ବଡ଼ବିଲ କେନ୍ଦ୍ରରେ ୮୯ ତମ ତ୍ରିମୂର୍ତ୍ତି ଶିବ ଜୟନ୍ତୀ ଉତ୍ସବ ପାଳନ କରାଯାଇଛି।

କେନ୍ଦୁଝର/ଯୋଡ଼ା (ସୀତାରାମ ଦୀକ୍ଷିତ): ଆଜି ପବିତ୍ର ମହାଶିବରାତ୍ରୀ ପର୍ବ ଉପଲକ୍ଷେ ସଂସ୍ଥା ତରଫରୁ , ଏକ ସୁନ୍ଦର ଜ୍ୟୋତିର୍ଲିଙ୍ଗ ମେଢ଼ ସମଗ୍ର ସହରରେ ପରିକ୍ରମା କରାଯାଇଥିଲା ଏବଂ ଶିବ ପତାକା ଉତ୍ତୋଳନ ଆଶ୍ରମ ପରିସର ରେ ହୋଇଥିଲା। ଏଥିରେ ଅନେକ ଭାଇଭଉଣୀ ଯୋଗଦାନ ଦେଇଥିଲେ, ଏହି କାର୍ଯ୍ୟକ୍ରମର ମୁଖ୍ୟ ବାର୍ତ୍ତା ଥିଲା ଯେ , ଚାରିଆଡ଼େ ଅନ୍ୟାୟ ଅତ୍ୟାଚାରର ଅନ୍ଧକାର ଘେରି ରଖିଛି ଓ ଏପରି ପରିସ୍ଥିତିରେ, ଆତ୍ମାର ପ୍ରଦୀପ ଜାଗ୍ରତ ଦ୍ଵାରା ହି ଅନ୍ଧକାର ଦୂର ହୋଇପାରିବ l ସେଥିପାଇଁ ପରମଜ୍ୟୋତି ନିରାକାର ଶିବ ବାବାଙ୍କ ପାଖରେ ମନ, ବୁଦ୍ଧି କୁ ଯୋଡ଼ି ,ମନର ବିକାର ରୁପି ବିଷ ବା କଣ୍ଟା କୁ ସମର୍ପିତ କରି ଅନ୍ଧକାର ଦୂର କରିପlରିବା। ତେବେ ଯାଇ ସମାଜ ରୁ ଅଜ୍ଞାନତାର ଅନ୍ଧକାର ଦୂର ହୋଇପାରିବ। ।ନିରାକାର ଶିବବାବା ବର୍ତମାନ କିପରିଭାବେ ଜ୍ଞାନ ଘୃତ ଦ୍ୱାରା ଆତ୍ମା ଦୀପକ କୁ ଜାଗ୍ରତ କରୁଛନ୍ତି , ଏ ବିଷୟ ରେ ଅଧିକ ଜାଣିବା ପାଇଁ ସେବାକେନ୍ଦ୍ରକୁ ଆହ୍ବାନ କରିଥିଲେ।ଏହି ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ମହାଶିବରାତ୍ରୀ ପର୍ବକୁ ପାଳନ କରିବାକୁ ଅନୁଷ୍ଠାନ ତରଫରୁ ବାର୍ତ୍ତା ଦିଆଯାଇଥିଲା | ମାଉଣ୍ଟ ଅlବୁରୁ ଆସିଥିବା ବ୍ରହ୍ମlକୁମାର ତ୍ରିଲୋଚନ ଭାଇ ମଧ୍ୟ ଯୋଗ ଦେଇଥିଲେ lସଂସ୍ଥା ର ମୁଖ୍ୟ ବ୍ରହ୍ମlକୁମlରୀ ଜୟନ୍ତୀ ଭଉଣୀଙ୍କ ତତ୍ତ୍ଵାବଧାନରେ ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା

Leave a Reply

Your email address will not be published. Required fields are marked *

error: Content is protected !!