ତାଳବଣିଆ ଜିଲ୍ଲା ପଡିଆ ଠାରେ ଚାଲିଥିବା ୭ ଦିନିଆ ମିଶନ ଶକ୍ତି ମେଳା ଉଦଯାପିତ

ପୁରୀ (ଜିତେନ୍ଦ୍ର କୁମାର ସାବୁତ) :ଏହା ଆମ ସରକାରଙ୍କ ଲକ୍ଷ୍ୟ।ସେଥିପାଇଁ କୋଟିଏ ରୁ ଉର୍ଦ୍ଧ୍ବ ମହିଳା ଙ୍କୁ ସୁଭଦ୍ରା ଯୋଜନା ରେ ସାମିଲ କରାଯାଇ ଆର୍ଥିକ ସମୃଦ୍ଧି କରାଯାଇଛି ବୋଲି ସୂଚନା ଦେଇଛନ୍ତି ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ।ତାଳବଣିଆ ଜିଲ୍ଲା ପଡିଆ ଠାରେ ଚାଲିଥିବା ୭ ଦିନିଆ ମିଶନ ଶକ୍ତି ମେଳା ଆଜି ଉଦଯାପିତ ହୋଇ ଯାଇଛି।ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀ ପଟ୍ଟନାୟକ ଆମ ଅର୍ଥନିତି ରେ ମହିଳା ମାନଙ୍କର ଏକ ବଡ ଅବଦାନ ରହିଛି।ସେଥିପାଇଁ ପ୍ରତି ଗ୍ରାମରେ ଲକ୍ଷପତି ଦିଦି ସୃଷ୍ଟି କରିବା ଆମର ଲକ୍ଷ୍ୟ।ଏହି ଭଳି ମେଳା ସେମାନଙ୍କ ପାଇଁ ବେଶ ଉପଯୋଗୀ ସାବ୍ୟସ୍ତ ହୋଇଛି।କାରଣ ସେମାନଙ୍କ ଉତ୍ପାଦର ପ୍ରଦର୍ଶନ ଓ ବିକ୍ରି କୁ ଏହି ମେଳା ପ୍ରୋତ୍ସାହିତ କରୁଛି ବୋଲି ସେ କହିଥିଲେ।

ସମ୍ମାନିତ ଅତିଥି ଭାବେ ପୁରୀ ବିଧାୟକ ସୁନିଲ କୁମାର ମହାନ୍ତି ଯୋଗ ଦେଇ ସୁଭଦ୍ରା ଯୋଜନା ମହିଳା ଙ୍କୁ ସଶକ୍ତ କରିବା ସହ ଏହି ଭଳି ମେଳା ସେମାନ ଙ୍କୁ ଅଧିକ ଆର୍ଥିକ ସୁବିଧା ହାସଲ ରେ ସହଜ ହୋଇ ପାରିବ ବୋଲି ସେ ଆଶା ବ୍ୟକ୍ତ କରି ଥିଲେ। ସଫଳ ଆୟୋଜନ ପାଇଁ ଆୟୋଜକ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି ଏଥିରେ ଅଧ୍ୟକ୍ଷତା କରିବା ସହ ଅତିଥି ମାନଙ୍କୁ ସ୍ବାଗତ ଓ ସମ୍ବର୍ଦ୍ଧିତ କରିଥିଲେ।ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ତନୁପ୍ରଭା ବେଉରା ଧନ୍ୟବାଦ ଅର୍ପଣ କରିଥିଲେ।୩ ଜଣ ଶ୍ରେଷ୍ଠ ଉଦ୍ୟୋଗୀ ଙ୍କୁ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ।ପ୍ରତି ସଂଧ୍ୟା ରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ ଶେଷ ଦିନରେ ବିଶିଷ୍ଟ କଣ୍ଠଶିଳ୍ପୀ ମଣ୍ଟୁ ଛୁରିଆ ଓ ସାଥି କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!