ବୈଦୁପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆମ ସଂସ୍କୃତି ଆମ ଖେଳଣା କାର୍ଯ୍ୟକ୍ରମ

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ବୈଦୁପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ବିଦ୍ୟାଳୟ ସ୍ତରୀୟ ଆମ ସଂସ୍କୃତି ଆମ ଖେଳଣା ଏବଂ ଗପ ଶୁଣିବା ଓ କହିବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଦିବ୍ୟକିଶୋର ଯୋଶୀ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଏବିଇଓ ତଥା ବିଆରସିସି ଗଞ୍ଜଲୁ ମିର୍ଧା ମୁଖ୍ୟଅତିଥି,ଗୋଷ୍ଠୀ ସହ ଶିକ୍ଷାଧିକାରୀ ଜଗତ ମଲ୍ଲିକ ସମ୍ମାନିତ ଅତିଥି ଏବଂ ବଟକୃଷ୍ଣ ପାଢ଼ୀ ମୁଖ୍ୟବକ୍ତା ଯୋଗଦେଇ ଆମ ସଂସ୍କୃତି ରେ ଖେଳଣାର ମହତ୍ତ୍ୱ ଓ ଶୈକ୍ଷିକ କାର୍ଯ୍ୟ ରେ ତାହାର ବ୍ୟବହାର ବିଷୟରେ ମତବ୍ୟକ୍ତ କରିବା ସହ ଚିତ୍ରାଙ୍କନ ମାଧ୍ୟମରେ ବିଭିନ୍ନ ଶୈକ୍ଷିକ ଖେଳଣା ତିଆରି କରି ଏହାର ବ୍ୟବହାର ବିଷୟରେ ଶିକ୍ଷା ଦେଇଥିଲେ l

ଅନ୍ୟମାନଙ୍କ ମଧ୍ୟରେ ନାଏବ ସରପଞ୍ଚ ଶ୍ରୀମତୀ ତାଣ୍ଡି,ବିଦ୍ୟାଳୟ ପରିଚାଳନା କମିଟି ଚେୟାରପର୍ସନ ସୁମନ୍ତ ବାରିକ, ଚେରୁପାଲି ସିଆରସିସି ଦିଲୀପ ପଧାନ,ସର୍ଗୁଲ ସିଆରସିସି ନୀଳକଣ୍ଠ ନାଏକ ଉପସ୍ଥିତ ଥିଲେ l ମୃତ୍ତିକା ଶିଳ୍ପୀ ତଥା ଶିକ୍ଷକ ଲିଙ୍ଗରାଜ ରଣା ମୃତ୍ତିକା ରୁ ବିଭିନ୍ନ ଶୈକ୍ଷିକ ଖେଳଣା ତିଆରି କରିବା ସହ ତାହାର ବ୍ୟବହାର ବିଷୟରେ ଛାତ୍ରଛାତ୍ରୀ ଙ୍କୁ ପରାମର୍ଶ ଦେବା ସହ ଶିକ୍ଷକ କୁମୁଦଚନ୍ଦ୍ର ରଣା କାଗଜକାମ ମାଧ୍ୟମରେ ବିଭିନ୍ନ ଶୈକ୍ଷିକ ଖେଳଣା ତିଆରି କରି ଏହାର ପ୍ରଣାଳୀ ଶିଖାଇଥିଲେ l ଶିକ୍ଷୟିତ୍ରୀ ଭବାନୀ ମେହେର ବିଭିନ୍ନ ସୁତା ଓ କପଡା ବ୍ୟବହାର କରି ଖେଳଣା ତିଆରି ର ଉପାୟ ବିଷୟରେ ଶିକ୍ଷା ଦେଇଥିଲେ l

ଦ୍ଵିତୀୟ ପର୍ଯ୍ୟାୟ ରେ ଛାତ୍ରଛାତ୍ରୀ ମାନେ ସୁନ୍ଦର ଗପ ଶୁଣିଥିଲେ ଓ ଗପ କହିଥିଲେ l ଗପ ସମ୍ପର୍କୀତ ଚିତ୍ରାଙ୍କନ ଓ ଗଳ୍ପଲିଖନ ପ୍ରତିଯୋଗିତା ରେ ପ୍ରଥମ, ଦ୍ଵିତୀୟ, ତୃତୀୟ ହୋଇଥିବା ଛାତ୍ରଛାତ୍ରୀ ଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା l ସମାଜସେବୀ ବିରଞ୍ଚି ଦିଶ୍ରୀ, ମଣ୍ଟୁ ଦିଶ୍ରୀ, ବୈଭବ ଦିଶ୍ରୀ, ସୌଭାଗ୍ୟ ବିଶି, ଚଞ୍ଚଲା ବାରିକ,କାନ୍ତି ଦିଶ୍ରୀ, ଶିକ୍ଷୟିତ୍ରୀ ରବିବାରୀ ବେହେରା,ଉପମା ଗୋଏଲ, ଗୀତାଞ୍ଜଳି କୁମ୍ଭାର ସହଯୋଗ କରିଥିଲେ l ପୂର୍ବ ସିଆରସିସି ଥବିର ଦୋରା ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷକ ମୀନକେତନ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ l

Leave a Reply

Your email address will not be published. Required fields are marked *

error: Content is protected !!