ଚମ୍ପୁଆ ର ଗର୍ବ ଓ ଗୌରବ ସୌମ୍ୟାସ୍ନିଗ୍ଧା ମହାନ୍ତ

କେନ୍ଦୁଝର/ଚମ୍ପୁଆ (ପ୍ରଦୀପ କୁମାର ମହାନ୍ତ ) : ସର୍ବଭାରତୀୟ ଚିକିତ୍ସା ଓ ଗବେଷଣା କ୍ଷେତ୍ରରେ ଗୌରବ ଆଣିଛନ୍ତି ଚମ୍ପୁଆର ଝିଅ ସୌମ୍ୟା ସ୍ନିଗ୍ଧା ମହାନ୍ତ । ସେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ପରିବାର ତଥା ମହେଶ୍ୱରପୁର ଗ୍ରାମର ସମାଜସେବୀ ସ୍ୱର୍ଗତ ଅଭିମନ୍ୟୁ ମହାନ୍ତଙ୍କ ନାତୁଣୀ ତଥା ତାଙ୍କ କନ୍ୟା ସ୍ୱପ୍ନାରାଣୀ ମହାନ୍ତଙ୍କ ସୁପୁତ୍ରୀ ଏବଂ ପିତା କର୍ଣ୍ଣକୁମାର ମହାନ୍ତଙ୍କ କନ୍ୟା ଅଟନ୍ତି । ଭାରତ ସରକାରଙ୍କର ଆୟୁର୍ବେଦ ମନ୍ତ୍ରାଣାଳୟ ଏବଂ ମହିଳା ଓ ବାଳ ବିକାଶ ଦ୍ୱାରା ନିଯୁକ୍ତ ଡଃ ସୌମ୍ୟା କେନ୍ଦ୍ର ସରକାରଙ୍କ ଦ୍ୱାରା ନିଯୁକ୍ତି ପାଇ ଝାଡଖଣ୍ଡ କ୍ୟାଡରରେ ପଶ୍ଚିମ ସିଂହଭୂମ ଜିଲ୍ଲା ର ଜଗନ୍ନାଥପୁରରେ ଚିକିତ୍ସା ଗବେଷକ ଅଧିକାରୀ ଭାବେ କାର୍ଯ୍ୟରତ ଅଛନ୍ତି ।

ସେ ପିଲାଟି ଦିନରୁ ମେଧାବୀ, ଉଚ୍ଚାଭିଳାଷୀ ଓ ପରିଶ୍ରମୀ ଥିଲେ । ଚିକିତ୍ସା ଓ ଗବେଷଣା କ୍ଷେତ୍ରରେ ଲୋକମାନଙ୍କୁ ସେବାକରିବା ତାଙ୍କର ପିଲାଟି ଦିନରୁ ସ୍ୱପ୍ନ ଥିଲା । ସର୍ବଭାରତୀୟ ସ୍ତରରେ ହୋଇଥିବା ନିଯୁକ୍ତି ମୂଳକ ପରୀକ୍ଷାରେ ଓଡିଶାରୁ ୨୩ଜଣଙ୍କ ମଧ୍ୟରେ ୧୩ତମ ସ୍ଥାନରେ ରହି ପରିବାର ଏବଂ ଅଞ୍ଚଳ ପାଇଁ ରୌଗବ ଆଣିଦେଇଛନ୍ତି । ତାଙ୍କର ଏହି ସଫଳତା ପାଇଁ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି ।

Leave a Reply

Your email address will not be published. Required fields are marked *

error: Content is protected !!