ରାଣୀ ମହୁମାଛି ସହିତ ଧରାହେଲେ ଦେହ ବ୍ୟବସାୟ ଗ୍ୟାଙ୍ଗ

ପୁରୀ (ଜିତେନ୍ଦ୍ର କୁମାର ସାବୁତ) : ପୁରୀ ତାଳବଣିଆ ପୋଲିସକୁ ବଡ଼ ସଫଳତା । ନିଖୋଜ ନାବାଳିକାକୁ ଖୋଜୁ ଖୋଜୁ ଦେହ ବ୍ୟବସାୟ ଗ୍ୟାଙ୍ଗକୁ ଧରିଲା ପୋଲିସ । କିଙ୍ଗପିନ ରଞ୍ଜୁଲତା ଦାସଙ୍କ ସମେତ ୧୨ ଜଣ ଗିରଫ । ଜୋରଜବରଦସ୍ତ ସେକ୍ସ ରାକେଟ ଚଳାଉଥିଲା ରଞ୍ଜୁଲତା । ଧରମ ମାଆ ସାଜି ଦୁଇ ନାବାଳିକାଙ୍କ ସହ ତାଙ୍କ ମାଆଙ୍କୁ ମଧ୍ୟ ଦେହ ବ୍ୟବସାୟ କରିବାକୁ ବାଧ୍ୟ କରୁଥିଲା । ନାବାଳିକା ନିଖୋଜ ନେଇ ଜାନୁଆରୀ ୧୮ତାରିଖରେ ଥାନାରେ ଅଭିଯୋଗ କରିଥିଲେ ନାବାଳିକାଙ୍କ ମା । ପୋଲିସ ଏକ ମାମଲା ରୁଜୁ କରିବା ସହ ତଦନ୍ତ କରି ନାବାଳିକାକୁ ଉଦ୍ଧାର କରିଥିଲା । ନାବାଳିକାଠୁ ସମସ୍ତ ତଥ୍ୟ ନେଇ ଚଢାଉ କରି ଏକ ବଡ଼ ସେକ୍ସ ରାକେଟର ପର୍ଦ୍ଦାଫାସ କରିଛି ତାଳବଣିଆ ପୋଲିସ । ସମସ୍ତ ଅଭିଯୁକ୍ତଙ୍କୁ ପକ୍ସୋ ଆକ୍ଟରେ ଗିରଫ କରାଯାଇଛି ।

Leave a Reply

Your email address will not be published. Required fields are marked *

error: Content is protected !!