ଚୋରା ଲୁହାପଥର ଟ୍ରକ ସମେତ ସ୍କୋର୍ପିଓ ଜବତ : ୫ ଗିରଫ

କେନ୍ଦୁଝର (ସୀତାରାମ ଦୀକ୍ଷିତ) : କେନ୍ଦୁଝର ଜିଲ୍ଲା ବାମେଵାରୀ ଥାନା ଅନ୍ତର୍ଗତ ନୟାଗଡ଼ ସାଇଡିଂ ରୁ ବେଆଇନ ଭାବେ ଲୁହା ପଥର ପରିବହନ କରି ବାହାରୁ ଥିବା ଖବର ପାଇ ବାମେବାରି ପୋଲିସ ଗାଡି ଗୁଡିକୁ ପିଛା କରି ଦ୍ଧାତିକା ଛକ ନିକଟରେ ୨ ଟି ହାଇବା ଟ୍ରକ ଏବଂ ୨ ଟି ଚାରିଚକିଆ କୁ ଜବତ କରିଛି।ସୂଚନାଯୋଗ୍ୟ ଯେ ୨୮ ତାରିଖ ଦିନ ଟ୍ରକ ନମ୍ବର (ଜେ. ଏଚ ୦୫ସି.ଏମ.୩୪୯୪)ଏବଂ ଟ୍ରକ ନମ୍ବର (ଆର.ଜେ.୦୨ଜି.ବି.୨୫୬୭)ମାଧ୍ୟମରେ ଲୁହାପଥର ଚୋରି ହେଉଥିଲା।

ଯେଉଁଥିରେ ୫ ଜଣ ମାଷ୍ଟର ମାଇଣ୍ଡ ଏକ ସ୍କୋର୍ପିଓ (ଓ.ଡି.୦୩ଇ ୨୭୩୭)ଏବଂ ମାରୁତ୍ତି ଅରଟିଗା (ଓଡ଼ି୧୦ପି ୦୮୪୮)ଗାଡ଼ିରେ ଆଗ ପଛ ହୋଇ ଟ୍ରକ ପାରକରୁଥିଲେ ଯାହା କୁ ବାମେଵାରୀ ପୋଲିସ ଭଣ୍ଡୁର କରି ଗାଡି ଗୁଡିକ ଜବତ କରି ଅଭିଯୁକ୍ତ ଙ୍କୁ ଗିରଫ କରି କେସ ନମ୍ବର ଜି. ଆର.୨୨/୨୦୨୫ ରୁଜୁ କରି କୋର୍ଟ ଚାଲାଣ କରିଛି। ତେବେ ଅଭିଯୁକ୍ତ ମାନେ ହେଲେ ସୁରେନ୍ଦ୍ର ସିଂ (୫୨)ଯାହାଙ୍କ ଘର କେନ୍ଦୁଝର ମାଇନିଂ ସ୍ଥିତ ନ୍ୟୁ କଲୋନୀ,ରାଜବିନ୍ଦର ସିଂ (୫୪) ଘର ଝାଡ଼ଖଣ୍ଡ ସ୍ଥିତ ଜାମେସେଦପୁର ,ଦୀପକ ସିଂ (୨୭),ରୋହନ ଗୌଡା(୨୮) ଯାହାଙ୍କ ଘର ରାଉରକେଲା ଏବଂ ଗୋବିନ୍ଦ ମହାନ୍ତ ଚମ୍ପୁଆ ର ବାସିନ୍ଦା ଅଟନ୍ତି ବୋଲି ବାମେଵାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଜୋସକେତନ ଭୋଇ ସୂଚନା ଦେଇଛନ୍ତି।

ଯୋଡ଼ା ଖଣି ଅଞ୍ଚଳରେ ଦିନକୁ ଦିନ ବ୍ୟାପକ ମାତ୍ରା ରେ ଲୁହା ଚରି ବଢ଼ିବାରେ ଲାଗିଛି ଯାହାକୁ ରୋକିବା ପାଇଁ ଖଣି ବିଭାଗ କୁ ଦୃଢ ପଦକ୍ଷେପ ନେବାର ଆବଶ୍ୟକତା ରହିଛି । ଯଦି ଏହିପରି କ୍ରମାଗତ ଭାବେର ଖଣିଜ ପଦାର୍ଥ ଚରି ହେଉଥିବ ତାହାଲେ ସରକାରଙ୍କ କିଟି କୋଟି ଟଙ୍କାର ରାଜସ୍ବ ହାନି ହେଉଛି ବୋଲି ଅଞ୍ଚଳ ବାସୀ ଚିନ୍ତା ପ୍ରକଟ କରିଛନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!