ସହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ବିଜେପି ନେତା

କେନ୍ଦୁଝର(ସୀତାରାମ ଦୀକ୍ଷିତ): କେନ୍ଦୁଝର ଜିଲ୍ଲା ସଦର ବ୍ଲକ୍ ଅନ୍ତର୍ଗତ ନୂଆଗାଁ ଗ୍ରାମର ରାଜକିଶୋର ମୁଣ୍ଡା ବିହାର ରେଜିମେଣ୍ଟ ର ଷଷ୍ଠ ବାଟାଲିୟନରେ ହାବିଲଦାର ଭାବେ କାର୍ଯ୍ୟରତ ଥିବା ବେଳେ ସହୀଦ ହୋଇଛନ୍ତି। ସ୍ବର୍ଗତ ମୁଣ୍ଡା ଅରୁଣାଚଳ ପ୍ରଦେଶର ତାୱାଙ୍ଗ ଠାରେ କର୍ତ୍ତବ୍ୟରତ ଥିବା ବେଳେ ଗତ ୨୯ ତାରିଖରେ ସହୀଦ ହୋଇଯାଇଛନ୍ତି। ସୋମବାର ନୂଆଁଗାଁ ସ୍ଥିତ ତାଙ୍କ ବାସଭବନରେ ଠାରେ ଭାରତୀୟ ଜନତା ପାର୍ଟି ତରଫରୁ ଜିଲ୍ଲା ଉପସଭାପତି ଗଣେଶ୍ୱର ମହନ୍ତ, ସଦର ବିଧାନସଭା ସଂଯୋଜକ ବିବେକା ମହାନ୍ତ, ବରିଷ୍ଠ ବିଜେପି ନେତା ସଦର ବିଧାନସଭା ପ୍ରଭାରୀ ରାମଚନ୍ଦ୍ର ସାହୁ, ଓବିଶି ମୋର୍ଚା ଜିଲ୍ଲା ସାଧାରଣ ସମ୍ପାଦକ ଧନୁର୍ଜୟ ମହାନ୍ତ, ପଳାଶପଙ୍ଗା ମଣ୍ଡଳ ସଭପତି ଲୋମ୍ୱଦର ମହାନ୍ତ,ଜିଲ୍ଲା ପରିଷଦ ପ୍ରାର୍ଥୀନୀ ଗୀତାଞ୍ଜଳି ମହାନ୍ତ ଏବଂ ଜିଲ୍ଲା ସୋସିଆଲ ମିଡ଼ିଆ ସଂଯୋଜକ ମନୋରଂଜନ ମହାନ୍ତ ସହୀଦ ରାଜକିଶୋର ମୁଣ୍ଡା ଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

Leave a Reply

Your email address will not be published. Required fields are marked *

error: Content is protected !!