ଆଞ୍ଚଳିକ କଳିଙ୍ଗ ହର୍ବାଲ ମେଳାରେ ଯୋଗ ଦେଲେ ମାନ୍ୟବର ମୁଖ୍ୟମନ୍ତ୍ରୀ

କେନ୍ଦୁଝର(ସୀତାରାମ ଦୀକ୍ଷିତ) : ଆୟୁର୍ବେଦ ଏକ ସଂପୂର୍ଣ୍ଣ ସ୍ୱାସ୍ଥ୍ୟ ବିଜ୍ଞାନ। ଆୟୁର୍ବେଦରେ ଉପଯୁକ୍ତ ଉପଚାର ସହିତ ସନ୍ତୁଳିତ ଆହାର ଓ ଜୀବନ ଶୈଳୀ ଦ୍ୱାରା ଆରୋଗ୍ୟ ଲାଭ କରାଯାଇ ପାରିବ। ମାନବ ଶରୀର, ୫ଟି ମୌଳିକ ତତ୍ତ୍ୱ ଯଥା- ଆକାଶ, ବାୟୁ, ଅଗ୍ନି, ଜଳ ଓ ପୃଥିବୀ ସହିତ ଆତ୍ମାର ସଂଯୋଗରେ ନିର୍ମିତ ହୋଇଥାଏ । ଏହା ପ୍ରକୃତି ଓ ଶରୀର ସହ ସମନ୍ୱୟ ରକ୍ଷା କରି ଜୀବନର ମାନକୁ ବୃଦ୍ଧି କରୁଥିବାରୁ, ଏହାକୁ ସମଗ୍ର ବିଶ୍ୱ ଏକ ଉତ୍ତମ ଚିକିତ୍ସା ପଦ୍ଧତି ଭାବରେ ଗ୍ରହଣ କରିଛି ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର କାଳୀ ପଡିଆଠାରେ ଆୟୋଜିତ ହେଉଥିବା ଆଞ୍ଚଳିକ କଳିଙ୍ଗ ହର୍ବାଲ ମେଳାର ଚତୁର୍ଥ ସନ୍ଧ୍ୟାର ସମରୋହରେ ଯୋଗ ଦେଇ ନିଜ ଅଭିଭାଷଣରେ ଉଲ୍ଲେଖ କରିଛନ୍ତି।

ଆହୁରିମଧ୍ୟ ନିଜ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଭାରତୀୟ ସଂସ୍କୃତି ଏବଂ ପରମ୍ପରା ସହିତ ଆୟୁର୍ବେଦର ସମ୍ପର୍କକୁ ଅବତାରଣା କରିବାକୁ ଯାଇ ପ୍ରଭୁ ଜଗନ୍ନାଥଙ୍କ ସ୍ନାନପୂର୍ଣ୍ଣିମାରେ ହେଉଥିବା ଜ୍ୱର ଓ ଚେରମୂଳି ଲାଗି ନୀତିକାନ୍ତି ଏବଂ ରାମାୟଣର ଲକ୍ଷ୍ମଣଙ୍କ ଆରୋଗ୍ୟ ଲାଭ ପାଇଁ ବିଶଲ୍ୟକରଣୀର ଉପଯୋଗର କିମ୍ବଦନ୍ତୀକୁ ବଖାଣିଥିଲେ ।ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜି ପାରମ୍ପରିକ ସ୍ବାସ୍ଥ୍ୟ ବିଜ୍ଞାନ ଯୋଗ, ଆୟୁର୍ବେଦ ଓ ପ୍ରାକୃତିକ ଚିକିତ୍ସାର ଲୋକପ୍ରିୟତା ବୃଦ୍ଧି ପାଇଁ ଉଦ୍ୟମ ଜାରି ରଖିଥିବାରୁ ଓ ତାଙ୍କ ଉଦ୍ୟମରେ ପ୍ରତି ବର୍ଷ ଜୁନ ୨୧ ତାରିଖକୁ ସାରା ବିଶ୍ବରେ ଯୋଗ ଦିବସ ଭାବେ ଖୁବ୍ ଉତ୍ସାହର ସହିତ ପାଳନ କରାଯାଉଥିବାରୁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ରାଜ୍ୟ ସରକାର ଆୟୁର୍ବେଦ ଏବଂ ପାରମ୍ପରିକ ଔଷଧୀୟ ଚିକିତ୍ସାକୁ ପ୍ରୋତ୍ସାହିତ କରିବା ପାଇଁ ଗବେଷଣାରେ ଅଧିକ ନିବେଶ କରୁଥିବା ଓ ଔଷଧୀୟ ଉଦ୍ଭିଦ ଚାଷରେ ସ୍ଥାନୀୟ ଚାଷୀମାନଙ୍କୁ ସହାୟତା ପ୍ରଦାନ କରି ଆୟୁର୍ବେଦିକ ସ୍ୱାସ୍ଥ୍ୟସେବା ସୁବିଧା ପାଇଁ ଭିତ୍ତିଭୂମି ବୃଦ୍ଧି କରିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ଶ୍ରୀ ମାଝୀ ପ୍ରକାଶ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ତେଲକୋଇ ବିଧାୟକ ଡାକ୍ତର ଫକୀର ମୋହନ ନାଏକ, ଡିଆଜି ବ୍ରିଜେଶ କୁମାର ରାଏ, ଜିଲ୍ଲାପାଳ ଶ୍ରୀ ଵିଶାଲ ସିଂହ, ଆରକ୍ଷୀ ଅଧିକ୍ଷକ ଶ୍ରୀ ନୀତିନ କୁଶଳକର ଏବଂ ବନଖଣ୍ଡ ଅଧିକାରୀ ଶ୍ରୀ ଧନରାଜ ଏଚଡି ଉପସ୍ଥିତ ଥିଲେ ।ଏହି ଅବସରରେ ବନ ବିଭାଗର ଏକ ନୂତନ ୱେବସାଇଟ ଉନ୍ମୋଚନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *

error: Content is protected !!