ଏକାଦଶାହରେ ଡ଼ଃ ପ୍ରଧାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ

ଅନୁଗୁଳ/ତାଳଚେର (ଅଜିତ୍ କୁମାର ଭୋଇ): ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ପ୍ରାକ୍ତନ ବିଜେପି ରାଜ୍ୟ ସଭାପତି ଓଡିଶା ବିଜେପି ର ପ୍ରାଣ ପ୍ରତିଷ୍ଠାତା ଡ଼ଃ ଦେବେନ୍ଦ୍ର ପ୍ରଧାନ ଙ୍କର ଏକାଦଶାହ ତାଳଚେର ପିଏମଆଇଟି ଠାରେ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନ, ଓଡିଶା ର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା,ରାଜ୍ୟ ସଭାପତି ମନମୋହନ ସାମଲ,ରାଜ୍ୟ ପ୍ରଭାରୀ ବିଜୟପାଲ ସିଂହ ତୋମାର, ରାଜ୍ୟ ସହ ପ୍ରଭାରୀ ଲତା ଉସେଣ୍ଡି, ସଂଖ୍ୟାଲଘୁ ମୋର୍ଚ୍ଚା ର ରାଷ୍ଟ୍ରୀୟ ଉପ ସଭାପତି ଜାକିର ହୁସେନ, ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସହନାବାଜ ହୁସେନ, ଓ ତାଜେନ୍ଦ୍ର ସିଂହ ବାଗା, ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ସୁନୀଲ ବଂଶଲ, ମଧ୍ୟପ୍ରଦେଶ ମନ୍ତ୍ରୀ ଗୋବିନ୍ଦ ସିଂହ ରାଜପୁତ, ତ୍ରିପୁରା ର ଉପବାଚସ୍ପତି ରାମ ପ୍ରସାଦ ପାଲ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପରିବାର ବର୍ଗଙ୍କୁ ଭେଟି ସମବେଦନା ଜଣାଇଛନ୍ତି।କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନ, ଓଡିଶା ର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା,ରାଜ୍ୟ ସଭାପତି ମନମୋହନ ସାମଲ,ରାଜ୍ୟ ପ୍ରଭାରୀ ବିଜୟପାଲ ସିଂହ ତୋମାର, ରାଜ୍ୟ ସହ ପ୍ରଭାରୀ ଲତା ଉସେଣ୍ଡି, ସଂଖ୍ୟାଲଘୁ ମୋର୍ଚ୍ଚା ର ରାଷ୍ଟ୍ରୀୟ ଉପ ସଭାପତି ଜାକିର ହୁସେନ, ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସହନାବାଜ ହୁସେନ, ଓ ତାଜେନ୍ଦ୍ର ସିଂହ ବାଗା, ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ସୁନୀଲ ବଂଶଲ, ମଧ୍ୟପ୍ରଦେଶ ମନ୍ତ୍ରୀ ଗୋବିନ୍ଦ ସିଂହ ରାଜପୁତ, ତ୍ରିପୁରା ର ଉପବାଚସ୍ପତି ରାମ ପ୍ରସାଦ ପାଲ, ବିହାର ର ପ୍ରାକ୍ତନ ରାଜ୍ୟ ସଭାପତି ମୃତ୍ୟୁଞ୍ଜୟ ଝା, ବିହାର ସାଂସଦ ଗୋପାଳ ଜି ଠାକୁର, ମଧ୍ୟପ୍ରଦେଶ ସ୍ୱାସ୍ଥ୍ୟମନ୍ତ୍ରୀ ନଗେନ୍ଦ୍ର ସିଂହ ପଟେଲ, ଙ୍କ ସମେତ ବାହାର ରାଜ୍ୟରୁ ବହୁ ମନ୍ତ୍ରୀ, ସାଂସଦ ଓ ବିଧାୟକ ଆସି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପରିବାର ବର୍ଗ ଙ୍କୁ ଭେଟି ସମବେଦନା ଜଣାଇଛନ୍ତି।

ରାଜ୍ୟ ର ମନ୍ତ୍ରୀ ସୁରେଶ ପୂଜାରୀ, ରବି ନାରାୟଣ ନାଏକ, ବିଭୁତି ଭୂଷଣ ଜେନା, ସୂର୍ଯ୍ୟବଂଶୀ ସୁରଜ ଙ୍କ ସମେତ ରାଜ୍ୟ ଉପ ସଭାପତି ଗୋଲକ ମହାପାତ୍ର, ରାଜ୍ୟ ସାଧାରଣ ସମ୍ପାଦକ ସାରଦା ପ୍ରସାଦ ଶତପଥୀ, ସମେତ ବହୁ ମନ୍ତ୍ରୀ ଓ ସାଂସଦ ବିଧାୟକ ଆସି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି, ବିଧାୟକ ଅଶୋକ ମହାନ୍ତି, ପ୍ରତାପ ଚନ୍ଦ୍ର ପ୍ରଧାନ, ଅଗସ୍ତି ବେହେରା, ବିଭୁତି ପ୍ରଧାନ, ଶତ୍ରୁଘନ ଜେନା, ସୀମା ରାଣୀ ନାୟକ,ଟଙ୍କଧର ତ୍ରିପାଠୀ, ଙ୍କ ସମେତ ବହୁ ବିଧାୟକ, ବରିଷ୍ଠ ନେତା କାଳନ୍ଦି ସାମଲ ଯୋଗ ଦେଇ ସମସ୍ତ କାର୍ଯ୍ୟକ୍ରମ କୁ ତଦାରଖ କରିଥିଲେ। ବେଦପାଠ, ନାମ ସଂକୀର୍ତନ, ହନୁମାନ ଚାଳିଶା ପାଠ, ଭଜନ କୀର୍ତନ ତଥା ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ରେ ପରିବେଶ ଭକ୍ତିମୟ ଥିଲା।ସମଗ୍ର ତାଳଚେର ଜନ ସମୁଦ୍ର ହୋଇଥିଲା।

Leave a Reply

Your email address will not be published. Required fields are marked *

error: Content is protected !!
Powered by Joinchat