ବରଗଡ (ମୁକୁନ୍ଦ ଦାସ): ବିଜ୍ଞାନର ପ୍ରଚାର ଓ ପ୍ରସାର ତଥା ବିଜ୍ଞାନକୁ ଲୋକାଭିମୁଖୀ କରିବା ସହିତ ଜନ କଲ୍ୟାଣମୂଳକ କାର୍ଯ୍ୟରେ ଏହାର ପ୍ରଯୋଗ କରିବା ନିମନ୍ତେ ଜନ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ସାରା ଭାରତ ବର୍ଷରେ ଫେବୃୟାରୀ ମାସ ୨୮ ତାରିଖରେ ଜାତୀୟ ବିଜ୍ଞାନ ଦିବସ ପାଳନ କରାଯାଏ। ଏହି ଆଭିମୁଖ୍ୟ ନେଇ ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଭୁକ୍ତା ଜନତା ହାଇସ୍କୁଲରେ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି।ଏହି ଉପଲକ୍ଷେ ଅନୁଷ୍ଠିତ ଏକ ବୈଠକରେ ପ୍ରଧାନ ଶିକ୍ଷକ ଦୁର୍ଗା ପ୍ରସାଦ ନାୟକ ଅଧ୍ୟକ୍ଷତା କରିଥିବା ବେଳେ ଶିକ୍ଷକ ତେଜରାମ ସା ବିଜ୍ଞାନ ଦିବସର ଉଦ୍ଦେଶ୍ୟ ଜ୍ଞାପନ କରିଥିବାବେଳେ ଶିକ୍ଷକ ବୋଧରାମ ବିଶ୍ବାଳ ବୈଜ୍ଞାନିକ ସାର୍ ସିଭି ରମଣଙ୍କ ଜୀବନୀ ଓ ରମଣ ପ୍ରଭାବ ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ଧାରଣା ପ୍ରଦାନ କରିଥିଲେ।
ବିଦ୍ୟାଳୟର ବିଜ୍ଞାନ କ୍ଲବର ମାର୍ଗ ଦର୍ଶକ ଶିକ୍ଷକ ସଞ୍ଜୟ ଖମାରୀଙ୍କ ସଂଯୋଜନା କ୍ରମେ ଆୟୋଜିତ ବିଜ୍ଞାନ କୁଇଜରେ ବିଦ୍ୟାଳୟର ହୋମି ଭାବା ବିଜ୍ଞାନ କ୍ଲବ, ସାର୍ ସିଭି ରମଣ ବିଜ୍ଞାନ କ୍ଲବ, ଶକ୍ତି କ୍ଲବ, ଗଣିତ କ୍ଲବ ଓ ମାନକ କ୍ଲବର ୩୬ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିବା ବେଳେ ପ୍ରତିଯୋଗୀମାନଙ୍କ ମଧ୍ୟରୁ ଜାଗୃତି ପଟେଲ ପ୍ରଥମ, ଭାରତୀ ପଧାନ ଦ୍ବିତୀୟ ଏବଂ ଜିଜ୍ଞାସା ଭୋଇ ଓ ଭବେଶ ଭୋଇ ଯୁଗ୍ମ ଭାବରେ ତୃତୀୟ ସ୍ଥାନ ଅଧିକାର କରିଥିଲେ।ସମସ୍ତ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷକ ଜ୍ୟୋତିଶ୍ଚନ୍ଦ୍ର ପଧାନ, ଈଶ୍ୱର ପଧାନ,ସୁବାସ ଚନ୍ଦ୍ର ଖମାରୀ,ଅଙ୍କିତ ମହନ୍ତ,ପଦ୍ମଲୋଚନ ବିଶି ,ଦେବାଶିଷ ମିର୍ଦ୍ଧା, ସୁଦର୍ଶନ ପଧାନ, ଶିକ୍ଷୟିତ୍ରୀ ଅନୀତା ପଧାନ,ରାଜକୁମାରୀ ଭୁଏ, ସରିତା ପଟେଲ, ମନୋଜା ପଟେଲ, ପୁଷ୍ପାଞ୍ଜଳି ପ୍ରଧାନ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ।ଶିକ୍ଷକ ଶ୍ରୀପତି ସାହୁ ସଭାକାର୍ଯ୍ୟ ପରିଚାଳନା କରିଥିବାବେଳେ ଶିକ୍ଷୟିତ୍ରୀ ଅନୀତା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।