ଭୁବନେଶ୍ବର (ସମୀର ରଞ୍ଜନ ନାୟକ):ରାତି ଅଧରେ ରାଜଧାନୀରେ ପୁଣି ଏନକାଉଣ୍ଟର। ଦୁର୍ଦ୍ଦାନ୍ତ ଅପରାଧୀ ଦୀପକ କୁମାରକୁ ଏନକାଉଣ୍ଟର ହୋଇଛି। ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ବର ବରଗଡ଼ରେ ଏନକାଉଣ୍ଟର ହୋଇଛି। ଦୀପକର ବାମ ଗୋଡ଼ରେ ଗୁଳି ବାଜିଛି । ତାକୁ ଗୁରୁତର ଅବସ୍ଥାରେ ଏମସ ହସପିଟାଲରେ ଭର୍ତ୍ତି କରାଯାଇଛି।

ବଡ଼ଗଡ଼ ଅଞ୍ଚଳରେ ଏଟିଏମ୍ ଲୁଟ୍ ବେଳେ ପୋଲିସ-ଲୁଟେରା ମଧ୍ୟରେ ଆରମ୍ଭ ହୋଇଥିଲା ଗୁଳି ବିନିମୟ। ପୋଲିସ ଗୁଳିରେ ବିହାରୀ ଲୁଟେରା ଦୀପକ କୁମାର ଗୁରୁତର। ଗୁରୁତର ଅବସ୍ଥାରେ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ। ଆଉ ପରେ ଏମ୍ସରେ ଭର୍ତ୍ତି ହେଲା ଗୁରୁତର ଦୀପକ।