ଶ୍ରୀମନ୍ଦିର ପରିଚାଳନା କମିଟିର ନିଯୁକ୍ତି ପ୍ରକ୍ରିୟାକୁ ସେବାୟତଙ୍କ ବିରୋଧ

ପୁରୀ (ଜିତେନ୍ଦ୍ର କୁମାର ସାବୁତ): ପ୍ରକାଶ ଯେ ନିକଟରେ ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଓଏସ୍ଏସ୍‌ସି ଜରିଆରେ ଶ୍ରୀମନ୍ଦିରର ସବୁ ନିଯୁକ୍ତି ପ୍ରକ୍ରିୟା କରିବାକୁ ନିଷ୍ପତ୍ତି ହୋଇଥିଲା । ଏହା ସତ୍ତ୍ବେ ଶ୍ରୀମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ଭୁବନେଶ୍ଵର ସହିଦନଗରରେ ଏମ୍/ଏସ୍ ପ୍ରପର୍ଟି ସଲ୍ୟୁସନ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍କୁ ୭୫ଜଣ ଜେଟିପି ନିଯୁକ୍ତି ଦେବାକୁ ଚିଠି(ନମ୍ବର-୨୬୦୨/୨୭.୦୨.୨୦୨୫ କରାଯାଇଛି । ଚିଠିରେ ୬୦ଜଣ ପୁରୁଷ ଓ ୧୫ଜଣ ମହିଳାଙ୍କୁ ଜେଟିପି ସ୍କ୍ୱାଡ୍ ଭାବେ ନିଯୁକ୍ତି ଦେବା ପାଇଁ ଚିଠିରେ ଦର୍ଶାଯାଇଛି, ଏହି ଜେଟିପି ସ୍କ୍ୱାଡ଼ର ୭୫ଜଣଙ୍କୁ ଅସ୍ଥାୟୀ ଭାବେ ନିଯୁକ୍ତି ଦିଆଯିବ ତେଣୁ ଏଥିପାଇଁ ୧୮୦ଜଣ ପୁରୁଷ ଓ ୪୫ଜଣ ମହିଳା ଯୋଗାଇ ଦେବା ପାଇଁ ଅନୁରୋଧ କରାଯାଇଛି।

ଏମାନେ ଆଉଟ୍‌ସୋର୍ସକର୍ମଚାରୀ ଭାବେ କାମ କରିବେ ଆବେଦନ‌କାରୀଙ୍କ ବୟସ ୧୮ ବର୍ଷରୁ ୩୨ ବର୍ଷ ମଧ୍ୟରେ ହୋଇଥିବ। ଆବେଦନକାରୀ ଦଶମ ଶ୍ରେଣୀ ପାସ୍‌ କରିଥିବେ । ସେହିପରି ସମସ୍ତ ଆବେଦନକାରୀମାନେ ପୁରୀ ଜିଲ୍ଲାର ବାସିନ୍ଦା ହୋଇଥିବେ। ପୁରୀ ପୌରାଞ୍ଚଳର ବାସିନ୍ଦା ହୋଇଥିଲେ ଅଗ୍ରାଧିକାର ଦେବାକୁ କୁହାଯାଇଛି । ଅନ୍ୟପଟେ ଶ୍ରୀମନ୍ଦିର ପ୍ରଶାସନର ଏଭଳି ପଦକ୍ଷେପକୁ ସେବାୟତ ବିରୋଧ କରିଛନ୍ତି,ଏଭଳି ନିଯୁକ୍ତି ପ୍ରକ୍ରିୟା ସମ୍ପୂର୍ଣ ବେଆଇନ ପୂର୍ବରୁ କେବେ ବି ଏଭଳି ନିଯୁକ୍ତି ହୋଇନଥିଲା ବୋଲି ସେବାୟତମାନେ କହିଛନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!