ଆଜିଠୁ ଆରମ୍ଭ ମ୍ୟାଟ୍ରିକ ପରୀକ୍ଷା, ୧୧ ପରୀକ୍ଷା କେନ୍ଦ୍ରରେ ୧୭୬୯ ପରୀକ୍ଷାର୍ଥୀ : ୬୮ ଅନୁପସ୍ଥିତ !

ଚମ୍ପୁଆ/କେନ୍ଦୁଝର (ପ୍ରଦୀପ କୁମାର ମହାନ୍ତ) : ଆଜି ଠାରୁ ଆରମ୍ଭ ହୋଇଥିବା ମ୍ୟାଟ୍ରିକ ପରୀକ୍ଷା ଚମ୍ପୁଆ ବ୍ଲକ ରେ ୧୧ ଗୋଟି ପରୀକ୍ଷା କେନ୍ଦ୍ରରେ ଅନୁଷ୍ଠିତ ହୋଇଛି। ୧୮୩୭ ରେଗୁଲାର ପରୀକ୍ଷାର୍ଥୀ ଙ୍କ ମଧ୍ଯ ରୁ ୧୭୬୯ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ୬୮ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଥିବା ନେଇ ଚମ୍ପୁଆ ନୋଡାଲ ଅଫିସର ତଥା ବ୍ଲକ ଶିକ୍ଷା ଅଧିକାରୀ ପ୍ରକାଶ ସାହୁ ସୂଚନା ଦେଇଛନ୍ତି । ବାଳିକା ନୋଡାଲ ଉଚ୍ଚ ବିଦ୍ୟାଳୟରେ ୨୦୬ ଛାତ୍ରଛାତ୍ରୀ ମଧ୍ୟରୁ ୧୯୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲାବେଳେ ୮ ଜଣ ଅନୁପସ୍ଥିତ ଅଛନ୍ତି, ବାଙ୍କ ଉଚ୍ଚ ବିଦ୍ୟାଳୟରେ ୧୪୮ ମଧ୍ୟରୁ ୧୪୬ ପରୀକ୍ଷା ଦେଇଛନ୍ତି ଏବଂ ୨ ଜଣ ଅନୁପସ୍ଥିତ ରହିଛନ୍ତି ।

ରିମୁଳି ଉଚ୍ଚ ବିଦ୍ୟାଳୟରେ ୧୮୨ ମଧ୍ୟରୁ ୧୫୬ ପରୀକ୍ଷା ଦେଇଛନ୍ତି ଓ ୨୬ ଜଣ ଅନୁପସ୍ଥିତ ରହିଛନ୍ତି । କାଳିକାପ୍ରସାଦ ନୋଡାଲ ଉଚ୍ଚ ବିଦ୍ୟାଳୟରେ ୧୨୮ ମଧ୍ୟରୁ ୧୨୭ ପରୀକ୍ଷା ଦେଇଛନ୍ତି ଏବଂ ଜଣେ ଅନୁପସ୍ଥିତ ଅଛନ୍ତି । ଚମ୍ପୁଆ ମହତାବ ଉଚ୍ଚ ବିଦ୍ୟାଳୟ ରେ ୨୦୨ ମଧ୍ୟରୁ ୨୦୦ ପରୀକ୍ଷା ଦେଇଛନ୍ତି ଏବଂ ୨ ଜଣ ଅନୁପସ୍ଥିତ ଅଛନ୍ତି । ଚମ୍ପୁଆ ସରସ୍ୱତୀ ଶିଶୁବିଦ୍ୟାମନ୍ଦି ରେ ୧୫୭ ମଧ୍ୟରୁ ୧୪୯ ପରୀକ୍ଷା ଦେଇଛନ୍ତି ଏବଂ ୮ ଜଣ ଅନୁପସ୍ଥିତ ରହିଛନ୍ତି । ପଞ୍ଚାୟତ ବାଳିକା ଉଚ୍ଚ ବିଦ୍ୟାଳୟରେ ୧୧୮ ମଧ୍ୟରୁ ୧୧୪ ପରୀକ୍ଷା ଦେଇଛନ୍ତି ଏବଂ ୭ ଜଣ ଅନୁପସ୍ଥିତ ରହିଛନ୍ତି ।

କରଞ୍ଜିଆ ବି.କେ. ସରକାରୀ ଉଚ୍ଚ ବିଦ୍ୟାଳୟ ରେ ୧୫୧ ମଧ୍ୟରୁ ୧୪୪ ପରୀକ୍ଷା ଦେଇଛନ୍ତି ଏବଂ ୭ ଜଣ ଅନୁପସ୍ଥିତ ରହିଛନ୍ତି । ଭଣ୍ଡା କେ.ବି ନୋଡାଲ ଉଚ୍ଚ ବିଦ୍ୟାଳୟ ରେ ୧୭୯ ମଧ୍ୟରୁ ୧୭୬ ପରୀକ୍ଷା ଦେଇଛନ୍ତି ଏବଂ ୩ ଜଣ ଅନୁପସ୍ଥିତ ରହିଛନ୍ତି । ଟିପଟପ ନୋଡାଲ ଉଚ୍ଚ ବିଦ୍ୟାଳୟ ଭୁଇଁପୁର ରେ ୧୮୨ ମଧ୍ୟରୁ ୧୭୮ ପରୀକ୍ଷା ଦେଇଛନ୍ତି ଏବଂ ୪ ଜଣ ଅନୁପସ୍ଥିତ ରହିଛନ୍ତି । ଜ୍ୟୋତିପୁର ନୋଡାଲ ଉଚ୍ଚ ବିଦ୍ୟାଳୟରେ ୧୮୪ ମଧ୍ୟରୁ ୧୮୧ ପରୀକ୍ଷା ଦେଇଛନ୍ତି ଏବଂ ୩ ଜଣ ଅନୁପସ୍ଥିତ ଥିବା ଜଣାପଡିଛି । ଆଜି ଚମ୍ପୁଆ ବ୍ଲକ୍ ରେ ଶୃଙ୍ଖଳିତ ଭାବେ ମ୍ୟାଟ୍ରିକ ପରୀକ୍ଷା ଅନୁଷ୍ଠିତ ହୋଇଛି।ଚମ୍ପୁଆ ରୁ ପ୍ରଦୀପ କୁମାର ମହାନ୍ତ ଙ୍କ ରିପୋର୍ଟ୍ ଶ୍ରୀକ୍ଷେତ୍ର ନୀୟୂଜ

Leave a Reply

Your email address will not be published. Required fields are marked *

error: Content is protected !!
Open chat
ଜୟ ଜଗନ୍ନାଥ 🙏🏻
ଶ୍ରୀକ୍ଷେତ୍ର ନ୍ୟୁଜକୁ ସ୍ୱାଗତ