ଚମ୍ପୁଆ ବଜାର ମଧ୍ୟ ଦେଇ ପ୍ରସ୍ତାବିତ ବାଇପାସ୍ ରାସ୍ତାକୁ ଚମ୍ପୁଆ ବଣିକ ସଂଘର ବିରୋଧ

କେନ୍ଦୁଝର/ଚମ୍ପୁଆ (ପ୍ରଦୀପ ମହାନ୍ତ) :ଚମ୍ପୁଆ ବଜାର ମଧ୍ୟ ଦେଇ ପ୍ରସ୍ତାବିତ ବାଇପାସ୍ ରାସ୍ତା ( ଓଭର ବ୍ରିଜ) କୁ ବିରୋଧ କରି ଚମ୍ପୁଆ ବଣିକ ସଂଘ ର ଏକ ଜରୁରୀ କାଳୀନ ବୈଠକସ୍ଥାନୀୟ ଧରଣୀ ଧର ନଗର ଭବନ ରେ ଅନୁଷ୍ଠିତ ହୋଇଯାଇଛି। ବଣିକ ସଂଘ ର ସଭାପତି ସୁବାସ ରାମ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ବୈଠକ ରେ ଚମ୍ପୁଆ ଏନଏସି ଅଧ୍ୟକ୍ଷ ଗିରିଜା ଶଙ୍କର ସାହୁ , ବଣିକ ସଂଘ ସମ୍ପାଦକ ଜଳେଶ୍ଵର ପୋଦ୍ଦାର , ପୂର୍ବତନ ସଭାପତି ଏମଡି ମୁନି , ବରିଷ୍ଠ ବ୍ୟବସାୟୀ ତରୁଣ ସାହୁ , ମଥୁରା ରାମ , ଧୀରଜ୍ ଚାଉଡା , ସୁଶାନ୍ତ ସାହୁ ପ୍ରମୁଖ ଯୋଗ ଦେଇ ଏ ସମ୍ବନ୍ଧ ରେ ଆଲୋଚନା କରିଥିଲେ । ଏହି ବୈଠକ ରେ ଚମ୍ପୁଆ ବଣିକ ସଂଘ ର କର୍ମକର୍ତ୍ତା ଙ୍କ ସମେତ ବଜାର ର ସମସ୍ତ ବ୍ୟବସାୟୀ ଗଣ ଉପସ୍ଥିତ ଥିଲେ।

ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷ ରୁ ଏନଏଚ୍ ୨୦ ଉପରେ ନୂଆଗାଁ ରୁ ଚମ୍ପୁଆ ବଜାର ମଧ୍ଯ ଦେଇ ବୈତରଣୀ ନଦୀ ପର୍ଯ୍ୟନ୍ତ ପ୍ରସ୍ତାବିତ ଓଭରବ୍ରିଜ ରାସ୍ତା ନିର୍ମାଣ ର ଯୋଜନା ନେଇ ବ୍ୟବସାୟୀ ମାନେ ଉଦବେଗ ପ୍ରକାଶ କରିଥିଲେ । ଚମ୍ପୁଆ ବଜାର ମଧ୍ଯ ଦେଇ ବର୍ତ୍ତମାନ ଦୈନିକ ହଜାର ହଜାର ସଂଖ୍ୟାରେ ଟ୍ରେଲର, ହାଇୱା ଆଦି ଭାରିଯାନ ଚଳାଚଳ କରୁଥିବା ବେଳେ ରାସ୍ତା ସମ୍ପ୍ରସାରଣ ପାଇଁ ଜାତୀୟ ରାଜପଥ ପ୍ରାଧିକରଣ ତରଫରୁ ଓଭରବ୍ରିଜ ନିର୍ମାଣ ପାଇଁ ସର୍ଭେ କାର୍ଯ୍ୟ ଚାଲୁ ରହିଛି । ଯାହାକୁ ନେଇ ଚମ୍ପୁଆ ବଜାର ର ବ୍ୟବସାୟୀ ମାନେ ଆତଙ୍କିତ ହୋଇପଡିଛନ୍ତି । ଓଭରବ୍ରିଜ ନିର୍ମାଣ ହେଲେ ପ୍ରାୟ ୫୦୦ ରୁ ଉର୍ଦ୍ଧ୍ବ ବ୍ୟବସାୟୀ ସେମାନଙ୍କ ଜୀବନଜୀବିକା ହରାଇବା ଆଶଙ୍କା ରେ ରହିଛନ୍ତି ।

ଯାହାକୁ ନେଇ ବଣିକ ସଂଘ ପକ୍ଷରୁ ଏହି ଜରୁରୀ ବୈଠକ ଅନୁଷ୍ଠିତ ହୋଇଛି। ବୈଠକ ରେ ଉପସ୍ଥିତ ବ୍ୟକ୍ତି ମାନେ ଏକ ସ୍ଵର ରେ ବଜାର ମଧ୍ୟ ରେ ଓଭରବ୍ରିଜ ନିର୍ମାଣ କୁ ବିରୋଧ କରିଥିଲେ । ଓଭରବ୍ରିଜ ନିର୍ମାଣ ବିରୋଧ ରେ ଅତିଶୀଘ୍ର ମୂଖ୍ୟମନ୍ତ୍ରୀ ଓ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ଙ୍କ ସହିତ ସ୍ଥାନୀୟ ବିଧାୟକ , ସାଂସଦ ଙ୍କ ଦୃଷ୍ଟି ଆକର୍ଷଣ କରାଯିବା ନେଇ ବୈଠକ ରେ ସ୍ଥରୀକୃତ ହୋଇଥିଲା । ବଜାର ମଧ୍ୟ ରେ ରାସ୍ତା ସମ୍ପ୍ରସାରଣ କୁ ବିରୋଧ କରାଯିବ ଓ ବଜାର ବାହାରେ ବାଇପାସ୍ ରାସ୍ତା ନିର୍ମାଣ ହେଲେ ସଂଘ ତରଫରୁ ସ୍ବାଗତ କରାଯିବ ବୋଲି ବୈଠକ ରେ ସର୍ବସମ୍ମତି କ୍ରମେ ମତ ପ୍ରକାଶ ପାଇଥିଲା।ଚମ୍ପୁଆ ରୁ ପ୍ରଦୀପ କୁମାର ମହାନ୍ତ ଙ୍କ ରିପୋର୍ଟ୍ ଶ୍ରୀକ୍ଷେତ୍ର ନୀୟୁଜ୍

Leave a Reply

Your email address will not be published. Required fields are marked *

error: Content is protected !!