ପଲିଥିନର ଅପବ୍ଯବହାରକୁ ରୋକିବା ପାଇଁ ରାୟଗଡ଼ ପୌର ପରିଷଦର ଦୃଢ କାର୍ଯ୍ୟାନୁଷ୍ଠାନ

ରାୟଗଡ(ଗୋପୀନାଥ ଗୌଡ଼): ରାୟଗଡ଼ ପୌରାଞ୍ଚଳରେ ପଲିଥିନର ଅପବ୍ୟବହାର ରୋକିବା ପାଇଁ ତଥା ସଚେତନତା ସୃଷ୍ଟି କରିବା ପାଇଁ କାର୍ଯ୍ୟନିର୍ବାହୀ ଅଧିକାରୀ, ରାୟଗଡ଼ ପୌର ପରିଷଦଙ୍କ ନେତୃତ୍ବରେ ଏକ ପ୍ରବର୍ତ୍ତକ ଦଳ (enforcement team) ଗଠନ କରାଯାଇ ପଲିଥିନ ଜବତ କରାଯିବା ସହ ଜରିମାନା ଆଦାୟ ଏବଂ ସଚେତନତା ସୃଷ୍ଟି କରାଯାଉଅଛି । ପ୍ରଥମ ଦିନରେ ଡେଲି ମାର୍କେଟ ତଥା କପିଳାସ ଛକ ନିକଟରୁ ୬୦୦ କିଲୋ ପଲିଥିନ ଜବତ କରାଯାଇ ଅଛି । ଆଗକୁ ଏହା ଅଧିକ ତୀବ୍ରତର ହେବା ସହ ଜରିମାନା ଅର୍ଥ ବୃଦ୍ଧି ଏବଂ ଖିଲାପ କାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ବ୍ୟବସ୍ଥା କରାଯାଉଅଛି । ପରିବେଶ ସୁରକ୍ଷା ଏବଂ ସହରର ପରିମଳ ବ୍ୟବସ୍ଥାକୁ ଉନ୍ନତ ମାନର କରିବା ପାଇଁ ନିଆଯାଉଥିବା ଏହି ପ୍ରୟାସରେ ଜନସାଧାରଣ ତଥା ବ୍ୟବସାୟୀ ମାନଙ୍କ ସହଯୋଗ ଏକାନ୍ତ କାମ୍ୟ ବୋଲି ପୌର ପରିଷଦର ନିର୍ବାହୀ ଅଧିକାରୀ ମତବ୍ୟକ୍ତ କରିଛନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!