ନବ ଦାସ ହତ୍ୟା ମାମଲା: ଘାଣ୍ଟୁଛି କ୍ରାଇମ୍‌ବ୍ରାଞ୍ଚ, ପତ୍ନୀଙ୍କୁ ୩ ଘଣ୍ଟା ପଚରାଉଚରା

ଭୁବନେଶ୍ୱର (ସମୀର ରଞ୍ଜନ ନାୟକ):ନବ ଦାସ ହତ୍ୟା ମାମଲା ଘଟଣାକୁ ନେଇ କ୍ରାଇମବ୍ରାଞ୍ଚ ଟିମର ତନାଘନା । ଆଜି କ୍ରାଇମସିନେ ପହଞ୍ଚି ଯାଞ୍ଚ କରିଛନ୍ତି କ୍ରାଇମବ୍ରାଞ୍ଚର ନୂଆ ତଦନ୍ତ ଅଧିକାରୀ । ସେହିପରି ଝାରସୁଗୁ଼ଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମଧ୍ୟ ପହଞ୍ଚିଥିଲା କ୍ରାଇମ୍‌ବ୍ରାଞ୍ଚ୍‌ । ଯେଉଁଠି ନବଦାସଙ୍କ ହତ୍ୟା ମାମଲାକୁ ନେଇ ଡାକ୍ତକଙ୍କୁ ପଚରାଉଚରା କରାଯାଇଥଲା । ପୂର୍ବତନ ସିଡିଏମ୍ ଓ ଡୋଳାନଣି ପଟେଲଙ୍କ ବୟାନ ରେକର୍ଡ କରାଯାଇଛି । ଭୁବନେଶ୍ୱର ଏୟାରଲିଫ୍ଟକୁ ନେଇ ମଧ୍ୟ ପଚରାଉଚରା କରାଯାଇଥିଲା ।ଗତକାଲି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ ନବ ଦାସଙ୍କ ପତ୍ନୀ, ଝିଅ ଏବଂ ପୁଅ ।

ଏହା ପୂର୍ବରୁ ମଙ୍ଗଳବାର ନବ ଦାସଙ୍କ ଘରେ ପହଞ୍ଚି ପରିବାର ଲୋକଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଛି । ସେହିପରି ଗତକାଲି ଝାରସୁଗୁଡ଼ା ହସ୍ପିଟାଲ ଓ ବିମାନବନ୍ଦରରେ ପଚରାଉଚରା କରିଛି କ୍ରାଇମ୍‌ବ୍ରାଞ୍ଚ୍‌ ଟିମ୍ ।ତେବେ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ହତ୍ୟାକାଣ୍ଡ ତଦନ୍ତରେ ତତ୍ପରତା ଦେଖାଇଛି କ୍ରାଇମବ୍ରାଞ୍ଚ। ଗତକାଲି ଝାରସୁଗୁଡ଼ା ସରବାହାଲ ବାସଭବନରେ ନବଙ୍କ ପତ୍ନୀ ମୀନତି, ଝିଅ ଦୀପାଳି ଏବଂ ପୁଅ ବିଶାଲ ଦାସଙ୍କୁ ତଦନ୍ତକାରୀ ଦଳ ପଚରାଉଚରା କରିଥିବାବେଳେ ମୀନତିଙ୍କୁ ୩ ଘଣ୍ଟା ପଚରା ଉଚରା କରିଛି କ୍ରାଇମ୍‌ବ୍ରାଞ୍ଚର ୨ ଜଣିଆ ଦଳ।.

Leave a Reply

Your email address will not be published. Required fields are marked *

error: Content is protected !!