ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହା ଠାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡ. ରବିଚନ୍ଦ୍ର ପଶ।ୟତଙ୍କ ସଭାପତିତ୍ବରେ “ଏକକ ବ୍ୟବହୃତ ପ୍ଲାଷ୍ଟିକ କୁ ନାଁ” ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ଶ୍ରୀଜଗନ୍ନାଥ ଉଚ୍ଚ ବିଦ୍ୟାଳୟ ଗଧାପାଲି ର ବିଜ୍ଞାନ ଶିକ୍ଷକ ବିଯିତାଶ୍ୱ ପ୍ରଧାନ ମୁଖ୍ୟଅତିଥି, ବିଦ୍ୟାଳୟର ମୋ ସ୍କୁଲ ଅଭିଯାନ କମିଟି ସଦସ୍ୟ ତଥା ସମ୍ବଲପୁର ସ୍ଥିତ ଗାୟତ୍ରୀ ମହାବିଦ୍ୟାଳୟର ଜିବ ବିଜ୍ଞାନ ଅଧ୍ୟାପିକା ସୁଶ୍ରୀ ମାମିନା ଭୋଇ ଏବଂ ବିଦ୍ୟାଳୟର ଗଣିତ ଶିକ୍ଷକ ମନୋଜ କୁମାର ପୂଜାରୀ ସମ୍ମାନିତ ଅତିଥି ଭାବରେ ମଞ୍ଚାସିନ ହୋଇ ପ୍ଲାଷ୍ଟିକ ରୂପକ ଦାନବଠାରୁ ଯଥାସମ୍ଭବ ଦୂରେଇ ରହିଲେ ଏକ ସୁନ୍ଦର ଭବିଷ୍ୟତ ପାଇପାରିବା ବୋଲି ମତବ୍ୟକ୍ତ କରିବା ସହ ପ୍ଲାଷ୍ଟିକ ର ପ୍ରସ୍ତୁତି, ପ୍ରକାର, ବ୍ୟବହାର ଓ ତାହାର ଅପକରିତା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ ଏଥିସହ ପ୍ଲାଷ୍ଟିକର ବ୍ୟବହାରକୁ ଯଥାସମ୍ଭବ କମ କରିବାକୁ ଭତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ।

ସଭା ପ୍ରାରମ୍ଭରେ ଜନନିକା ଓ ସାଥୀ ସ୍ବାଗତ ସଙ୍ଗୀତ ପରିବେଷଣ କରିଥିବା ବେଳେ ବିଜ୍ଞାନ ଶିକ୍ଷକ ଦୀନବନ୍ଧୁ ପ୍ରଧାନ ସଭା ସଂଯୋଜନା କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଏକକ ବ୍ୟବହୃତ ପ୍ଲାଷ୍ଟିକ କୁ ନେଇ ଏକ ପ୍ରଦର୍ଶନୀ ଆୟୋଜନ କରାଯାଇଥିଲା l ଯେଉଁଥିରେ ପ୍ରତିଯୋଗୀ ମାନେ ପ୍ଲାଷ୍ଟିକ ବର୍ଜ୍ୟ ରୁ ସୁନ୍ଦର ସୁନ୍ଦର ଉପକରଣ ମାନ ପ୍ରସ୍ତୁତକରୀ ପ୍ରଦର୍ଶନ କରିଥିଲେ । ଶେଷରେ ଶିକ୍ଷକ ନରେନ୍ଦ୍ର କୁମାର ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ। କାର୍ଯକ୍ରମକୁ ନନ୍ଦିଘୋଷ ବାରିକ,ରାଜୁ ମେହେର, ସଞ୍ଜୀବ ପୂଜାରୀ, ଲିପି ପ୍ରଧାନ, ମୀନକେତନ ଦାସ, ବିଭୀଷଣ ଖମାରୀ, ସୁରଜ୍ ଖମାରୀ ଓ ସମୀର କଠାର ସହଯୋଗ କରିଥିଲେ ।