ଚମ୍ପୁଆ ଧରଣୀଧର ନଗର ଭବନ ରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

କେନ୍ଦୁଝର/ଚମ୍ପୁଆ (ପ୍ରଦୀପ କୁମାର ମହାନ୍ତ) : ଚମ୍ପୁଆ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ଥାନୀୟ ଧରଣୀଧର ନଗର ଭବନ ରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି। ବିଜ୍ଞାପିତ ଅଞ୍ଚଳ ପରିଷଦ ର ଅଧ୍ୟକ୍ଷ ଗିରିଜା ଶଙ୍କର ସାହୁ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ କାର୍ଯ୍ୟନିର୍ବାହୀ ଅଧିକାରୀ ଜଗନ୍ନାଥ ବେହେରା , ସମ୍ମାନୀତ ଅତିଥି ଭାବେ ଚମ୍ପୁଆ ବିଧାୟକ ଙ୍କ ପ୍ରତିନିଧି ଗଣେଷ ଖିଲାର , ସାଂସଦ ପ୍ରତିନିଧି ସିଦ୍ଧାର୍ଥ ସିଂ , ଉପାଧ୍ୟକ୍ଷା ସୁମିତ୍ରା ବେହେରା ପ୍ରମୁଖ ଯୋଗ ଦେଇଥିଲେ। ଅତିଥି ମାନେ ନିଜ ବକ୍ତବ୍ୟ ରେ ମହିଳା ମାନେ ନିଜ କୁ ସଶକ୍ତ ଓ ସ୍ବାବଲମ୍ବୀ କରିବା ସହ ସମାଜ ରେ ନେତୃତ୍ୱ କରିବା ପାଇଁ ଆଗେଇ ଆସିବାକୁ ଆହ୍ବାନ ଦେଇଥିଲେ।

ଏହି ଅବସର ରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସ୍ଵୟଂ ସହାୟିକା ଗୋଷ୍ଠୀ ଓ ମହିଳା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶ୍ରେଷ୍ଠ ଉଦ୍ୟୋଗୀ ଭାବେ ଶକ୍ତି ଏସଏଚଜି କୁ , ଆଦର୍ଶ ବସ୍ତି ନିର୍ମାଣ ପାଇଁ ମୁଣ୍ଡା ସାହି ବସ୍ତି ବାସିନ୍ଦା ସଂଘ କୁ ପୁରସ୍କୃତ କରାଯାଇଥିବା ବେଳେ ସ୍ଵଚ୍ଛତା ଓ ପରିମଳ ପାଇଁ ଶ୍ରୀ ଓ ଓମ ଏସଏଚଜି ଓ ଆହାର କେନ୍ଦ୍ର ପରିଚାଳନା ପାଇଁ ମା ମଙ୍ଗଳା ଏସଏଚଜି କୁ ଅତିଥି ମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ମହିଳା ସାମ୍ବାଦିକା ମମତା ସେନାପତି , ସ୍ଵଚ୍ଛ କର୍ମୀ ରାଧିକା କାରୁଆ , ସୁନୀତା ତିରିଆ , କାର୍ଯ୍ୟାଳୟ କର୍ମଚାରୀ ତପସ୍ଵିନୀ ନାଏକ, ସ୍ଵଛ ସାଥି ଗୀତା ନାଏକ ଙ୍କ ସମେତ ଜଳକର ସଂଗ୍ରହ ରେ ସମଗ୍ର ରାଜ୍ୟରେ ୪ର୍ଥ ଓ ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଜଳସାଥି ରଶ୍ମିତା ମହାନ୍ତ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ଏହି କାର୍ଯ୍ୟକ୍ରମ କୁ ସିଟି ମ୍ୟାନେଜର ଅନନ୍ତ ଚରଣ ସାହୁ , ସାନିଟେସନ ଇନଚାର୍ଜ ବିଜୟ କୁମାର ମିଶ୍ର , ବରିଷ୍ଠ କିରାଣୀ ପ୍ରକାଶ ଚନ୍ଦ୍ର କୁଣ୍ଡୁ , ସିଓ ସ୍ଵର୍ଣ୍ଣପ୍ରଭା ମହାରଣା ପରିଚାଳନା କରିଥିବା ବେଳେ ସମେତ କର୍ମଚାରୀ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ବହୁ ସଂଖ୍ୟାରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ର ସଦସ୍ୟ ଓ ବିଭିନ୍ନ ବିଦ୍ୟାଳୟ ର ଛାତ୍ରୀ ମାନେ ଉପସ୍ଥିତ ଥିଲେ ।ଚମ୍ପୁଆ ରୁ ପ୍ରଦୀପ କୁମାର ମହାନ୍ତ ଙ୍କ ରିପୋର୍ଟ୍ ଶ୍ରୀକ୍ଷେତ୍ର ନିୟୁଁଜ୍

Leave a Reply

Your email address will not be published. Required fields are marked *

error: Content is protected !!