କେନ୍ଦୁଝର/ଚମ୍ପୁଆ ( ପ୍ରଦୀପ ମହାନ୍ତ ): ଚମ୍ପୁଆ ସଦର ମହକୁମାରେ ଆଗାମୀ ଦିନ ରେ ପାଳିତ ହେବାକୁ ଥିବା ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ , ଶ୍ରୀ ରାମ ନବମୀ ଓ ଇଦ-ଉଲ-ଫିତର ଉପଲକ୍ଷେ ଆଜି ଅପରାହ୍ନ ରେ ଚମ୍ପୁଆ ପୁଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ କରାଯାଇଛି । ଏହି ଉତ୍ସବ ଗୁଡ଼ିକୁ ଶାନ୍ତିଶୃଙ୍ଖଳା ତଥା ସୁରୁଖୁରୁ ରେ ସମ୍ପନ୍ନ କରିବା ପାଇଁ ଆଜି ଚମ୍ପୁଆ ଉପଖଣ୍ଡ ପୁଲିସ ଅଧିକାରୀ ରଶ୍ମିରଞ୍ଜନ ସାହୁ ଏବଂ ଚମ୍ପୁଆ ଥାନାଧିକାରୀ ଦେବକୀ ନାଏକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଫ୍ଲାଗମାର୍ଚ୍ଚ କରାଯାଇଛି । ଆଗାମୀ ୩୦ ତାରିଖରେ ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ , ୩୧ ତାରିଖ ରେ ଇଦ-ଉଲ-ଫିତର ଓ ୬ ତାରିଖ ରେ ଶ୍ରୀରାମ ନବମୀ ଉତ୍ସବ ପାଳିତ ହେବାକୁ ଯାଉଛି। ଏହି ଉପଲକ୍ଷେ ଚମ୍ପୁଆ ବଜାର ଓ ବିଭିନ୍ନ ଓ୍ୱାର୍ଡ ରେ ପୁଲିସ ବାହିନୀ ତରଫ ରୁ ଫ୍ଲାଗମାର୍ଚ୍ଚ ଅନୁଷ୍ଠିତ ହୋଇଛି ।