ବରଗଡ଼ (ମୁକୁନ୍ଦ ଦାସ): ବରଗଡ଼ ବିଧାନସଭା ଅନ୍ତର୍ଗତ ବରପାଲି ବ୍ଲକ ର ଏଇଁଠାପାଲି ଗ୍ରାମରେ ରାମାୟଣ ପାରାୟଣ ର ଅଷ୍ଟମ ଦିନରେ ଆମ୍ ଆଦମୀ ପାର୍ଟି ର ଜିଲ୍ଲା ଆବାହକ ଭବାନୀ ସାହୁ ସମେତ ସମ୍ପାଦକ ସ୍ୱରୂପ ଭୋଇ, ଅସିତ ସାହୁ ଯୋଗ ଦେଇ ଥିଲେ। ପ୍ରଭୁ ଶ୍ରୀରାମଙ୍କ ବାଣୀ ସ୍ନେହ, ପ୍ରେମ, ତ୍ୟାଗ,ଭାଇଚାରା ମାଧ୍ୟମରେ ଉତ୍ତମ ମଣିଷ ଗଠନ ଓ ସଂସ୍କାର ଅଣାଯାଇ ପାରିବ ବୋଲି ଶ୍ରୀ ସାହୁ କହିଥିଲେ। ଦଶଦିନ ଧରି ଚାଲୁ ଥିବା ଏହି ପରାୟଣ କାର୍ଯ୍ୟକ୍ରମ ରେ ରାମାୟଣ ର ପ୍ରତେକଟି କଥାବସ୍ତୁ କୁ ଗୀତ ଓ ଅଭିନୟ ମଧ୍ୟମରେ ପରିବେଷଣ କରାଯାଇ ଥାଏ। ଲେଣ୍ଡା ଗ୍ରାମ ପଂଚାୟତର ସରପଞ୍ଚ ଶ୍ରୀ ଦଶରଥ ବେହେରା ଅତିଥି ମାନଙ୍କୁ ପାଛୋଟି ନେଇଥିବା ବେଳେ , ଡାଇରେକ୍ଟର ବେହେରା, ଅମର ବେହେରା ଓ ଅନ୍ୟମାନେ ସହଯୋଗ କରିଥିଲେ।