ଭୁବନେଶ୍ୱର (ସମୀର ରଞ୍ଜନ ନାୟକ):ମହାନଦୀ ଜଳ ବିବାଦକୁ ନେଇ ତେଜିଲା ରାଜନୀତି । ଗତକାଲି ଛତିଶଗଡ଼ ଏବଂ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏନେଇ ଆଲୋଚନା କରିଥିବାବେଳେ, ରବିବାର ଏହି ପ୍ରସଙ୍ଗରେ କଟାକ୍ଷ କରିଛି ବିଜେଡି ।ତେବେ ବିଜେଡିକୁ ଭର୍ତ୍ସନା କଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ବିଜେଡି ଶାସନରେ ଥିଲା ବେଳେ ସମାଧାନ ପାଇଁ ଆଲୋଚନାକୁ ଗଲେନି’ । ‘୨୦୧୬ରେ କେନ୍ଦ୍ର ସରକାର ଦୁଇ ରାଜ୍ୟକୁ ଆଲୋଚନାକୁ ଡାକିଥିଲେ’ ।
ଥରେ ମାତ୍ର ଆଲୋଚନାକୁ ଗଲେ, ଆଉ ଦୁଇ ଥର ଗଲେନି’ ।ରାଜନୈତିକ ଫାଇଦା ପାଇଁ ଟ୍ରିବ୍ୟୁନାଲ୍କୁ ଗଲେ, ଯାହା ଲମ୍ବା ସମୟ ଚାଲେ’ । ଆଜି ଓଲଟା କଥା କହୁଛନ୍ତି, ମହାନଦୀକୁ ନେଇ ବହୁତ ରାଜନୀତି କଲେ’ । ଆମ ସରକାରକୁ ଆଉ ଜ୍ଞାନ ଦେବା ଦରକାର ନାହିଁ’ । କେମିତି ସମାଧାନ ହେବ ଆମ ସରକାର ଯତ୍ନବାନ ପୃଥ୍ବୀରାଜ । ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ କଥାରେ ପଡ଼ି ଯାହା କଲେ, ସେଥିପାଇଁ କାନ୍ଦୁଛନ୍ତି’ ।