ପୁଣି ଏକ ଜିବନ ଗଲା ନାଗାବଳୀ ନଦୀରେ।

ରାୟଗଡ଼ (ଗୋପୀନାଥ ଗୌଡ଼) : କଟକଣା ଥିବା ସତ୍ତ୍ବେ ଆନ୍ଧ୍ରରୁ ଆସୁଥିବା ପର୍ଯ୍ୟଟକ ନଦୀରେ ଗାଧୋଇବାକୁ ଗଲେ ।ଶିଶୁକୁ ଉଦ୍ଧାର କରିବାକୁ ଯାଇ ବୁଡ଼ିଗଲେ ନାବାଳକ। ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିବା ଝୁଲା ବ୍ରିଜ ଓ ବ୍ରିଜ ତଳେ କୁଳୁକୁଳୁ ନାଦ କରି ବୋହି ଯାଉଥିବା ଖରସ୍ରୋତା ନଦୀରେ ବୁଡି ଚାଲିଗଲା ନାବାଳକ ର ଜିବନ। ରାୟଗଡ଼ା ସହର ନିକଟସ୍ଥ ଝୁଲା ପୋଲ ବୁଲି ଆସିଥିବା ଜଣେ ୧୭ ବର୍ଷୀୟ ଯୁବକ ନାଗାବଳୀ ନଦୀରେ ବୁଡି ଯାଇଛନ୍ତି। ମୃତକ ଜଣକ ଆନ୍ଧ୍ରପ୍ରଦେଶ ରାଜ୍ୟ ବିଜୟଓ୍ବାଡା ଜିଲ୍ଲା ସଦର ମହକୁମା ପି. ମୁରଲୀଙ୍କ ପୁଅ ପି. ସାଇ କ୍ରିଷ୍ଣା।ଘଟଣାରୁ ପ୍ରକାଶ ଯେ, ସାଇ କ୍ରିଷ୍ଣା ତାଙ୍କ ପରିବାର ସହିତ ଦର୍ଶନ କରିବା ପାଇଁ ମଝିଘରିଆଣୀ ମନ୍ଦିରକୁ ଆସିଥିଲେ।

ଦର୍ଶନ ପରେ ପରିବାରବର୍ଗଙ୍କ ସହିତ ଝୁଲା ପୋଲକୁ ବୁଲିବାକୁ ଯାଇଥିଲେ। ସେଠାରେ ପରିବାରବର୍ଗ ନାଗାବଳୀ ନଦୀରେ ଗାଧୋଇବାକୁ ଯାଇଥିଲେ। ଏହି ସମୟରେ କ୍ରିଷ୍ଣାଙ୍କ ମାମୁ ପୁଅ ନଦୀରେ ଭାସିଯାଇଥିବା ଦେଖି ତାକୁ ଉଦ୍ଧାର କରିଥିଲେ କ୍ରିଷ୍ଣା। ହେଲେ ,ନିଜର ଭାରସାମ୍ୟ ହରାଇ ନଦୀରେ ବୁଡି ଯାଇଥିଲେ। ଜରୁରୀକାଳିନ ସହାୟତା ନମ୍ବର ୧୧୨ରେ ଫୋନ୍‌ କଲ ଯିବା ପରେ ସୂଚନା ପାଇ ଦମକଳ ବାହିନୀ ଓ ପୋଲିସ ପହଞ୍ଚିଥିଲେ। ଦମକଳ ବାହିନୀର କର୍ମଚାରୀ ନଦୀରେ ପଶି କ୍ରିଷ୍ଣାଙ୍କୁ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!