ଟ୍ବିନ୍‌ ସିଟି କଟକ ଓ ଭୁବନେଶ୍ବରରେ ଲାଗିବ AI କ୍ୟାମେରା – ପୋଲିସ କମିଶନର

ଭୁବନେଶ୍ୱର (ସମୀର ରଞ୍ଜନ ନାୟକ) : ଟୁଇନ ସିଟିକୁ ଜଗିବ AI କ୍ୟାମେରା । ଭୁବନେଶ୍ୱର କଟକରେ ଲାଗିବ ହାଇ ରିଜୋଲ୍ୟୁସନ AI କ୍ୟାମେରା । ଆଡଭାନ୍ସ ଫେସିଆଲ୍ ରେକୋକନାଇଜ ସିଷ୍ଟ ଜରିଆରେ ଚିହ୍ନଟ ହେବେ ଅପରାଧୀ ଓ ଟ୍ରାଫିକ ଖିଲାପକାରୀ । ବାୟୋ ମେଟ୍ରିକ୍ସ ଆକ୍ସେସ କଣ୍ଟ୍ରୋଲ ସିଷ୍ଟ ଜରିଆରେ ଚିହ୍ନଟ ହେବେ । ସହର ଭିତରେ ୧ ହଜାର କ୍ୟାମେରା ଥିଲେ ମଧ୍ୟ ଅଧିକାଂଶ ଅଚଳ ରହିଛି । ଟେକ୍ନୋଲୋଜି ଜରିଆରେ ଅପରାଧ କମାଇବା ସହ ଅପରାଧୀଙ୍କୁ ଧରିବା ନେଇ ଗୁରୁତ୍ୱାରୋପ କରିଛନ୍ତି ପୋଲିସ କମିଶନର। ଏହାପରେ ମଧ୍ୟ ଲୋକଙ୍କୁ ସୁରକ୍ଷିତ ରଖିବା ପାଇଁ ପାଟ୍ରୋଲିଂକୁ ବ୍ୟାପକ କରିବା ସହ ଆପାର୍ଟମେଣ୍ଟରେ ବ୍ୟାପକ ସିସିଟିଭି, ସିକ୍ୟୁରିଟି ଗାର୍ଡ ମୁତୟନ ନେଇ ଗୁରୁତ୍ୱାରୋପ କରାଯାଇଛି ।

ପୋଲିସିଂ ବ୍ୟବସ୍ଥାରେ ସାଧରଣ ଲୋକଙ୍କ ଭାଗିଦାରୀ ପାଇଁ ଅଧିକ ଫୋକସ ରହିଛି । ପ୍ରତ୍ୟେକ ସିଭିଲିଆନ ବିନା ପୋଷାକରେ ପୋଲିସିଂ ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ ହେବା ପାଇଁ ଗୁରୁତ୍ୱାରୋପ କରିଛନ୍ତିଟୁଇନ ସିଟି ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂ।ସୂଚନା ଅନୁସାରେ, ଟୁଇନସିଟିରେ ୧ ହଜାର କ୍ୟାମେରା ଲଗାଯାଇଛି ହେଲେ ଏହା ମଧ୍ୟରୁ ଅଧିକାଂଶ ଖରାପ ହୋଇଯାଇଛି। ବଢୁଥିବା ଅପରାଧରେ ରୋକିବା ପାଇଁ ପୋଲିସ କନିଶନର ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଲୋକଙ୍କ ସୁପକ୍ଷା ପାଇଁ ପାଟ୍ରୋଲିଂକୁ ବ୍ୟାପକ ବ୍ୟବସ୍ଥା କରାଯିବ । ସେହିପରି ଆପାର୍ଡମେଣ୍ଟର ସୁରକ୍ଷା ପାଇଁ ସିସିଟିଭି, ସିକ୍ୟୁରୀଟି ଗାର୍ଡ ମୁତୟନ କରାଯିବ ।

Leave a Reply

Your email address will not be published. Required fields are marked *

error: Content is protected !!