୧୦୦ବର୍ଷ ପୂର୍ତ୍ତି ଅବସରରେ ବାର୍ଷିକ ଉତ୍ସବ ପାଳନ କରିଲେ ସରକାରି ଏକ୍ସ ବୋର୍ଡ ସ୍କୁଲ।

ରାୟଗଡ଼ (ଗୋପୀନାଥ ଗୌଡ଼): ରାୟଗଡ଼ ସଦର କଂଗ୍ରେସ୍ ଭବନ ନିକଟରେ ଥିବା ଏକ୍ସ୍ ବୋର୍ଡ ୟୁ.ପି. ସ୍କୁଲ ୧୯୨୫ମସିହାରେ ସ୍ଥାପିତ ହୋଇଥିଲା। ୧୯୨୫ମସିହାରୁ ଉକ୍ତ ସ୍କୁଲ ଅନେକ ଛାତ୍ର ଛାତ୍ରୀଙ୍କୁ ଶିକ୍ଷା ବ୍ୟବସ୍ଥା ଅଗ୍ରଗତି ନେଇ ସମୀକ୍ଷା କରନ୍ତି ଛାତ୍ର ଛାତ୍ରୀ। ଆଜି ଏହି ଶୁଭ ଅବସରରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷାଧିକାରି,ରାୟଗଡ଼ଶ୍ରୀ ରାମଚନ୍ଦ୍ର ନାହାକ। ମୁଖ୍ୟ ବକ୍ତା ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରି ରାୟଗଡ଼,ଶ୍ରୀ ଭଜନଲାଲ୍ ମାଝୀ। ସମ୍ମାନୀୟ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଶିକ୍ଷାଧିକାରି ରାୟଗଡ଼, ଶ୍ରୀ ସୁଦୀପ୍ତ କୁମାର ଦାସ।

ସ୍ଵତନ୍ତ୍ର ଅତିଥି ଭାବେ ୱାଙ୍ଗାରାହି ଶବର, ଏବିଇଓ ରାୟଗଡ଼। ଶ୍ରୀ ଛବିଲାଲ ସିଂ, ଏବିଇଓ ରାୟଗଡ଼।ଶ୍ରୀ ବଳରାମ ହୁଇକା, ବିଆରସିସି, ରାୟଗଡ଼। ସ୍ଥାନୀୟ ଅତିଥି ଭାବେ ଶ୍ରୀମତି ସୁଭାଷିନୀ ବେହେରା, ଏସ ଏମ୍ ସି ଅଧ୍ୟକ୍ଷା। ଶ୍ରୀ ସୁଣ୍ଡି ସୁମିତ, ୫ନମ୍ୱର୍ ୱାର୍ଡ କାଉନସିଲର, ରାୟଗଡ଼ ପୌର ପରିଷଦ, ଶ୍ରୀ କାଳିଦାସ ମାଣ୍ଡାଙ୍ଗି, ୱାର୍ଡ଼ ନମ୍ୱର୍ ୬ କାଉନସିଲର, ରାୟଗଡ଼ ପୌର ପରିଷଦ। ସ୍ଥାନୀୟ ଆଇନଜିବୀ ଶ୍ରୀ ୟେଦୁ.ମଧୁ ସୁଦନ ରାଓ , ଆଇନଜିବୀ ଶ୍ରୀ ୟେଦୁ ଶ୍ରୀ ହରି । ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କ ସମେତ ଅଭିଭାବକ ଓ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ।

ପ୍ରଧାନ ଶିକ୍ଷକ ଙ୍କ କହିବା ଅନୁସାରେ ବର୍ତ୍ତମାନ ସ୍ଥାନ ଅଭାବ ଏବଂ ଉଚିତ୍ କୋଠା ଅଭାବରୁ ଏହି ସ୍କୁଲ ସହିତ ଆଉ ଦୁଇଟି ସ୍କୁଲର ଛାତ୍ର ଛାତ୍ରୀମାନ ଙ୍କୁ ମଧ୍ୟ ଯୋଡ଼ି ଦିଆ ଯାଇଛି ଏହି ସ୍କୁଲ ସହିତ। ବିକ୍ରମ ଦେବ ସ୍କୁଲର ଛାତ୍ର ଛାତ୍ରୀ, ବାଇଲିଙ୍ଗ ସ୍କୁଲର ଛାତ୍ରଛାତ୍ରୀ ଏବଂ ଏକ୍ସଵୋର୍ଡ ସ୍କୁଲର ଛାତ୍ରଛାତ୍ରୀ ସମସ୍ତଙ୍କୁ ଏକାଠି କରି ବର୍ତ୍ତମାନ୍ ବାଇଲିଙ୍ଗ ସ୍କୁଲକୁ ଏକ୍ସବୋର୍ଡରେ ପରିଣତ କରଯାଇଛି। ବର୍ତ୍ତମାନ୍ ଏହି ସ୍କୁଲରେ ମୋଟ ୨୩୫ଜଣ ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣ କରୁଛନ୍ତି। ସେଥି ମଧ୍ୟରୁ ୧୩୨ଜଣ ଛାତ୍ର ସଂଖ୍ୟା ଥିଲା ବେଳେ, ୧୦୧ଜଣ ଛାତ୍ରୀ ଅଛନ୍ତି। ଦୁଇଜଣ ଶିକ୍ଷକ ୮ଜଣ ଶିକ୍ଷୟତ୍ରୀଙ୍କ ଦ୍ଵାରା ଛାତ୍ର ଛାତ୍ରୀଙ୍କୁ ଶିକ୍ଷାଦାନ କରାଯାଉଛି ବୋଲି କହିଛନ୍ତି ଦାୟିତ୍ୱରେ ଥିବା ପ୍ରଧାନ ଶିକ୍ଷକ ଶ୍ରୀ ମଧୁ ସୁଦନ ରାଓ।

Leave a Reply

Your email address will not be published. Required fields are marked *

error: Content is protected !!