ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ):ବିଦ୍ଯୁତ୍ ସଂସ୍ପର୍ଶରେ ଆସି ମହିଳା ଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତ୍ୟୁ ବରଣ କରିଥିବା ମହିଳା ଜଣକ ହେଲେ ବୁଗୁଡା ଥାନା ଅଧିନସ୍ଥ ଗୋଳାବନ୍ଧ ଗ୍ରାମର ରେବତୀ ଗୌଡ । ସୂଚନା ମୁତାବକ ପରିବାର ଲୋକଙ୍କ କହିବା ଅନୁଯାୟୀ ନୂତନ ଘର ନିର୍ମାଣ ହୋଇଥିବା ବେଳେ ନୂତନ ଘରର କାନ୍ଥରେ ପାଣି ପକାଉଥିଲେ ରେବତୀ, ହଠାତ୍ ବିଦ୍ଯୁତ୍ ସଂସ୍ପର୍ଶରେ ଆସି ଜଣାଇଥିଲେ । ପରିବାର ଲୋକେ ରେବତୀ କୁ ସେଠାରୁ ଉଧାର କରି ବୁଗୁଡା ଗୋଷ୍ଟିସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । କିନ୍ତୁ ରେବତୀଙ୍କୁ ଉପସ୍ଥିତ ଥିବା ଡ଼ାକ୍ତର ମୃତ ଘୋଷଣା କରିଛନ୍ତି ।