କେନ୍ଦୁଝର ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟର ପୂର୍ବତନ କର୍ମଚାରୀଙ୍କ ବିୟୋଗ

କେନ୍ଦୁଝର(ସୀତାରାମ ଦୀକ୍ଷିତ): କେନ୍ଦୁଝର ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟରେ ୧୯୬୫ରୁ ୨୦୦୭ ମସିହା ପର୍ଯ୍ୟନ୍ତ ଦୀର୍ଘ ୪୨ ବର୍ଷ ଧରି ଶିକ୍ଷିତ ଚପରାଶୀ ଭାବେ କାର୍ଯ୍ୟ କରିଥିବା ଭୀମସେନ ସେଠୀ ଗତକାଲି ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ହୋଇ ପରଲୋକ ଗମନ କରିଛନ୍ତି । ନିଜ କାର୍ଯ୍ୟକାଳ ସମୟରେ ସ୍ବର୍ଗତ ସେଠୀ ନିଜ କର୍ତ୍ତବ୍ୟ ସଠିକ ରୂପେ ତୁଲାଇ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଓ ଅଧିକାରୀଙ୍କ ପ୍ରିୟଭାଜନ ହୋଇପାରିଥିଲେ।

ତାଙ୍କ ମୃତ୍ୟୁ ଖବର ମିଳିବା ପରେ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ସ୍ବର୍ଗତ ସେଠୀଙ୍କ କାଶୀପୁର ସ୍ଥିତ ବାସଭଵନକୁ ଯାଇ ଶେଷ ଦର୍ଶନ କରିଥିଲେ। ମୃତ୍ୟୁ ଶଯ୍ୟା ନିକଟରେ ସ୍ବର୍ଗତ ସେଠୀଙ୍କ ସ୍ତ୍ରୀ, ଦୁଇ ପୁଅ, ଦୁଇ ବୋହୁ, ନାତି ଓ ନାତୁଣୀଙ୍କ ସମେତ ପ୍ରିୟ ପରିଜନ ଉପସ୍ଥିତ ରହିଥିଲେ। ଆଜି ସ୍ବର୍ଗତ ସେଠୀଙ୍କ ଅମର ଆତ୍ମାର ସଦଗତି ନିମନ୍ତେ କାର୍ଯ୍ୟାଳୟରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା ।

Leave a Reply

Your email address will not be published. Required fields are marked *

error: Content is protected !!