ଖୋର୍ଦ୍ଧା ଜିଲା ମହୋତ୍ସବ, ପଲ୍ଲୀଶ୍ରୀ ମେଳା ଓ ପୁସ୍ତକ ମେଳା ଉଦଘାଟିତ

ଭୁବନେଶ୍ୱର (ସମୀର ରଞ୍ଜନ ନାୟକ) : ଓରମାସ୍ (ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ), ଓଡ଼ିଶା ସରକାର ଓ ଜିଲ୍ଲା ପ୍ରଶାସନ ଆନୁକୁଲ୍ୟରେ ଖୋର୍ଦ୍ଧା ଜିଲା ମହୋତ୍ସବ, ପଲ୍ଲୀଶ୍ରୀ ମେଳା ଓ ପୁସ୍ତକ ମେଳା ଉଦଘାଟିତ ହୋଇଯାଇଛି। ହାବେଳୀ ପଡ଼ିଆ ରେ ଆୟୋଜିତ ଏହି ମହୋତ୍ସବ ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ । ଆଇନ,ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ଉଦଘାଟନ କରିଥିଲେ। ଜିଲାପାଳ ଚଞ୍ଚଳ ରାଣାଙ୍କ ସଭାପତିତ୍ବ ରେ ଆୟୋଜିତ ଏହି ମେଳାରେ ବିଧାୟକ ପ୍ରଶାନ୍ତ ଜଗଦେବ, ଜିଲା ପରିଷଦ ଅଧ୍ଯକ୍ଷ ରୁପଶ୍ରୀରାଣୀ ଗୁମାନସିଂହ, ଉପାଧ୍ୟକ୍ଷ ଗୋପିନାଥ ମହାରଣା, ପୌରାଧ୍ୟକ୍ଷା କନକଲକ୍ଷ୍ମୀ ମହାନ୍ତି, ଏସପି ସାଗରିକା ନାଥ, ଅତିରିକ୍ତ ଜିଲାପାଳ ପ୍ରତାପଚନ୍ଦ୍ର ବେଉରା, ଉପ-ଜିଲ୍ଲାପାଳ କିଶୋର ଚନ୍ଦ୍ର ପଣ୍ଡା, ଓରମାସ ଉପ ନିର୍ଦ୍ଦେଶକ ରାଜକିଶୋର ଦାସ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ ଜିଲା ପରିଷଦ ଉନ୍ନୟନ ଅଧିକାରୀ ଜ୍ୟୋତିଶଙ୍କର ସାହୁ ସ୍ବାଗତ ଭାଷଣ, ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା ଧନ୍ୟବାଦ ଦେଇଥିଲେ।

ଏଥର ମେଳାରେ ଓଡ଼ିଶାର ୩୦ଟି ଜିଲ୍ଲା ସମତେ ଛତିଶଗଡ, ପଶ୍ଚିମବଙ୍ଗ, ଉତ୍ତର ପ୍ରଦେଶ, ରାଜସ୍ଥାନ, ଗୁଜୁରାଟ, ଆସାମ ଦିଲ୍ଲୀ ପ୍ରମୁଖ ରାଜ୍ୟରୁ ସ୍ଵୟଂ ସହାୟକ ଗୋଷ୍ଠୀ, ଉତ୍ପାଦକାରୀ ଗୋଷ୍ଠୀ, ହସ୍ତଶିଳ୍ପ ଓ ହସ୍ତତନ୍ତ କାରିଗର ମାନେ ଅଂଶଗ୍ରହଣ କରିଛନ୍ତି।ସେହିପରି ୨୦ ଟି ଷ୍ଟଲ୍‌କୁ ନେଇ ସ୍ୱତନ୍ତ୍ର ଫୁଡ୍ କୋର୍ଟ ସହ, ମୋ ଖୋର୍ଦ୍ଧା ସେଲ୍‌ଫି ପଏଣ୍ଡ୍ ଆଜିବୀକା ଓ ଦକ୍ଷତା ବିକାଶ ଆଦି କାର୍ଯ୍ୟକ୍ରମକୁ ନେଇ ସ୍ୱତନ୍ତ୍ର ଥୁମ୍ ଷ୍ଟଲ୍, ସୁନାମଧନ୍ୟ ପ୍ରକାଶକ ମାନଙ୍କ ଦ୍ୱାରା ପୁସ୍ତକ ମେଳା ଆୟୋଜନ କରାଯାଇଛି।ସରକାରୀ ଯୋଜନା ଗୁଡ଼ିକର ପ୍ରଚାର ପ୍ରସାର ପାଇଁ କୃଷି ଉଦ୍ୟାନ, ବିଭାଗ, ହସ୍ତତନ୍ତ୍ର, ହସ୍ତଶିଳ୍ପ, ନାବାର୍ଡ଼, ପ୍ରଧାନମନ୍ତ୍ରୀ ଆବସ ଯୋଜନା, ସ୍ୱଚ୍ଛ ଭାରତ ମିଶନ, ଇତ୍ୟାଦି ବିଭାଗ ତରଫରୁ ଆ.ଇ.ସି. ଷ୍ଟଲ୍ ଗୁଡ଼ାକ ମଧ୍ୟ ଖୋଲା ଯାଉଅଛି ।

ମେଳାରେ ମନୋରଞ୍ଜନ ପାଇଁ ପ୍ରତ୍ୟେହ ସନ୍ଧ୍ୟା ୫ ଘଟିକାରୁ ସ୍ଥାନୀୟ କଳାକାର ଜିଲ୍ଲା ବାହାରୁ ସାଂସ୍କୃତିକ ଦଳ ତଥା ଷ୍ଟାର୍ ନାଇଟ୍ କାର୍ଯ୍ୟକ୍ରମ ପରିବେଷଣ କରିବେ ।ମେଳା ସମୟରେ ମୁଖ୍ୟତଃ ଭିଡ଼ ନିୟନ୍ତ୍ରଣ ପାଇଁ ପୋଲିସ୍ ସମସ୍ତ ପ୍ରକାର ସମସ୍ତ ପ୍ରକାର ବ୍ଯବସ୍ଥା କରାଯାଇଛି।ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଉକ୍ତ ମେଳାରେ ବିଭିନ୍ନ ପ୍ରକାର ଆଦିବାସୀ ଅଳଙ୍କାର ମାଟି ତିଆରୀ ଜିନିଷ, ଘର ସାଜସଜ୍ଜା ସାମଗ୍ରୀ, ଖାଦ୍ୟ ଓ ମସଲା, ହସ୍ତତନ୍ତ ଶାଢୀ, ଡ୍ରେସ୍, କପଡ଼ା, ଝୋଟରୁ ତିଆରୀ ଜିନିଷ, ପିତ୍ତଳ, ମୂର୍ତ୍ତି, ବେତରୁ ତିଆରି ଉପକରଣ ଡ଼ାଲି ଜାତୀୟ ଜିନିଷ, ପାମ୍ପଡ଼, ଆଚାର ଇତ୍ୟାଦି ଉପଲବ୍ଧ ହେଉଅଛି ।

Leave a Reply

Your email address will not be published. Required fields are marked *

error: Content is protected !!