୁ ନାହାଁନ୍ତି ସାଙ୍ଗ ସାଥି ଓ ବନ୍ଧୁ ପରିଜନ।

Leave a Reply

Your email address will not be published. Required fields are marked *

error: Content is protected !!