ଅଭାବି ପରିବାର କୁ ସହଯୋଗ ର ହାତ ବଢାଇଲେ ସମାଜ ସେବୀ ଶ୍ରୀମନ୍ତ ତ୍ରିପାଠୀ !

କେନ୍ଦୁଝର/ଚମ୍ପୁଆ (ପ୍ରଦୀପ ମହାନ୍ତ):ଚମ୍ପୁଆ ବ୍ଲକ ସରେଇ ପଞ୍ଚାୟତ ଅନ୍ତର୍ଗତ ସରେଇ ଗ୍ରାମରେ ଏହି ନିକଟରେ ଏକ ବହୁ ଦୁଃଖଦାରୁଣୀୟ ଘଟଣା ସମସ୍ତ ଅଞ୍ଚଳ ବାସୀଙ୍କୁ ଦୁଃଖ ମୟ କରିଛି l ଗ୍ରାମର ଏକ ପରିବାର ମୁଖ୍ୟ ସ୍ୱର୍ଗତ ସଂଜିତ ନାଏକ କିଡ୍ନୀ ରୋଗରେ ପୀଡିତ ହୋଇ କଟକ ବଡ ଡାକ୍ତର ଖାନାରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ମୃତ୍ୟୁ ବରଣ କରିଥିଲେ, ସ୍ତ୍ରୀ ସୁନିତା ନାଏକ ଦୁଇ ଛୁଆ ଝିଅ ବନ୍ଦିତା ନାଏକ ଓ ପୁଅ ଦିବ୍ୟରଞ୍ଜନ ନାଏକ ଙ୍କ ସହିତ ଗ୍ରାମରେ ବସବାସ କରି ରହୁଥିଲେ l ସ୍ୱାମୀଙ୍କ ଅକାଳ ମୃତ୍ୟୁ ପରେ ଶୁଦ୍ଧି କ୍ରିୟା ଓ ଏକାଦଶାହ କ୍ରିୟା କରିବାକୁ ପାଖରେ ପଇସା ଟିଏ ବି ନାହିଁ ଯାହାଥିଲା ସବୁ ସ୍ୱାମୀଙ୍କ ଚିକିତ୍ସା ଓ ଛୁଆଙ୍କ ଉପରେ ଖର୍ଚ୍ଚ କରିଛନ୍ତି l

ଏହା ଜାଣି ଗ୍ରାମରେ ଥିବା ବିଜେପି କାର୍ଯ୍ୟକର୍ତ୍ତା ନିରୁପମା ସେଠି,ଦମନ୍ତି ବେହେରା ଓ ପରେଶ ଚନ୍ଦ୍ର ପ୍ରଧାନ ଚମ୍ପୁଆ ନିର୍ବାଚନ ମଣ୍ଡଳୀର ଲୋକପ୍ରିୟ ବିଜେପି ଜନନେତା, ବିଜେପି କୃଷକ ମୋର୍ଚ୍ଚା ପୂର୍ବତନ ରାଜ୍ୟ ସଂଯୋଜକ ତଥା କେନ୍ଦୁଝର ଜ଼ିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ବିଶିଷ୍ଠ ସମାଜସେବୀ ଶ୍ରୀମନ୍ତ କୁମାର ତ୍ରିପାଠୀଙ୍କୁ ଫୋନ ମାଧ୍ୟମରେ ଯୋଗାଯୋଗ କରି ଜଣାଇଥିଲେ ଉକ୍ତ ଦୁଖଃଦ ଘଟଣା ବିଷୟରେ ଜାଣି ଶ୍ରୀ ତ୍ରିପାଠୀ ତାଙ୍କ ଦଶାହ ଶୁଦ୍ଧି କ୍ରିୟା ଓ ଏକାଦଶାହ କ୍ରିୟା ପାଇଁ ଆବଶ୍ୟକ ସମସ୍ତ ପୂଜାସାମଗ୍ରୀ ଠାରୁ ଆରମ୍ଭ କରି ଚାଉଳ ବସ୍ତା,ଡାଲି,ଆଳୁ ,ଖଲି ,ଚୌପତି ପରି ସମସ୍ତ ସାମଗ୍ରୀ ବିଜେପି କାର୍ଯ୍ୟକର୍ତ୍ତା ଦିବାକର ମହାନ୍ତଙ୍କ ହାତରେ ପଠେଇ ଏକାଦଶାହ କ୍ରିୟା ସମ୍ପର୍ଣ୍ଣ କରିବାରେ ସାହାଯ୍ୟ କରିଥିବା ଦେଖିବାକୁ ମିଳିଛି l

ଶ୍ରୀ ତ୍ରିପାଠୀ ଚମ୍ପୁଆ ନିର୍ବାଚନ ମଣ୍ଡଳୀର ସମସ୍ତ ଜନସାଧାରଣ ଓ ଦୋଳିୟ କାର୍ଯ୍ୟକର୍ତ୍ତା ମାନଙ୍କ ସୁଖ ଦୁଃଖରେ ସାମିଲ ହେବା ସହିତ ଲୋକ କଲ୍ୟାଣ କାର୍ଯ୍ୟରେ ନିଜକୁ ନିୟଜିତ କରୁଥିବା ଓ କାର୍ଯ୍ୟବ୍ୟସ୍ତତା ସହିତ ବ୍ୟକ୍ତିଗତ ସୁବିଧା ଅସୁବିଧା କୁ ଭୁଲି ସାହାଯ୍ୟ ସହଯୋଗ ପଠେଇବାକୁ କେବେ ଭୁଲନ୍ତି ନାହିଁ ଏଣୁ ଅଞ୍ଚରେ ତାଙ୍କର ଲୋକପ୍ରିୟତା ଦିନକୁ ଦିନ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି !

Leave a Reply

Your email address will not be published. Required fields are marked *

error: Content is protected !!