ଭୁବନେଶ୍ୱର (ସମୀର ରଞ୍ଜନ ନାୟକ) ତିନି ମାସ ମଧ୍ୟରେ ରାଜ୍ୟ ସରକାର ନୂଆ ୟୁନିଫର୍ମ ଲ୍ୟାଣ୍ଡ ପିଲିସି ଆଣିବାକୁ ଯାଉଛନ୍ତି। ଏନେଇ କ୍ୟାବିନେଟ ବୈଠକରେ ଦିଆଯିବ ଅନୁମୋଦନ। ରାଜ୍ୟବ୍ୟାପୀ ଜଗନ୍ନାଥଙ୍କ ଜମି ବିବାଦ ଦୁଇ ବର୍ଷ ମଧ୍ୟରେ ତୁଟିବ ବୋଲି ଗୃହରେ କହିଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।ଯେଉଁମାନେ ଅଧିକ ବର୍ଷ ଜଗ୍ନନାଥଙ୍କ ଜମି ଜବରଦଖଲ କରିଥିବେ ସେମାନଙ୍କୁ ରିହାତିରେ ୧୦୦ ଡିସିମିଲ ଜାଗା ଯୋଗାଇଦେବେ ରାଜ୍ୟସରକାର ।
କୋରାପୁଟରେ ୨୭ ହଜାର ୪୧୦ ଏକର ଜଗନ୍ନାଥଙ୍କ ଜମି ଚିହ୍ନଟ ହୋଇଛି । ଜିଲ୍ଲାରେ ଯେଉଁଠି ଜଗନ୍ନାଥଙ୍କ ଜମି ଜବରଦଖଲ ହୋଇଥିଲା ତାକୁ ଦଖଲମୁକ୍ତ କରାଯାଇଛି । ଅନ୍ୟ ୨୪ଟି ଜିଲ୍ଲାରେ ୬୦ ହଜାର ୪୨୬ ଏକର ଜଗନ୍ନାଥଙ୍କ ଜମି ରହିଛି । ୩୮ ହଜାର ୬୧ ଏକର ଜମିର ସତ୍ବଲିପି ରାଜ୍ୟସରକାରଙ୍କ ପାଖରେ ରହିଛି । ଯାହାର ଡିଜିଟାଇଜେସନ ପ୍ରକ୍ରିୟା ଜାରି ରହିଛି । ୨୨ ହଜାର ଏକର ଜମିର ଆରଓଆର୍ ଯୋଗାଡ଼ ଚାଲିଛି । ରାଜ୍ୟ ବାହାରେ ୬ଟି ପ୍ରଦେଶରେ ୩୯୫.୨୫ ଏକର ଜଗନ୍ନାଥ ଜମି ଥିବା ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ