ଜିଲ୍ଲାସ୍ତରୀୟ ଆଶା, ଗାଁ କଲ୍ୟାଣ ସମିତି, ଜନ ଆରୋଗ୍ୟ ସମିତିର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ

କେନ୍ଦୁଝର (ସୀତାରାମ ଦୀକ୍ଷିତ): ତା ୦୬.୦୩.​୨୦୨୫ଚଳିତ ମାର୍ଚ୍ଚ ୦୬ ତାରିଖ ଗୁରୁବାର ଦିନ କେନ୍ଦୁଝର ଅଡିଟରିୟମ୍‌ଠାରେ ଆୟୋଜିତ ଜିଲ୍ଲାସ୍ତରୀୟ ଆଶା, ଗାଁ କଲ୍ୟାଣ ସମିତି, ଜନ ଆରୋଗ୍ୟ ସମିତି ଓ ମହିଳା ଆରୋଗ୍ୟ ସମିତିମାନଙ୍କର ବାର୍ଷିକ ସମ୍ମିଳନୀରେ ଅତିଥି ଓ ବକ୍ତାମାନେ ମତବ୍ୟକ୍ତ କରି କହିଛନ୍ତି ଯେ ଆଶାକର୍ମୀ, ଗାଁ କଲ୍ୟାଣ ସମିତି, ଜନ ଆରୋଗ୍ୟ ସମିତି ଓ ମହିଳା ଆରୋଗ୍ୟ ସମିତି ସାମାଜିକ ଚେତନାର ବାର୍ତାବହ । କେନ୍ଦୁଝର ଲୋକସଭା ସାଂସଦ ଅନନ୍ତ ନାୟକ ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବାର୍ଷିକ ସମ୍ମିଳନୀକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିବା ସହିତ ଉଦ୍‌ବୋଧନ ଛଳରେ କହିଥିଲେ ଯେ ଆଶାକର୍ମୀ, ଗାଁ କଲ୍ୟାଣ ସମିତି, ଜନ ଆରୋଗ୍ୟ ସମିତି ଓ ମହିଳା ଆରୋଗ୍ୟ ସମିତିର କର୍ମକର୍ତାମାନଙ୍କର ସେବା ଓ ତ୍ୟାଗର ପଟ୍ଟାନ୍ତର ନାହିଁ ।

ଗାଁଠାରୁ ସହର ପର୍ଯ୍ୟନ୍ତ ସେମାନଙ୍କର ସେବା ପାଇଁ ଅନେକ ଜୀବନ ରକ୍ଷା ହୋଇପାରୁଛି । ଏଣୁ ସେମାନଙ୍କୁ କୃତଜ୍ଞତା ଜଣାଇ ସେମାନେ ନିଜ କର୍ମ କ୍ଷେତ୍ରରେ ଅଧିକ କ୍ରିୟାଶୀଳ ହୋଇ ନିଜର ଗାରିମା ବୃଦ୍ଧି କରିବାକୁ ଆହ୍ୱାନ ଜଣାଇଥିଲେ । ଏତଦ୍‌ବ୍ୟତୀତ ସେମାନେ ନିଜର ସେବାମୂଳକ କାମ ପାଇଁ ସମସ୍ତଙ୍କର ଶ୍ରଦ୍ଧାଭାଜନ ହୋଇପାରିଛନ୍ତି ବୋଲି କହିବା ସହିତ ସେମାନେ ଗାଁର ଆଦର୍ଶ ବୋଲି ମତବ୍ୟକ୍ତ କରିଥିଲେ । ସ୍ୱାସ୍ଥ୍ୟସେବା ଭଳି ଏକ ମହତ୍ କାର୍ଯ୍ୟ କ୍ଷେତ୍ରରେ ଯେଉଁମାନେ ସେବା କରିବାର ସୁଯୋଗ ପାଇଛନ୍ତି, ଏହା ସେମାନଙ୍କର ପୂର୍ବଜନ୍ମର କର୍ମଫଳ ଏବଂ ପିତାମାତାଙ୍କ ଆଶୀର୍ବାଦ ବୋଲି ସାଂସଦ ଶ୍ରୀ ନାୟକ କହିଥିଲେ।

ଏହି ସମାରୋହରେ ସମ୍ମାନନୀୟ ଅତିଥି ଭାବେ ଯୋଗଦେଇ କେନ୍ଦୁଝରଗଡ଼ ପୌରପାଳିକାର ଅଧ୍ୟକ୍ଷା ଶ୍ରୀମତୀ ନିକୁ ସାହୁ ଆଶାକର୍ମୀମାନେ ସରକାରଙ୍କର ବିଭିନ୍ନ ଜନ କଲ୍ୟାଣମୂଳକ ଯୋଜନା ଓ କାର୍ଯ୍ୟକ୍ରମ ସଂପର୍କରେ ଜନସଚେତନତା ସୃଷ୍ଟି କରି ସାଧାରଣ ଲୋକଙ୍କ ପାଖରେ ପହଂଚାଇ ପାରୁଥିବାରୁ ସେମାନଙ୍କୁ ଭୂୟସି ପ୍ରଂଶସା କରିଥିଲେ । ଏହି ସମାରୋହରେ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଜିଲ୍ଲାପାଳ କେନ୍ଦୁଝର ବିଶାଲ ସିଂହ, ଡି.ଏଫ୍‌.ଓ. କେନ୍ଦୁଝର ଧନରାଜ ଏଚ୍‌.ଡି ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇ ଆଶାମାନଙ୍କର କାର୍ଯ୍ୟଦକ୍ଷତାକୁ ଭୂୟସୀ ପ୍ରଂଶସା କରିବା ସହିତ ଉତ୍ସାହିତ କରିଥିଲେ । ଏହି ସମାରୋହରେ ଅଧ୍ୟକ୍ଷତା କରି ଜିଲ୍ଲା ମୁଖ୍ୟ ଚିକିତ୍ସା ଏବଂ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡାଃ କିଶୋର କୁମାର ପୃଷ୍ଟି ନିଜ ବକ୍ତବ୍ୟରେ ଆଶାକର୍ମୀ, ଗାଁ କଲ୍ୟାଣ ସମିତି, ଜନ ଆରୋଗ୍ୟ ସମିତି ଓ ମହିଳା ଆରୋଗ୍ୟ ସମିତମାନଙ୍କର ଉଲ୍ଲେଖନୀୟ ସେବା ନିମନ୍ତେ ସେମାନଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର କାର୍ଯ

Leave a Reply

Your email address will not be published. Required fields are marked *

error: Content is protected !!
Powered by Joinchat