କୋଶଳେଶ୍ୱର ଉଚ୍ଚ ବିଦ୍ୟାଳୟରେ ପିଏମ୍ ଶ୍ରୀ ସ୍ୱଚ୍ଛତା ପକ୍ଷ ପାଳିତ

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ୍ ସ୍ଥିତ ପିଏମ୍ ଶ୍ରୀ କୋଶଳେଶ୍ୱର ଉଚ୍ଚ ବିଦ୍ୟାଳୟରେ ଆଜି ସ୍ୱଚ୍ଛତା ପକ୍ଷ ପାଳିତ ହୋଇଯାଇଛି l ପ୍ରଧାନ ଶିକ୍ଷକ ବାବୁଲାଲ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ ଯାପନୀ ଉତ୍ସବରେ ସମାଜ ସେବୀ ତଥା ଜିଲ୍ଲା ପରିଷଦ ସଭ୍ୟାଙ୍କ ପ୍ରତିନିଧି ଶ୍ରୀ କରମ୍ ଚାନ୍ଦ ମହାନ୍ତି ମୁଖ୍ୟ ଅତିଥି, ଐତିହାସିକ ତଥା ଗବେଷକ ସୁଦାମ୍ ନାଏକ୍ ମୁଖ୍ୟ ବକ୍ତା, ନାଏବ ସରପଞ୍ଚ ଗୀତାଞ୍ଜଳି ପଲିଆ, ପରିଚାଳନା କମିଟିର ସଭାପତି ଈଶ୍ୱରଚନ୍ଦ୍ର ପଲିଆ, ସଭ୍ୟ ଗିରିଶ ଚନ୍ଦ୍ର ଭରାସାଗର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ l

ବରିଷ୍ଠ ଶିକ୍ଷକ ଚକାନୟନ ମେହେରଙ୍କ ସଂଯୋଜନାରେ ହୋଇଥିବା ବିଭିନ୍ନ କାର୍ଯକ୍ରମରେ ସଭ୍ୟ ମନୋଜ ପଲିଆ, ଅର୍ଜୁନ କୁଶଲ୍, ଶିକ୍ଷୟତ୍ରୀ ନନ୍ଦିନୀ ମହାନା, ଜୟନାରାୟଣ ମିଶ୍ର, ଏକାଦଶ ବର୍ଗେଇ,ସ୍ନେହଲତା ଖେତି,ସଞ୍ଜୟ ପଧାନ, ମାନସ ରଞ୍ଜନ ଭୋଇ, ସଂଯୁକ୍ତା ଦାସ୍, ପୁଷ୍ପାଞ୍ଜଳି ନାୟକ୍,ମାନସୀ ରାଣୀ, ନୀବେଦିତା ମିଶ୍ର, ନୀହାରିକା ମିଶ୍ର, ନର୍ମଦା ପାତ୍ର, ସଂଯୁକ୍ତା ଗାଇଗୋରିଆ ଏବଂ ଆଦିତ୍ୟ କିଶୋର ପାଢ଼ୀ ବିଭିନ୍ନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ଶେଷରେ କ୍ରିଡ଼ା ଶିକ୍ଷକ ଚୌଧୁରୀ ବିଭାର ଧନ୍ୟବାଦ୍ ଅର୍ପଣ କରିଥିଲେ l ବାଳ ମୁକୁନ୍ଦ ସେଠୀ,ଚମାର୍ ବାଘ, ୱାଡ଼ ମେମ୍ବର ତଥା ଜନ ପ୍ରତିନିଧି ଏଥିରେ ସହଯୋଗ କରିଥିଲେ l

ନିକଟସ୍ଥ ଗ୍ରାମକୁ ଯାଇ ଏକ ସ୍ଵଚ୍ଛତା ସଚେତନତା ରାଲି ମଧ୍ୟ ଆୟୋଜନ କରାଯାଇଥିଲା l ଏହି ଅବସରରେ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯାଇ ଥିଲା l ସଚେତନତା ସୃଷ୍ଟି ପାଇଁ କମିଟି ସଭ୍ୟ/ସଭ୍ୟା, ଲୋକପ୍ରତିନିଧି ଏବଂ ଛାତ୍ରଛାତ୍ରୀଙ୍କୁ ପରିଷ୍କାର ଭାବେ ହାତ ଧୋଇବା, ରାସ୍ତା ଘାଟ ରେ ମଳ ତ୍ୟାଗ ନ କରି ପାଇଖାନା ବ୍ୟବହାର କରିବା ତଥା ରାସ୍ତା ଘାଟ ଓ ଗାଁ ପରିବେଶକୁ ସ୍ୱଚ୍ଛ ନିର୍ମଳ ରଖିବାକୁ ନିବେଦନ କରାଗଲା l

Leave a Reply

Your email address will not be published. Required fields are marked *

error: Content is protected !!