ବରଗଡ଼(ମୁକୁନ୍ଦ ଦାସ): ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଜନତା ହାଇସ୍କୁଲ ଭୁକ୍ତାରେ ପ୍ରଧାନ ଶିକ୍ଷକ ଦୁର୍ଗା ପ୍ରସାଦ ନାୟକଙ୍କ ସଭାପତିତ୍ବରେ ହାଇସ୍କୁଲର ପ୍ରଧାନ ଶିକ୍ଷକଙ୍କ ବ୍ଲକସ୍ତରୀୟ ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମୁଖ୍ୟ ଅତିଥି ଭାବରେ ବ୍ଲକ ଶିକ୍ଷା ଅଧିକାରୀ ଭାବନା ସାହୁ, ସମ୍ମାନିତ ଅତିଥି ଭାବରେ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ମୋହନ ଚରଣ ମହାନ୍ତ ଓ ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ସାନନ୍ଦ ଦେହେରୀ ଯୋଗ ଦେଇଥିଲେ। ଶିକ୍ଷୟିତ୍ରୀ ରାଜ କୁମାରୀ ଭୁଏ ଏବଂ ଅନୀତା ପ୍ରଧାନ ଅତିଥି ସ୍ୱାଗତ କରିଥିବା ବେଳେ ଛାତ୍ରୀ ନିହାରିକା ସାହୁ, ନୈନାଶ୍ରୀ ପଧାନ,ଜିଜ୍ଞାସା ଭୋଇ, ବୈଷ୍ଣବୀ ରାଉତ ଏବଂ ନିକିତା ରଣବୀର ସ୍ଵାଗତ ସଙ୍ଗୀତ ଗାନ କରିଥିଲେ।
ଏହି ବୈଠକରେ ପୁରୁଷୋତ୍ତମ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଜୟ କୁମାର ମେହେର, କମଳ ସିଂ ଦାଉ ହାଇ ସ୍କୁଲ ଲଖନପୁରର ପ୍ରଧାନ ଶିକ୍ଷକ ସୁଶାନ୍ତ ଦେହେରୀ, ଉତ୍ତମ ହାଇସ୍କୁଲର ପ୍ରଧାନ ଶିକ୍ଷକ ବାବୁଲାଲ ବିଶ୍ଵାଳ, ମହାନଦୀ ହାଇସ୍କୁଲ ବାଞ୍ଜିପାଲିର ପ୍ରଧାନ ଶିକ୍ଷକ ପ୍ରେମସାଗର ଚୌଧୁରୀ, ଭୁକ୍ତା ଜନତା ହାଇସ୍କୁଲର ପ୍ରଧାନ ଶିକ୍ଷକ ଦୁର୍ଗା ପ୍ରସାଦ ନାୟକ, ଭୈନାତୋରl ହାଇସ୍କୁଲର ପ୍ରଦୋଷ ପଧାନ,ପଞ୍ଚାୟତ ବାଳିକା ହାଇସ୍କୁଲ ଭୁକ୍ତାର ପ୍ରଧାନ ଶିକ୍ଷୟତ୍ରୀ ପୁଷ୍ପାଞ୍ଜଳି ସାହୁ, ବୀର ସୁରେନ୍ଦ୍ର ସାଏ ହାଇସ୍କୁଲ ଡୁଙ୍ଗୁରିର ପ୍ରଧାନ ଶିକ୍ଷକ ଦୀନବନ୍ଧୁ ଭୁଏ, ଗ୍ରାମ ପଞ୍ଚାୟତ ହାଇସ୍କୁଲ କପାସିରlର ପ୍ରଧାନ ଶିକ୍ଷକ ମହର୍ଷି ପଟେଲ, କଣ୍ଡପଲl ହାଇସ୍କୁଲର ପ୍ରଧାନ ଶିକ୍ଷକ ଧରମ ସିଂହ ପଟେଲ ଓ ଦ୍ୱାରିକାଧୀଶ ଉଚ୍ଚ ବିଦ୍ୟାଳୟ ଦ୍ୱାରୀର ପ୍ରଧାନ ଶିକ୍ଷକ ଦୁଲାର ସିଂ ପଟେଲ ମତାମତ ପ୍ରଦାନ କରିଥିଲେ।
କେଦାରନାଥ ଆଦିବାସୀ ହାଇସ୍କୁଲର ପ୍ରଧାନ ଶିକ୍ଷକ ସୁବାସ ଚନ୍ଦ୍ର ରଥ ବିଗତ ମାସିକ ସମୀକ୍ଷା ବୈଠକର ବିବରଣୀ ପାଠ କରିଥିଲେ। ମୁଖ୍ୟ ଅତିଥି ଶ୍ରୀମତି ସାହୁ ବ୍ଲକର ପ୍ରତ୍ୟେକ ବିଦ୍ୟାଳୟ ଆପାର୍ ଆଇ ଡି ରେଜିଷ୍ଟ୍ରେସନ, ପଞ୍ଚସଖା ସେତୁ, ବିଦ୍ୟାଳୟର ୟୁନିଫର୍ମ କଲର୍ କୋଡ,ବିଦ୍ୟାଳୟର କାର୍ଯ୍ୟକ୍ରମ ସହିତ ଆଲୁମିନି ସଦସ୍ୟମାନଙ୍କୁ ସାମିଲ କରିବା, ଏଲ୍ ଇପି ଉତ୍କର୍ଷ, ଗଣିତ ବିଷୟରେ ଦକ୍ଷତା ବୃଦ୍ଧି ନିମନ୍ତେ ଖାଁ ଏକାଡେମୀର ପଦକ୍ଷେପକୁ ଅନୁସରଣ କରିବା ତଥା ଆଗାମୀ ଶିକ୍ଷା ବର୍ଷରେ ପ୍ରବେଶ ଉତ୍ସବ ଏବଂ ଖଡ଼ି ଛୁଆଁ କାର୍ଯ୍ୟକ୍ରମ ପାଳନ କରିବାକୁ ଆହ୍ବାନ କରିଥିଲେ। ପ୍ରଧାନ ଶିକ୍ଷକଙ୍କ ଏହି ସମୀକ୍ଷା ବୈଠକରେ ଚଳିତ ଅର୍ନ୍ତଜାତୀୟ ମହିଳା ଦିବସ ମଧ୍ୟ ପାଳନ କରାଯାଇଥିଲା। ନାରୀମାନଙ୍କୁ ସଶକ୍ତ କରିବା ଉଦ୍ଦେଶ୍ୟରେ ଚଳିତ ବର୍ଷର ପ୍ରସଙ୍ଗ “ତ୍ୱରାନ୍ୱିତ କାର୍ଯ୍ୟ” ସମ୍ପର୍କିତ ଏକ ଆଲୋଚନା ଚକ୍ରରେ ପୁରୁଷୋତ୍ତମ ହାଇସ୍କୁଲ ରୁଚିଦାର ପ୍ରଧାନ ଶିକ୍ଷକ ଅଜୟ ମେହେର, ବିଜ୍ଞାନ ଶିକ୍ଷକ ସଞ୍ଜୟ ଖମାରୀ, ପ୍ରଧାନ ଶିକ୍ଷୟିତ୍ରୀ ପୁଷ୍ପାଞ୍ଜଳି ସାହୁ, ପ୍ରଧାନ ଶିକ୍ଷକ ଦୁଲାର ସିଂ ପଟେଲ୍, ପ୍ରଧାନ ଶିକ୍ଷକ ସୁବାସ ଚନ୍ଦ୍ର ରଥ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ।