ଗୋପାଳଜୀ ତଡ଼ିତ୍ ମନ୍ତ୍ର ଶ୍ଵାସ ଯୋଗାଳର ବାର୍ଷିକ ଉତ୍ସବ ପାଳିତ

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ସୁବର୍ଣ୍ଣପୁର ମହାନଦୀ ଯୋଗ ବିହାର ସ୍ଥିତ ଶ୍ରୀ ଗୋପାଳଜୀ ତଡ଼ିତ୍ ମନ୍ତ୍ର ଶ୍ଵାସ ଯୋଗାଳୟ ର ବାର୍ଷିକ ଉତ୍ସବ ଯୋଗାଳୟ ର ସଭାପତି ହରିହର ଶତପଥୀ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ସଭା ମଞ୍ଚରେ ଅନୁଷ୍ଠାନର ଅଧ୍ୟକ୍ଷ ଡକ୍ଟର ସନ୍ତୋଷ କୁମାର ପାଢ଼ୀ, ମୁଖ୍ୟଅତିଥି ସମାଜସେବୀ ଶ୍ରୀବତ୍ସ ମଲ୍ଲିକ୍, ସମ୍ମାନୀତ ଅତିଥି ଶିକ୍ଷାବିତ୍ ଯୋଗୀନ୍ଦ୍ର ପଣ୍ଡା, ମୁଖ୍ୟବକ୍ତା ଭାବେ ବିଶିଷ୍ଟ ଐତିହାସିକ ଡ଼କ୍ଟର ସୁଦାମ ନାଏକ ଯୋଗ ଦେଇ ,ଶିଳାଲିପି ଏବଂ ଯୋଗ ସାଧନା କ୍ଷେତ୍ରରେ ପ୍ରାଚୀନ ସୋନପୁର ର ଅବଦାନ ସମ୍ବନ୍ଧରେ ସାରଗର୍ଭକ ଅଭିଭାଷଣ ପ୍ରଦାନ କରିଥିଲେ ।

ସମ୍ପାଦକ ଡକ୍ଟର ଆର୍ତ୍ତତ୍ରାଣ ବାବୁ, ସମ୍ପାଦକୀୟ ପାଠ କରି ଯୋଗାଳୟ ର ସମ୍ପୂର୍ଣ୍ଣ ତଥ୍ୟ ବିବରଣୀ ପ୍ରଦାନ କରିଥିଲେ । ଉପ ସଭାପତି ପ୍ରଦୀପ ପୁରୋହିତ ସଭା ସଂଯୋଜନା କରିଥିବା ବେଳେ ସହ ସମ୍ପାଦକ ଜ୍ୟୋତି ରଞ୍ଜନ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଯୁବ ଉଦ୍ୟୋଗୀ ନରେଶ ଅଗ୍ରୱାଲ ସମସ୍ତ ଅତିଥି ଗଣଙ୍କୁ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ମୁଖ୍ୟବକ୍ତା ଙ୍କର ଓଜସ୍ବିନୀ ତଥା ତଥ୍ୟ ପୂର୍ଣ୍ଣ ଭାଷଣରେ ଅଭିଭୂତ ହୋଇ ବରିଷ୍ଠ ଯୋଗୀ ଦଧା ନିଧି ସେଠୀ,ଡ଼କ୍ଟର ନାଏକ ଙ୍କୁ ସ୍ୱତନ୍ତ୍ର ଭାବରେ ସମ୍ମାନୀତ କରିଥିଲେ । ଉକ୍ତ ପାବନ ମୂହୁର୍ତ୍ତ ରେ ବରିଷ୍ଠ ଯୋଗୀ ଶ୍ରୀରାଧା କିସନ୍ ଅଗ୍ରୱାଲ, ବୈଦିକ ଯଜ୍ଞରେ କର୍ତ୍ତା ସାଜି ସ୍ଵର୍ଗୀୟ ପିତାମାତାଙ୍କର ପ୍ରତିମୂର୍ତ୍ତି ଙ୍କୁ ମର୍ତ୍ତ୍ୟ ବୈକୁଣ୍ଠ ମଧ୍ୟରେ ପ୍ରତିଷ୍ଠିତ କରିଥିଲେ ।

ଶେଷରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା ।ମଞ୍ଜୁଶ୍ରୀ ବାବୁ ଓ ସୁବର୍ଣ୍ଣ ଶତପଥୀ ସୁଲଳିତ କଣ୍ଠରେ ଭଜନ ଗାୟନ କରିଥିବାବେଳେ ଅନେକ ଶିଶୁ ପ୍ରତିଭା, ଗୀତ ନାଚ ବାଦ୍ୟ ପରିବେଷଣ କରି ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରି ପକାଇଥିଲେ । ଉକ୍ତ ପାରିବାରିକ ବାର୍ଷିକ ଉତ୍ସବରେ ଯୋଗ ପରିବାରର ଶତାଧିକ ସଦସ୍ୟମାନଙ୍କ ସହିତ ସମଗ୍ର ଅଗ୍ରୱାଲ ପରିବାର ଓ ବନ୍ଧୁବର୍ଗ ମଧ୍ୟ ଯୋଗ ଦେଇ ଉତ୍ସବକୁ ସରସ ସୁନ୍ଦର କରିଥିଲେ ।

Leave a Reply

Your email address will not be published. Required fields are marked *

error: Content is protected !!