ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ବ୍ଲକ ଅନ୍ତର୍ଗତ ପିଏମଶ୍ରୀ ସୁବଳୟା ଉଚ୍ଚ ବିଦ୍ୟାଳୟ ପରିସରରେ ଭାରତୀୟ ରେଡ଼କ୍ରସ ଶାଖା ଭୁବନେଶ୍ୱର ତଥା ସୁବର୍ଣ୍ଣପୁର ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ତରଫରୁ ଆୟୋଜିତ ତ୍ରିଦିବସୀୟ ଜୁନିଅର ରେଡ଼କ୍ରସ ପରାମର୍ଶଦାତା ତାଲିମ ଶିବିର ବୁଧବାର ସକାଳ ୧୦ ଘଟିକା ସମୟରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସ୍ଵର୍ଣ୍ଣଲତା ବେହେରାଙ୍କ ଅଧ୍ୟକ୍ଷତାରେ ଉଦଘାଟିତ ହୋଇଯାଇଛି l ସାଧନକର୍ମୀ ଅନୁପ୍ରିୟା ମିଶ୍ରଙ୍କ ସଭା ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଜୁନିଅର ରେଡ଼କ୍ରସ ସୋସାଇଟି ସୁବର୍ଣ୍ଣପୁର ର ଉପାଧ୍ୟକ୍ଷ ଗତିକୃଷ୍ଣ ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଜୁନିଅର ରେଡ଼କ୍ରସ କାର୍ଯ୍ୟକ୍ରମ କୁ ଆଗାମୀ ଦିନରେ ଶିବି୍ରାର୍ଥୀ ମାନେ ଆଗେଇନେବେ ବୋଲି ମତବ୍ୟକ୍ତ କରିଛନ୍ତି l
ଜିଲ୍ଲା ଜୁନିଅର ରେଡ଼କ୍ରସ ଅଫିସର ରବିଚନ୍ଦ୍ର ପଶlୟତ ଶିବିର ର ଉଦ୍ଦେଶ୍ୟ ଜ୍ଞାପନ କରିଥିବାବେଳେ ସାଧନ କର୍ମୀ ଚନ୍ଦ୍ରମଣି ବାଘ ଅତିଥି ପରିଚୟ ଓ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ l ବରିଷ୍ଠ ସାଧନକର୍ମୀ, ଆର. ଡ଼ି. ଓ. ଝସକେତନ ମେହେର, ଗଣପତି ଆଦର୍ଶ ଶିକ୍ଷା ନିକେତନ ବିରମହାରାଜପୁର ର ପ୍ରଧାନ ଶିକ୍ଷକ ସାନ୍ତନୁ ମହାକୁଡ଼, ସାଧନକର୍ମୀ ବଳରାମ ପୁରୋହିତ ମଂଚାସୀନ ଥିଲେ l ଜିଲ୍ଲାର ୬ଟି ଯାକ ବ୍ଲକ ରୁ ମନୋନୀତ ହୋଇଥିବା ୬୦ ଜଣ ପରାମର୍ଶଦାତା ଏହି କାର୍ଯ୍ୟକ୍ରମ ରେ ଯୋଗଦାନ କରିଛନ୍ତି l ବିରମହାରାଜପୁର ବି ସି ସି ବୈକୁଣ୍ଠ ନାୟକ, ସାଧନ କର୍ମୀ ଶେଷଦେବ ଛତ୍ର, ହୃଷିକେଶ ଚାନ୍ଦ, ବ୍ୟୋମକେଶ ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ l ପରିଶେଷ ରେ ସାଧନକର୍ମୀ ଚନ୍ଦ୍ରଶେଖର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ l