ବିଶ୍ଵହିନ୍ଦୁ ପରିଷଦର ବିଭାଗ ବୈଠକ।

ରାୟଗଡ଼(ଗୋପୀନାଥ ଗୌଡ଼): ସହରସ୍ଥିତ ସ୍ଵାମୀ ବିବେକାନନ୍ଦ ବିଦ୍ୟା ମନ୍ଦିର ସମ୍ମିଳନୀ କକ୍ଷରେ ବିଶ୍ବହିନ୍ଦୁ ପରିଷଦର ପଶ୍ଚିମ ପ୍ରାନ୍ତ ବିଭାଗ ବୈଠକ ଅନୁଷ୍ଠିତ ହୋଇଯାଇଅଛି।ଉକ୍ତ ବୈଠକରେ କେନ୍ଦ୍ରୀୟ ବେଦ ବିଦ୍ୟାଳୟ ପ୍ରମୁଖ ହରି ଶଙ୍କରଜୀ, ପଶ୍ଚିମ ପ୍ରାନ୍ତ ସଂପାଦକ ଭକ୍ତ ଚରଣ ସାହୂ, ସତ୍ୟ ନାରାୟଣ ଥାନାପତି, ପଶ୍ଚିମ ପ୍ରାନ୍ତ ଧର୍ମାଚାର୍ଯ୍ୟ ସମ୍ପର୍କ ପ୍ରମୁଖ ସୁଦର୍ଶନ ବାବା, ବିଶ୍ବ ହିନ୍ଦୁ ପରିଷଦର ପଶ୍ଚିମ ପ୍ରାନ୍ତ ସଭାପତି ପ୍ରଫୁଲ୍ଲ କୁମାର ପାତ୍ର, ବିଶ୍ବ କଲ୍ୟାଣ ସାଧନା ସମିତି ଜଗିଶ୍ରୀ ଚୈତନ୍ୟ ରାମଜୀ ଙ୍କ ସମେତ ସ୍ଵାମୀ ବିବେକାନନ୍ଦ ବିଦ୍ୟା ମନ୍ଦିର ମୁଖ୍ୟ ପରିଚାଳନା ନିର୍ଦ୍ଧେଶକ ପ୍ରମୁଖ ଉପସ୍ଥିତ ଥିଲେ।

ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବିଶ୍ବ ହିନ୍ଦୁ ପରିଷଦ ସଂଘଠନର ଅଭିବୃଦ୍ଧି ଓ ଜିଲ୍ଲାରେ ସଂଗଠନକୁ ସଂଘଠୀତ କରିବା, ଦେଶ ହିତରେ ରାଜ୍ୟର ସ୍ବାର୍ଥ ପାଇଁ ଓ ନିଜ ନିଜ ପ୍ରାନ୍ତରେ ମନ୍ଦିର ମଠର ବିକାଶ କରିବା ନିମନ୍ତେ ଆଗକୁ ବଢିଵା। ସେ ନେଇ ଏକ ପ୍ରକାର ବିସ୍ତୃତ ଆଲୋଚନା ହୋଇଥିଲା। ଜିଲ୍ଲାରେ ସଂଘଠନକୁ ମଜବୁତ କରିବା ସହ କାର୍ଯ୍ଯକର୍ତ୍ତା ମାନଙ୍କ ଉତ୍ସାହ ବଢ଼ାଇବା ନିମନ୍ତେ, ଜିଲ୍ଲା କାର୍ଯ୍ୟ ସମିତିର ଘୋଷଣା କରାଯାଇଅଛି। ଆଗାମୀ ଦିନରେ ସଂଗଠନର କାର୍ଯ୍ୟକୁ ପଂଚାୟତ ଓ ଗ୍ରାମ ସ୍ତରରେ ପହଞ୍ଚାଇବା ସହ ବିଶ୍ବହିନ୍ଦୁ ପରିଷଦର ରାଷ୍ଟ୍ରୀୟ ଭାବନା ଜାଗ୍ରତ କରିବା ମୁଖ୍ୟ ଉଦ୍ଧେଶ୍ୟ ରହିବ।

ଏହି ପରିପେକ୍ଷୀରେ ମାତୃଶକ୍ତି ପ୍ରଶିକ୍ଷଣ ଶିବିର ଆଗାମୀ ଜୁନ୍ ୧୨ ତାରିଖରୁ ୧୪ ତାରିଖ ପର୍ୟ୍ୟନ୍ତ କରାଯିବ। ସେହିପରି ବଜରଙ୍ଗ ଦଳର ପ୍ରଶିକ୍ଷଣ ଶିବିର ଜୁନ୍ ମାସ ୩ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ କରାଯିବ। ଜିଲ୍ଲାରେ ଚାଲିଥିବା ସତସଙ୍ଗ ପ୍ରଶିକ୍ଷଣ ଶିବିର ଆଗାମୀ ଜୁନ୍ ୨ ତାରିଖରୁ ୩ତାରିଖ ରେ କରାଯିବା ନେଇ ସୁଚନା ଦେଇଛନ୍ତି। ମେ ମାସ ୨୦ ତାରିଖରୁ ୩୦ ତାରିଖ ବିଶ୍ବ ହିନ୍ଦୁ ପରିଷଦର କାର୍ଯ୍ୟକର୍ତ୍ତା ପ୍ରଶିକ୍ଷଣ ଶିବିର ଅନୁଷ୍ଟିତ ହେବ। ସେହିଭଳି ଦୁର୍ଗା ବାହିନୀର ମେ ମାସ ୬ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ସମ୍ବଲପୁର ରେ କରାଯିବା ନେଇ ଆଲୋଚନା ଓ ନିଷ୍ପତି ହୋଇଛି।

Leave a Reply

Your email address will not be published. Required fields are marked *

error: Content is protected !!