ମାର୍ଚ୍ଚ ସୁଦ୍ଧା ସରିବନି ରତ୍ନଭଣ୍ଡାର ଗଣତିମଣତି :ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ

ଭୁବନେଶ୍ୱର (ସମୀର ରଞ୍ଜନ ନାୟକ) : ମରାମତି ସରିନଥିବାରୁ ଡେଡ୍‌ଲାଇନରୁ ବିଳମ୍ବ ହେଉଛିଆକଳନଠୁ ଅଧିକ ମରାମତି କାମର ଆବଶ୍ୟକତା ଅଛି’ମରାମତି ପାଇଁ ଆଉ ମାସେ କିମ୍ବା ଦୁଇ ମାସ ଲାଗିବମରାମତି ପରେ ରତ୍ନଭଣ୍ଡାର ଅଳଙ୍କାର ଗଣତି ହେବରଥଯାତ୍ରା ପୂର୍ବରୁ ଗଣତି ମଣତିର ପ୍ରକ୍ରିୟା ଶେଷ କରିବୁ ତେବେ ମହାପ୍ରଭୃଙ୍କ ରତ୍ନଭଣ୍ଡାରର ଜିନିଷ ଏବେ ଗଣତିମଣତି ଶେଷ ହୋଇପାରିବ ନାହିଁ। ଏହି କଥା କହିଛନ୍ତି ଆଇନି ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ। ତାଙ୍କ କହିବା ଅନୁସାରେ ବର୍ତ୍ତମାନ ରତ୍ନଭଣ୍ଡାର ମରାମତି କାମ ଶେଷ ହୋଇପାରୁ ନାହିଁ। ପୂର୍ବରୁ ଯାହା ଆଶା କରାଯାଉଥିଲା ତାହାଠାରୁ ଅଧିକ କାମର ଆବଶ୍ୟକତା ରହିଛି। ତାହା ଶେଷ ନ ହେବା ପର୍ଯ୍ୟନ୍ତ ରତ୍ନଭଣ୍ଡାର ଜିନିଷ ଗଣତିମଣତି ଶେଷ ହୋଇପାରିବ ନାହିଁ। ଶ୍ରୀମନ୍ଦିର ରିତିନୀତି ଅନୁସାରେ ଭଣ୍ଡାର ଘର ମରାମତି ହେଉଛି। ରିତିନୀତିରୁ କିଛି ସମୟ ବାହାର କରାଯାଇ ମରାମତି କରାଯାଉଛି। ଏ ନେଇ ଏଏସଆଇ ଓ ମନ୍ଦିର ପ୍ରଶାସନ ସହିତ ଆଲୋଚନା କରାଯାଇ କାର୍ଯ୍ୟ ହେଉଛି।

Leave a Reply

Your email address will not be published. Required fields are marked *

error: Content is protected !!