ଶାସକ ଦଳକୁ ଅରୁଣ ସାହୁଙ୍କ ନିଶାନା

ଭୁବନେଶ୍ୱର :(ସମୀର ରଞ୍ଜନ ନାୟକ )ଆଜି ବିଧାନସଭା ଆରମ୍ଭରୁ ବିରୋଧୀଙ୍କ ହଟ୍ଟେଗାଳ ଦେଖିବାୁ ମିଳିଥିଲା । ଗୃହରେ ବିରୋଧୀଙ୍କ ପକ୍ଷରୁ ହଟ୍ଟେଗାଳ କରାଯିବାରୁ ବାଚସ୍ପତି ଗୃହକୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ । ବିଜେଡି ସଦସ୍ୟମାେନ ବିଧାନସଭା ଗୃହର ମଧ୍ୟଭାଗକୁ ଆସି ପ୍ରତିବାଦ ରିଥିଲେ । ଲାଇଭ୍ ଭିଜୁଆଲ ନ ଦିଆଯିବା ଅଭିଯୋଗରେର ପ୍ରତିବାଦ କରିଥିଲା ବିଜେଡି । ଗତ କିଛି ଦିନ ହେଲା ବିଧାନସଭାରେ ବିରୋଧୀଙ୍କ ଭିଜୁଆଲ ବାରଣ କରାଯାଉଛି । କିଛି ଦିନ ତଳେ ଗଣମାଧ୍ୟମର ମୋବାଇଲ ବାରଣ କରାଯାଇଥିଲା । କଣ ଏମିତି ଗୁପ୍ତ କାମ ଚାଲିଛି ଯେ ଭିଡିଓ ଦେଖା ଯାଉନି । ଆମ ଅଞ୍ଚଳ ଲୋକ ଜାଣି ପାରୁ ନାହାନ୍ତି ଆମ କାର୍ଯ୍ୟକ୍ରମ । କେବଳ ସରକାରୀ ଦଳ ବିଧାୟକ ଓ ମନ୍ତ୍ରୀଙ୍କ ଭିଜୁଆଲ ଦେଖାଯାଉଛି ।

ଏହା ଅଗଣତାନ୍ତ୍ରିକ, ଏକଛତ୍ରବାଦ ବୋଲି କହିଥିଲେ ବିଜେଡି ବିଧାୟକ ଅରୁଣ ସାହୁ ।ଏଥିସହିତ ଅରୁଣ ଆହୁରି କହିଛନ୍ତି, ଶୁଣିବାକୁ ମିଳିଛି କିଛି ମନ୍ତ୍ରୀ ଏହାକୁ ନେଇ ତାଗିଦ୍ କରିଛନ୍ତି । ଏହା ଅଗଣତାନ୍ତ୍ରିକ ଏବଂ ଏକଛତ୍ରବାଦ । ଯାହା ଗଣତନ୍ତ୍ରକୁ ହତ୍ୟା କରିବ ଏବଂ ମିଡିଆର କଣ୍ଠରୁଦ୍ଧ କରିବ, ତାକୁ ନେଇ ଆମେହ ପ୍ରତିବାଦ କରିବୁ । ତେଣୁ ଆନ୍ଦୋଳନ ଭିଜୁଆଲ ବି ନଡରିକି ଦେଖାଇବାକୁ ଅନୁଭତି ଦିଆ । ବିରୋଧୀ କି ସରକାରୀ ଦଳ ଠିକ ଭାବେ ତାଙ୍କର ଦାୟିତ୍ୱ ନିର୍ବାହ କରୁଛି ନା ନାହିଁ, ତାକୁ ୨୪ ଘଣ୍ଟା ଦେଖାଯାଉ ବୋଲି ଦେବି କରିଛନ୍ତି ଅରୁଣ ।ସେପଟେ ଅରୁଣଙ୍କ ଟାର୍ଗେଟର କଡା ଉତ୍ତର ଦେଇଛନ୍ତି ବିଜେପି ବିଧାୟକ ସରୋଜ ପାଢୀ ।

ସରୋଜ କହିଛନ୍ତି, ମିଡ଼ିଆ ସ୍ୱାଧୀନତା କଥାକୁ କେହି ମନା କରୁ ନାହାନ୍ତି ହେଲେ ବିଜେଡି ଶାସନ ସମୟରେ ଅରୁଣ ସାହୁ କୁଆଡେ ଥିଲେ, ପାଲଟା ପ୍ରଶ୍ନ କରିଛନ୍ତି ସରୋଜ । ଏତିସହିତ ସେ ଏହା ବି କହିଛନ୍ତି, ମିଡ଼ିଆ ଆମ ବନ୍ଧୁ, ନବୀନ ପଟ୍ଟନାୟକ ମିଡ଼ିଆର ବନ୍ଧୁ ନଥିଲେ । ନବୀନ କେବେ ମିଡ଼ିଆକୁ ସାମ୍ନା କରି ନାହାନ୍ତି । ଆମ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗଣମାଧ୍ୟମକୁ ସବୁ ଉତ୍ତର ଦେଉଛନ୍ତି । ଏମାନଙ୍କ ଅଧିକାର ନାହିଁ ମିଡ଼ିଆ କଥା କହିବାକୁ । ସରକାର ଆଳୋଚନା ପାଇଁ ପ୍ରସ୍ତୁତ ଅଛନ୍ତି, ହେଲେ ସେମାନେ ଯାହା କରୁଛନ୍ତି, ତାହା ମର୍ମାହତ କରିଛି ।

Leave a Reply

Your email address will not be published. Required fields are marked *

error: Content is protected !!