ଜିଲ୍ଲା ବିଜେପି ସଭାପତି ସାମ୍ବାଦିକଙ୍କୁ କରିଛନ୍ତି ଅଣଦେଖା।

ରାୟଗଡ଼ (ଗୋପୀନାଥ ଗୌଡ଼): ରାୟଗଡ଼ ଜିଲ୍ଲାରେ ରାୟଗଡ଼ ଅତିରିକ୍ତ ଜିଲ୍ଲାପାଳ ନିହାର ରଞ୍ଜନ କହଁର ଏବଂ ଜିଲ୍ଲା ବିଜେପି ସଭାପତି ଗୋପୀ ଆନନ୍ଦଙ୍କ ମଧ୍ୟରେ ବିବାଦ ଅତ୍ୟଧିକ ଘନଉ ଥିବା ଦେଖିବାକୁ ମିଳିଛି। ଏଥିରେ ଶାସକ ଦଳକୁ ବିରୋଧୀ ଦଳର କିଛି ନେତା ଓ ସାମାଜିକ ସଂଘଠନ ମଧ୍ୟ ଯୋଡ଼ି ହୋଇ ଯାଇଛନ୍ତି। ଏପରି ସ୍ଥଳେ ୨୫ତାରିଖ ମଙ୍ଗଳବାର ଦିନ ରାୟଗଡ଼ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଜିଲ୍ଲା ସଭାପତି ଗୋପୀ ଆନନ୍ଦଙ୍କ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଟିତ ହୋଇଥିଲା। ଏହି ସାମ୍ୱାଦିକ ସମ୍ମିଳନୀରେ ବିଜେପି ସଭାପତି ନିଜକୁ ନିର୍ଦୋଷ ସାବ୍ୟସ୍ତ କରିବା ସହ ଅଭିଯୋଗ ଗୁଡ଼ିକ ଭିତ୍ତିହୀନ ବୋଲି ଯୁକ୍ତି ରଖିଥିଲେ। ଜିଲ୍ଲା ବିଜେପି ସଭାପତି କହିଛନ୍ତି ଯେ କୌଣସି ଅଭିଯୋଗରେ ପ୍ରମାଣ ମିଳିଲେ ଦଣ୍ଡ ଭୋଗିବାକୁ ମଧ୍ୟ ମୁଁ ପ୍ରସ୍ତୁତ ଅଛି। ଅତିରିକ୍ତ ଜିଲ୍ଲାପାଳ ଆଦିବାସୀ କାର୍ଡ ଖେଳି ମିଥ୍ୟା ମାମଲା ରୁଜୁ କରିଛନ୍ତି।

ଏମିତି ହେଲେ ଜିଲ୍ଳାର ବିକାଶ ବାଧାପ୍ରାପ୍ତ ହେବ। ସାଧାରଣ ଲୋକେ ସରକାରି ଅଧିକାରୀ ଓ କର୍ମଚାରୀଙ୍କ ପାଖକୁ ଆସିବାକୁ ଭୟ କରିବେ ବୋଲି ଶ୍ରୀ ଆନନ୍ଦ କହିଥିଲେ। ଗତ ୨୦ ତାରିଖରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ କହଁର ଯେଉଁ ଅଭିଯୋଗ ମୋ ବିରୁଦ୍ଧରେ ଆଣିଛନ୍ତି ତାହା ସମ୍ପୂର୍ଣ୍ଣ ଭୁଲ ଓ ଭିତ୍ତିହୀନ ବୋଲି କହିଛନ୍ତି ଶ୍ରୀ ଆନନ୍ଦ। ଏହାକୁ ନେଇ ଅତିରଞ୍ଜିତ କରି ବିଜେଡ଼ି ଓ କଂଗ୍ରେସ୍ ଯେଉଁଭଳି ରାଜନୀତି କରୁଛନ୍ତି ତାହା ଠିକ୍ ନୁହେଁ ବୋଲି କହିଛନ୍ତି । ଚିନ୍ତାର ବିଷୟ ଏହା ଯେ, ଯେଉଁ ସାମ୍ବାଦିକ ସମ୍ମିଳନୀରେ ନିଜର ପ୍ରତିକ୍ରିୟା ରଖିବା ପାଇଁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଟିତ ହୋଇଥିଲା। ସେଠାରେ ସାମ୍ୱାଦିକ ସମ୍ମିଳନୀ ସରିବା ପରେ ଓଡ଼ିଶା ନିୟୁଜ24 ର ଜଣେ ଗଣମାଧ୍ୟମ ପ୍ରତିନିଧି ନିଜର ନିୟୁଜ୍ ବୁମ୍ ଧରି ଜିଲ୍ଲା ସଭାପତିଙ୍କୁ ସାମ୍ବାଦିକ ସମ୍ମୀଳନୀରେ ହୋଇଥିବା ଆଲୋଚନାର ପ୍ରତିକ୍ରିୟା ରଖିବା ପାଇଁ ଅନୁରୋଧ କରିଥିଲେ।

କିନ୍ତୁ, ଜିଲ୍ଲା ବିଜେପି ସଭାପତି ଗୋପୀ ଆନନ୍ଦ ରୋକ୍ ଠୋକ୍ ମନା କରିଦେବା ସହ, ମୋତେ ବିଳମ୍ବ ହେଲାଣି ମୋର ସ୍ବାଗତ ସମ୍ବର୍ଦ୍ଧନା ଅଛି ମୁଁ ଯିବାର ଅଛି ମୋତେ କ୍ଷମା କରିବେ ବୋଲି କହିଥିଲେ। ସାମ୍ୱାଦିକ ସମ୍ମିଳନୀ କରି ସାମ୍ବାଦିକ ଜଣଙ୍କ ନିୟୂଜ ଚ୍ୟାନେଲ ଵୁମ୍ ରେ ପ୍ରତିକ୍ରିୟା ରଖିବା ପାଇଁ ସମୟ ନାହିଁ କାହିଁକି ବୋଲି ପ୍ରଶ୍ନ ଉଠିଛି…? ଜିଲ୍ଲାରେ ଚାଲିଥିବା ବିବାଦ ପ୍ରତିକ୍ରିୟା ରଖିବା ଠୁଁ ଅଧିକ ସ୍ବାଗତ ସମ୍ବର୍ଦ୍ଧନା ଅଧିକ ଗୁରୁତ୍ବ କି, ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ଏହି ବିଷୟରେ ଗଣମାଧ୍ୟମ ପ୍ରତିନିଧି ଜଣଙ୍କ ନିଜ ଜିଲ୍ଲାରେ ଥିବା ସମସ୍ତ ସାମ୍ୱାଦିକ ଜିଲ୍ଲା ପ୍ରତିନିଧିଙ୍କୁ ମଧ୍ୟ ଆଜିର ଏକ ବୈଠକ ମାଧ୍ୟମରେ ଜଣାଇବା ସହ ନିନ୍ଦା କରିଛନ୍ତି। ଏପରିକି ଯଦି କହାଠାରୁ ଭିଜୁଆଲ ମାଗି ନୀୟୂଜ କରିବାର ଅଛି ତେବେ, ଏହି ସାମ୍ବାଦିକ ସମ୍ମିଳନୀରେ ଆସି ଉପସ୍ଥିତ ରହିବା ମୋର କୌଣସି ଆବଶ୍ୟକତା ନାହିଁ ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!