ପୁରୀ (ଜିତେନ୍ଦ୍ର କୁମାର ସାବୁତ) :ଆଞ୍ଚଳିକ ପରିବହନ ବିଭାଗ ତରଫରୁ ତଥା ଆରଟିଓ ଏବଂ ତାଙ୍କ ଟିମଙ୍କ ଦ୍ଵାରା ଏକ ଅଚାନକ ଚଢାଉ କରାଯାଇଛି। ବିନା ପଞ୍ଜିକରଣରେ ଚାଲୁଥିବା ମୋଟର ଯାନ ସୋରୁମ ଗୁଡିକୁ ଫାଇନ କରାଯାଇଛି। ଏଥିରେ ୧୦ ଗୋଟି ଗାଡିକୁ ଜୋରିମାନା ମଧ୍ୟ କରାଯାଇଛି । ମୋଟର ଯାନ ସୋରୁମ ମାନଙ୍କର ଅବଗତି ନିମନ୍ତେ ଜଣାଇଦିଆଯାଉଛିକି ଆଗାମୀ ଦିନମାନଙ୍କରେ ଏହାକୁ କତାକଡି କରାଯିବ। ଆଇନର ଅବମାନନା କରୁଥିବା ସୋରୁମ ମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଞ୍ଚଳିକ ପରିବହନ ଅଧିକାରୀଙ୍କ ତରଫୁରୁ କୁହାଯଇଅଛି