ରlୟଗଡ଼ ଭିନ୍ନକ୍ଷମ ମହାସଂଘର ବାର୍ଷିକ ଉତ୍ସବ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ l

ରାୟଗଡ (ଗୋପୀନାଥ ଗୌଡ଼) : ସ୍ଥାନୀୟ ହାଲୁଆ ତୋଟା ଠାରେ ରlୟଗଡ଼ ଭିନ୍ନକ୍ଷମ ମହାସଂଘର ବାର୍ଷିକ ଉତ୍ସବ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଗଞ୍ଜାମ ଭିନ୍ନକ୍ଷମ ମହାସଂଘର ସଭାପତି ଶ୍ରୀ ଆନନ୍ଦ ରାଓ ଯୋଗଦାନ କରିଥିଲେ।ସେ ନିଜ ବକ୍ତବ୍ୟରେ ସମବେତ ଭିନ୍ନକ୍ଷମ ମାନଙ୍କୁ ସମ୍ବର୍ଦ୍ଧିତ କରି କହିଲେ ଯେ, ଭିନ୍ନକ୍ଷମ ହେଉଛନ୍ତି ସାକ୍ଷାତ ଭଗବାନ। ସେମାନଙ୍କ ମୁହଁରେ ହସ ଫୁଟାଇବା ସମସ୍ତଙ୍କ ଦାୟିତ୍ୱ ତତ ସହିତ ଭିନ୍ନକ୍ଷମ ମାନଙ୍କ ଅଧିକାର ପାଇଁ ଜିଲ୍ଲାର ସମସ୍ତ ଭିନ୍ନକ୍ଷମ ଭାଇଭଉଣୀ ମାନଙ୍କୁ ଏକତ୍ରିତ ହେବା ନିମନ୍ତେ ଆହ୍ବାନ କରିଥିଲେ ।ଏହି ପରୀପେପକ୍ଷୀରେ ସମ୍ମାନୀତ ଅତିଥି ଭାବେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରିଣୀ ଶ୍ରୀମତୀ ପୁଷ୍ପଲତା ଦିକ୍ସିଟ ଯୋଗ ଦେଇଥିଲେ।

ସେ ନିଜ ଅଭିଭାଷଣରେ ଉପସ୍ଥିତ ଦିବ୍ୟାଙ୍ଗ ଙ୍କ ଏକତ୍ରିତ ହେବା ନିମନ୍ତେ ଆହ୍ବାନ କରିବା ସମେତ ସରକାରୀ ଯୋଜନାର ଲାଭ ଉଠାଇବା ନିମନ୍ତେ ସଚେତନ କରାଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଅଧିକାରୀ ଶ୍ରୀ ବସନ୍ତ କୁମାର ପ୍ରଧାନ ମଧ୍ୟ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ନିଜର ଅଭିଭାଷଣ ରଖିଥିଲେ । ଭିନ୍ନକ୍ଷମ ସଶକ୍ତିକରଣ ଓ ସମାବେଶି ସମାଜ ଗଠନ ଉପରେ ଉପସ୍ଥିତ ଭିନ୍ନକ୍ଷମ ମାନଙ୍କୁ ଆଲୋକପାତ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଅବସର ପ୍ରାପ୍ତ ବିଶେଷଜ୍ଞ ଶିକ୍ଷା ତଥା ବୁଦ୍ଧିଜୀବୀ ଓ ସମାଜସେବୀ ଭାବେ ପରିଚିତ ଶ୍ରୀଯୁକ୍ତ ଦୁଷ୍ମନ୍ତ କୁମାର ମହାନ୍ତି ଯୋଗଦେଇଥିଲେ । ଉପସ୍ଥିତ ଭିନ୍ନକ୍ଷମ ମାନଙ୍କୁ ସେମାନଙ୍କ ଜୀବନର ଉଦ୍ଦେଶ୍ୟ ବିଷୟ ଦିଗଦର୍ଶନ କରିବା ସହ ସେମାନଙ୍କ ପାଖର ଏକ ଭିନ୍ନ ପ୍ରକାର ଶକ୍ତି ଥିବା କଥା କହିଥିଲେ। ଭିନ୍ନକ୍ଷମ ଭାଇଭଉଣୀ ମାନଙ୍କ ମନବଳ ବଢାଇ ଥିଲେ ।

ଏହି କାର୍ଯ୍ୟକ୍ରମରେ ରାୟଗଡ଼ା ଜିଲ୍ଲା କଳାସଂସ୍କୃତି ସଂଘର ଉପସଭାପତି ଶ୍ରୀ ସୁପ୍ରିତ୍ ସନ୍ତୋଷ କୁମାର ବଛା ଯୋଗ ଦେଇଥିଲେ । ଭିନ୍ନକ୍ଷମ ପ୍ରତିଭା ମାନଙ୍କ ମନବଳ ବଢାଇବା ସହ ସେମାନଙ୍କୁ ସଙ୍ଗୀତ ପରିବେଷଣରେ ଅଗ୍ରାଧିକାର ଦିଆ ଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏହା ପରେ ସଂଘର ତୃଣମୂଳ ସ୍ତରରେ କାର୍ଯ୍ୟ କରୁଥିବା ସଦସ୍ୟ ମାନଙ୍କୁ ସେମାନଙ୍କ କାର୍ଯ୍ୟ ନିମନ୍ତେ ଉପସ୍ଥିତ ଅତିଥିମାନଙ୍କ ଦ୍ଵାରା ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ୧୧ଗୋଟି ବ୍ଲକ୍ , ମ୍ୟୁନିସିପାଲିଟି ଏନ.ଏ. ସି ରୁ ସମସ୍ତ ଭିନ୍ନକ୍ଷମ ସଦସ୍ୟ ସଦସ୍ୟା ଉପସ୍ଥିତ ରହିଥିଲେ। କାର୍ଯ୍ୟକ୍ରମର ଶେଷରେ ସଂଘର ସଭାପତି ଶିଶିର ରାଉଳ ଓ ସମ୍ପାଦକ ଅମରେନ୍ଦ୍ର ନାଥ ଉପସ୍ଥିତ ଅତିଥି , ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧି ଓ ଉପସ୍ଥିତ ଭିନ୍ନକ୍ଷମ ଭାଇଭଉଣୀ ମାନଙ୍କୁ ଧନ୍ୟବାଦ୍ ଜ୍ଞାପନ କରି ସଭା ସାଙ୍ଗ କରିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!