Big Lootera Gang Arrested (ଜିତେନ୍ଦ୍ର କୁମାର ସାବୁତ) : ପୁରୀ ପୋଲିସକୁ ବଡ଼ ସଫଳତା, ନିମାପଡ଼ାରୁ ଡ଼କାୟତ ଗ୍ୟାଙ୍ଗକୁ ଗିରଫ ସହ, ସୁନା ମୁଦି ଓ ଚେନ୍ ଜବତ କଲା ପୋଲିସ, ସିଟି ଡ଼ିଏସପି ପୁରୀ ପୋଲିସ କୁ ଚାରି ଆଡୁ ପ୍ରସନସା ଓ ସ୍ୱାଗତ କରା ଯାଉଛି, ତାଳ ବଣିଆ ପୋଲିସ ଷ୍ଟେସନ ଚୋରି ମାମଲା ରେ ଅଭିଯୁକ୍ତ 4 ଜଣକୁ ଗିରଫ କରିଛି, 7 ଟି ସୁନା ଶିଙ୍କୁଳି,30 ସୁନା ରିଙ୍ଗ,1 ଡ଼ିଡ଼ିଟାଲ କ୍ୟାମେରା,1 ପ୍ରିଣ୍ଟର ଏବଂ 1 ମନିଟର ଉଦ୍ଧାର କରାଯାଇଛି। ଗିରଫ ଅଭିଯୁକ୍ତ ହେଲେ କାଜଲ୍ ଦାସ, ଶ୍ରୀକାନ୍ତ ସ୍ବାଇଁ, ଆଶିଷ ମଲ୍ଲିକ ଓ ଚିରଞ୍ଜିବି ଦାସ ।

ପୁରୀ ଏସପିଙ୍କ କନଫରେନ୍ସ ହଲରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସପି ସୁଶିଲ ମିଶ୍ର ଏନେଇ ସୂଚନା ଦେଇଛନ୍ତି । କାଜଲ ଦାସ ଓ ଶ୍ରୀକାନ୍ତ ସ୍ବାଇଁ ପୁରୀ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଡକାୟତି କରୁଥିଲେ । ବିଶେଷ କରି ଘରେ କେହି ନଥିବା ସମୟରେ ଏହି ଦୁଇ ଅଭିଯୁକ୍ତ ସୁଯୋଗ ଦେଖି ଘରମାନଙ୍କରେ କଳା କନା ବୁଲାଉଥିଲେ ।ପରବର୍ତ୍ତୀ ସମୟରେ ଗହଣା ଦୋକାନକୁ ଯାଇ ଅଭିଯୁକ୍ତମାନେ ଚୋରି ସାମଗ୍ରୀକୁ ବିକ୍ରି କରୁଥିଲେ । ତେବେ ଏନେଇ ବିଭିନ୍ନ ଥାନାରେ ଅଭିଯୋଗ ହେବା ପରେ ପୁରୀ ଏସପିଙ୍କ ନିର୍ଦ୍ଦେଶ କ୍ରମେ ଏକ ସ୍ବତନ୍ତ୍ର ଟିମ୍ ଗଠନ ହୋଇଥିଲା । ଦୀର୍ଘ ପାଞ୍ଚମାସ ପରେ ଅଭିଯୁକ୍ତଙ୍କୁ ଧରିବାରେ ପୋଲିସ ସକ୍ଷମ ହୋଇଛି ବୋଲି କହିଛନ୍ତି ଅତିରିକ୍ତ ଏସପି ।
