ପ୍ରଭୁ ଲୋକନାଥଙ୍କ ପୀଠରେ ଜାଗରଯାତ୍ରା ପାଇଁ ନୀତି ନିର୍ଘଣ୍ଟ

ପୁରୀ (ଜିତେନ୍ଦ୍ର କୁମାର ସାବୁତ) : ପ୍ରଭୁ ଲୋକନାଥଙ୍କ ପୀଠରେ ଜାଗରଯାତ୍ରା ପାଇଁ ନୀତି ନିର୍ଘଣ୍ଟ। ଚଳିତ ମାସ ୨୪ ତାରିଖରେ ପଙ୍କୋଦ୍ଧାର ଏକାଦଶୀ ଓ ୨୬ ଫେବ୍ରୁଆରୀରେ ପାଳିତ ହେବ ମହାଶିବରାତ୍ରି। ରାତି ୩ ଟାରେ ଉଠିବ ମହାଦୀପ।୨୪ ତାରିଖ ପଙ୍କୋଦ୍ଧାର ଏକାଦଶୀ ପାଇଁ ରାତ୍ର ୧୨ଟା ୩୦ରୁ ଦ୍ଵାର ଖୋଲା ହେବ, ୧ ଟା ୧୫ ରେ ମଙ୍ଗଳ ଆଳତି ଅବକାଶ ନୀତି ଅନୁଷ୍ଠିତ ହେବ। ଦିନ ୧୨ ଟାରୁ ରାତି ୧୦ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ। ରାତ୍ର ୧୧ ସୁଦ୍ଧା ହେବ ବଡ଼ସିଂହାର ।ସେହିପରି, ୨୬ ତାରିଖ ଜାଗରଯାତ୍ରା ଦିନ ରାତି ୧୨ଟା ୩୦ରୁ ପହୁଡ଼ ଦ୍ଵାର ଖୋଲା, ରାତ୍ର ୧ ଟାରୁ ୪ଟା ମଧ୍ୟରେ ମଙ୍ଗଳ ଆଳତି, ଅବକାଶ, ସୂର୍ଯ୍ୟ ପୂଜା, ଭୋର୍ ୪ ଟା ଠାରୁ ରାତି ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ। ରାତି ୨ ରୁ ୩ ଟା ମଧ୍ୟରେ ହରିହର ଭେଟ ଓ ପରେ ଉଠିବ ମହାଦୀପ

Leave a Reply

Your email address will not be published. Required fields are marked *

error: Content is protected !!