ରାୟଗଡ଼ ସହର ମଧ୍ୟ ଦେଇ ୨୪ ଘଣ୍ଟା ଭାରି ଯାନ ଚଳାଚଳ ଚିନ୍ତାର କାରଣ।

ରାୟଗଡ଼(ଗୋପୀନାଥ ଗୌଡ଼): ରାୟଗଡ଼ ସହର ମଧ୍ୟ ଦେଇ ଦିନରାତି ୨୪ ଘଣ୍ଟା ଭାରି ଯାନ ଚଳାଚଳ ସାଧାରଣ ଲୋକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ପ୍ରତ୍ୟେକ ଦିନ ରାୟଗଡ଼ ସହରକୁ ୧୦ ଗୋଟି ବ୍ଲକଏବଂ ଆଖପାଖ ଗ୍ରାମାଞ୍ଚଳରୁ ଲୋକେ ନିଜ ନିଜର ଜରୁରି କାମରେ ରାୟଗଡ଼ ଓ ବଜାରକୁ ଆସି ଥାଆନ୍ତି। କିନ୍ତୁ, ୨୪ ଘଣ୍ଟିଆ ଭାରି ଯାନ ଚଳାଚଳ ଯୋଗୁଁ ଟ୍ରାଫିକ ଜାମରେ ଫସି ରହିବା , ଯାତାୟାତରେ ବାଟ ନ ମିଳିବା ଦ୍ଵାରା ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପଥଚାରି, ଅଫିସ୍ ଯିବା କର୍ମଚାରୀ, ବ୍ୟାପାର , ବାଣିଜ୍ୟ କରି ଚଳୁଥିବା ଲୋକମାନେ ମଧ୍ୟ ଯାତାୟତ ସମସ୍ୟାର ସମ୍ମୁଖିନ ହେଉଛନ୍ତି। ପ୍ରତ୍ୟେକ ଦିନ ରାସ୍ତା ଉପରେ ଓ ଛକ ଗୁଡ଼ିକରେ ଛୋଟ ବଡ ଦୁର୍ଘଟଣା ହେଉଥିବା ଦେଖିଵାକୁ ମିଳୁଛି। ମଝିଘଟିଆଣି ବ୍ରିଜ ପୋଲ ଦେଇ ଆସୁଥିବା ମହାରାଷ୍ଟ୍ର, ହରିୟାଣା, ପଞ୍ଜାବ, ଛତିଶଗଡ଼, ଆନ୍ଧ୍ରପ୍ରଦେଶ, ଦିଲ୍ଲୀ, କର୍ଣ୍ଣାଟକ, ତାମିଲନାଡୁ ଏହିପରି ସମସ୍ତ ରାଜ୍ୟର ବଡ଼ବଡ଼ ମାଲ୍ ବୋଝେଇ ଟ୍ରକ ଗୁଡ଼ିକ ସହର ମଧ୍ୟ ଦେଇ ଯାତାୟତ କରୁଛି।

ସାଉଣ୍ଡ ହର୍ଣ୍ଣ ସାଙ୍ଗକୁ ମାଳମାଳ ମାଲ୍ ବୋଝେଇ ଗାଡ଼ିର ଧୂଳି ଧୂସର ହେତୁ ସହର ବାସିନ୍ଦା ବିଭିନ୍ନ ପ୍ରକାର ଶ୍ୱାସ ରୋଗ ଏବଂ ହୁର୍ଦ୍ଦଘାତର ଶିକାର ମଧ୍ୟ ହେଉଛନ୍ତି। ସହରରେ ଥିବା ପ୍ରମୁଖ ଛକ ଗୁଡିକରେ ଅଧିକାଂଶ ଜାଗାରେ ଟ୍ରାଫିକ ରହୁ ନ ଥିବା ଦେଖିବାକୁ ମିଳୁଛି। ଏପରିକି ସିଗନାଲ ବୋର୍ଡ ଓ ମିରୋର୍ ନ ଲାଗିଥିବା ଯୋଗୁଁ ଟ୍ରକ୍ ଡ୍ରାଇଭର ମାନେ ବେଳେ ବେଳେ ମୁଖ୍ୟ ବଜାର ମଧ୍ୟକୁ ମଧ୍ୟ ପସି ଯାଉଛନ୍ତି।ଏଠାରେ ପ୍ରମୁଖ କାର୍ଯ୍ୟଳୟ ଗୁଡ଼ିକ ମଧ୍ଯ ରହିଛି ବର୍ତ୍ତମାନ୍ ସମୟ ପାର୍ବଣର ଋତୁ ବିଭିନ୍ନ ପର୍ବ ପାଳନ କରାଯାଇଥାଏ ଯେ ହେତୁ ୩୦ ତାରିଖରେ ତେଲୁଗୁ ସମ୍ପ୍ରଦାୟର ନୂତନ୍ ବର୍ଷ ଯେଉଁଥି ପାଇଁ ଚଳ ଚଞ୍ଚଳ ହୋଇ ଉଠିଥାଏ ରାୟଗଡ଼ ସହର।

୩୧ ତାରିଖରେ ମୁସଲିମ ମାନଙ୍କ ଇଦୁଲ ଫିତର, ୬ ତାରିଖରେ ଶ୍ରୀ ରାମ ନବମୀ, ୧୪ ତାରିଖ ପଣା ସଂକ୍ରାନ୍ତି, ୨୦ତାରିଖ ଶୋର୍ଯ୍ୟ ଜାଗରଣ ଯାତ୍ରା ଅନ୍ୟପଟେ ନବରାତ୍ରି ଆରମ୍ଭ ହେଉଥିବା ହେତୁ ସହରରେ ଥିବା ସମସ୍ତ ମନ୍ଦିରରେ ଭକ୍ତ ମାନଙ୍କ ଭିଡ ଦେଖିଵାକୁ ମିଳେ। ଆସନ୍ତା ୮ତାରିଖ ଦିନ ରାୟଗଡ଼ ଜିଲ୍ଲା ଅଧିଷ୍ଠାତ୍ରୀ ଦେବୀ ମାଁ ମଝିଘରିଆଣିଙ୍କ ବାର୍ଷିକ ଉତ୍ସବ ଚୈତ୍ର ପର୍ବ ମଧ୍ୟ ପାଳନ ହୋଇଥାଏ। ଏହିଭଳି ପାର୍ବଣ ପାଳନ ସମୟରେ ୨୪ ଘଣ୍ଟା ସହର ମଧ୍ୟ ଦେଇ ଭାରି ଯାନ ଚଳାଚଳ ସହର ବାସିଙ୍କୁ ବିପଦକୁ ଆମନ୍ତ୍ରଣ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି। ଜିଲ୍ଲା ପୁଲିସ ଓ ଜିଲ୍ଲା ପ୍ରଶାସନ ଦ୍ଵାରା ସକାଳୁ ଓ ସଂଧ୍ୟା କିଛି ଘଣ୍ଟା ପାଇଁ ଏହି ଭାରି ଯାନ ଚଳାଚଳ ବନ୍ଦ କରି ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିଲେ କିଛି ମାତ୍ରାରେ ଟ୍ରାଫିକ ସମସ୍ୟାରେ ସୁଧାର ଆସି ପାରିବ ବୋଲି ଆଲୋଚନାର ବିଷୟ ପାଲଟିଛି।

Leave a Reply

Your email address will not be published. Required fields are marked *

error: Content is protected !!