କେନ୍ଦୁଝର/ଚମ୍ପୁଆ(ପ୍ରଦୀପ କୁମାର ମହାନ୍ତ): ଆଜି ମୂଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଚମ୍ପୁଆ ଗସ୍ତ ରେ ଆସୁଥିବା ବେଳେ ଚମ୍ପୁଆ ବିଜେପି ରେ ଗୋଷ୍ଠୀ କନ୍ଦଳ ପଦାରେ ପଡ଼ିଛି। ଆଜି ଚମ୍ପୁଆ ପ୍ରେସ କ୍ଲବ ରେ ଦୁଇ ଗୋଷ୍ଠୀ ପରସ୍ପର ବିରୋଧ ରେ ସାମ୍ୱାଦିକ ସମ୍ମିଳନୀ କରିଛନ୍ତି । ଗତ ଶୁକ୍ରବାର ଦିନ ଅପରାହ୍ନ ରେ ମୂଖ୍ୟମନ୍ତ୍ରୀ ଙ୍କ ଚମ୍ପୁଆ ଗସ୍ତ ଉପଲକ୍ଷେ ଚମ୍ପୁଆ ବିଜେପି ତରଫରୁ ଏକ ପ୍ରସ୍ତୁତି ବୈଠକ ଚମ୍ପୁଆ ସ୍ଥିତ ଧରଣୀଧର ନଗର ଭବନ ରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକ ରେ ଚମ୍ପୁଆ ବ୍ଲକ୍ ଓ ଏନଏସି ର ବିଜେପି ପଦାଧିକାରୀ ଓ କର୍ମୀ ମାନେ ଯୋଗ ଦେଇଥିଲେ। ତେବେ ଏହି ବୈଠକରେ ଶ୍ରୀମନ୍ତ ତ୍ରିପାଠୀ ଙ୍କ ଉପସ୍ଥିତି କୁ ନେଇ ବିରୋଧ ହୋଇଥିଲା । କଥା ଜିଲ୍ଲା ସଭାପତିଙ୍କ ପାଖକୁ ଯିବା ପରେ ସେ ଦଳୀୟ ପର୍ଯ୍ୟବେକ୍ଷକ ଭାବେ ଜିଲ୍ଲା ଉପସଭାପତି ନୀଳମଣି ମହାନ୍ତ ଙ୍କୁ ପଠାଇଥିଲେ ।

ମଧ୍ୟାହ୍ନ ରେ ଚମ୍ପୁଆ ପ୍ରେସ କ୍ଲବ ରେ ଚମ୍ପୁଆ ବିଜେପି ର ନଗର ସଭାପତି ରାଜେଶ ଆଚାର୍ଯ୍ୟ, ଚମ୍ପୁଆ ମଣ୍ଡଳ ସଭାପତି , ଭଣ୍ଡା ମଣ୍ଡଳ ସଭାପତି , ବି କରଞ୍ଜିଆ ମଣ୍ଡଳ ଉପସଭାପତି ପ୍ରମୁଖ ଏକ ପ୍ରେସ ମିଟ ରେ ଦଳୀୟ କାର୍ଯ୍ୟକ୍ରମ ରେ ଦଳରୁ ନିଲମ୍ବିତ ନେତା ଶ୍ରୀମାନ୍ତ ତ୍ରିପାଠୀ ଙ୍କ ଉପସ୍ଥିତି କୁ ବିରୋଧ କରିବା ସହ କିଛି କୁଚକ୍ରୀ ଙ୍କୁ ନେଇ ଦଳରେ ବିଭ୍ରାଟ ସୃଷ୍ଟି କରୁଥିବା ନେଇ ଅଭିଯୋଗ କରିଥିଲେ । ଦଳ ରୁ ନିଲମ୍ବିତ ହୋଇଥିବାରୁ ଦଳୀୟ ଚିହ୍ନ ବ୍ୟବହାର କରି ପୋଷ୍ଟର ବ୍ୟାନର ନ ମାରିବାକୁ ଚେତାବନୀ ଦେଇଥିଲେ । ନିଲମ୍ବନ ପ୍ରତ୍ୟାହାର ନ କରି ଦଳ ତାଙ୍କୁ ବିଧିବଦ୍ଧ ଭାବେ ଗ୍ରହଣ କରିନଥିଲା ବେଳେ ଶ୍ରୀମନ୍ତ ତ୍ରିପାଠୀଙ୍କର ଚମ୍ପୁଆ ନିର୍ବାଚନ ମଣ୍ଡଳିରେ ବିଭିନ୍ନ ସଭା ସମିତି ଓ ଦଳୀୟ କାର୍ଯ୍ୟକ୍ରମ ଯୋଗଦାନକୁ ନାପସନ୍ଦ କରିଥିଲେ । ଏହାର ଜବାବ ରେ ଶ୍ରୀମନ୍ତ ତ୍ରିପାଠୀ ମଧ୍ୟ ଆଜି ସନ୍ଧ୍ୟା ରେ ଚମ୍ପୁଆ ପ୍ରେସ୍ କ୍ଲବ ରେ ତଦନୂରୁପ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ।
ସେ ତାଙ୍କ ବିବୃତ୍ତି ରେ ଦଳର ନିର୍ଦ୍ଦେଶ ଅନୁସାରେ ସେ ଦଳୀୟ ସଙ୍ଗଠନ କୁ ମଜବୁତ କରିବା ପାଇଁ କାମ କରିବା ସହ ଦଳୀୟ ନିର୍ଦ୍ଦେଶ ଅନୁସାରେ ସଦସ୍ୟତା ଅଭିଯାନରେ ମଧ୍ୟ ଭାଗନେଇ ସଦସ୍ୟତା ବଢାଇବା ସହ ଦଳ ପାଇଁ ଜଣେ ସମର୍ପିତ କର୍ମୀ ହିସାବ ରେ କାମ କରୁଥିବା ନେଇ କହିଛନ୍ତି । ତାଙ୍କୁ ବିରୋଧ କରୁଥିବା ବିଜେପି କାର୍ଯ୍ୟକର୍ତ୍ତା ତାଙ୍କ ବିରୋଧ ନାମ ରେ ପରୋକ୍ଷ ରେ ଦଳକୁ ଦୁର୍ବଳ କରୁଥିବା ନେଇ ସେ ଅଭିଯୋଗ କରିଛନ୍ତି। ଚମ୍ପୁଆ ବିଜେପି ରେ ଗୋଷ୍ଠୀ କନ୍ଦଳ ନେଇ କର୍ମୀ ମହଲ ରେ ଦିନକୁ ଦିନ ଅସନ୍ତୋଷ ବୃଦ୍ଧି ପାଉଛି ।ଚମ୍ପୁଆ ରୁ ପ୍ରଦୀପ କୁମାର ମହାନ୍ତ ଙ୍କ ରିପୋର୍ଟ୍ ଶ୍ରୀକ୍ଷେତ୍ର ନିୟୁଜ୍