ଭୁବନେଶ୍ୱର (ସମୀର ରଞ୍ଜନ ନାୟକ):ଗଜେଇ ଚାଲାଣ ବେଳେ ମାଡିବସିଲା ଅବକାରୀ ସୂଚନା ମୁତାବକ ଖୋର୍ଦ୍ଧା ଏବଂ ବାଲୁଗାଁ ଅବକାରୀ ବିଭାଗର ସ୍ଵତନ୍ତ୍ର ଟିମ୍ । ୧୬ନମ୍ବର ଜାତୀୟ ରାଜପଥ ଚଣ୍ଡେଶ୍ୱର ଓଭର ବ୍ରିଜ ଉପରେ ଏକ ବାଇକ୍ ଏବଂ ମିନିଟ୍ରକକୁ ଧରିଛି ଏହି ସ୍ଵତନ୍ତ୍ର ଟିମ୍। ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ଦୁଇଜଣଙ୍କୁ ଗିରଫ କରାଯାଇଛି। ଗଜପତିରୁ ପୁରୀ କୁ ଏହି ଗଞ୍ଜେଇ ସବୁ ପ୍ୟାକ୍ କରାଯାଇ ଚାଲାଣ କରାଯାଉଥିଲା। ଜବତ ଗଞ୍ଜେଇର ପରିମାଣ ୯ କୁଇଣ୍ଟାଲ ରୁ ଅଧିକ ହେବ।
ଏହାର ଆନୁମାନିକ ମୂଲ୍ୟ ୯ଲକ୍ଷ ଟଙ୍କା ହେବ। ଜବତ ଟ୍ରକ୍ ରେ ଏକାଧିକ ଜାଲ ନମ୍ବର ପ୍ଲେଟ ରଖାଯାଇ ରାସ୍ତାରେ ପୋଲିସ ଏବଂ ଅବକାରୀ ବିଭାଗକୁ ଚକମା ଦେଇ ଏହି ରାକେଟ ଖସି ଯାଉଥିବା ତଦନ୍ତ ବେଳେ ଜଣାପଡିଛି।ଅଭିଯୁକ୍ତ ମାନେ ହେଲେ ମୋହନା ଥାନା ଅଞ୍ଚଳର ଜିତୁ ନାୟକ ଓ ଓଡ଼ଗାଁ ଥାନା ଅଞ୍ଚଳର ବସନ୍ତ ପାତ୍ର। ଜଣାପଡିଛି। ଅଭିଯୁକ୍ତଙ୍କ ବିରୁଦ୍ଧରେ କେଶ ନଂ ୨୮୨/୨୪-୨୫ ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି