ଭୁବନେଶ୍ୱର (ସମୀର ରଞ୍ଜନ ନାୟକ):ଯାତ୍ରୀ ବାହିନୀ ବସ ଓଲଟିଯାତ୍ରୀ ଆହତ ହୋଇ ଥିବା ଖବର ଆମ ହସ୍ତଗତ ହୋଇଛି। ଖବର ଅନୁଯାଇ ଖୋର୍ଦ୍ଧା ଜିଲ୍ଲା ଜାତୀୟ ରାଜପଥ ୧୬ବାଲୁଗାଁ ନିକଟ ପାଇକକୁଶଡିହ ଛକରେ ବସ୍ ଦୁର୍ଘଟଣା । ଓଭରଟେକ୍ କରିବାକୁ ଯାଇ ବସ ଓଲଟି ପଡ଼ିବାରୁ ୭ ଜଣ ଆହତ ହୋଇଛନ୍ତି।ଭୁବନେଶ୍ୱରରୁ ବ୍ରହ୍ମପୁର ଯାଉଥିବା ସିଲ୍କ ସିଟି ବସ ଜାତୀୟ ରାଜପଥ ୧୬ ପାଇକକୁଶଡିହ ଛକରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୮ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।